ଭୁବନେଶ୍ବର, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା କଲେକର ବିଲଟିଂ, କ୍ଲାସ୍ରୁମ୍, ଛାତ୍ରାବାସ ଓ ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ କ୍ରୀଡ଼ା ବିଭାଗର ଅଧୁକାରୀ, କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧୁକାରୀ ଏବଂ ଇଂଜିନିୟରମାନଙ୍କ ସହ ଆଲୋଚନା କରିଥିଲେ । ଆଧୁନିକ ଜ୍ଞ।ନକୌଶଳ ନିର୍ମିତ କ୍ୟାମ୍ପରେ ତିନିମହଲା ବିଶିଷ୍ଟ ଆକାଡେମୀକୁ ବ୍ଲକ୍ ଏବଂ ୪ ମହଲା ବିଶିଷ୍ଟ ଗୋଟିଏ ଛାତ୍ରାବାସ ଓ ଗୋଟିଏ ଛାତ୍ରୀ ନିବାସର ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ଉଭୟ ହଷ୍ଟେଲରେ ୧୫୬ ଜଣ ଅନ୍ତେବାସୀ ରହିବାର କ୍ଷମତା ରହିଛି । ଏଥି ସହିତ ଆକାଡେମୀକୁ ବ୍ଲକରେ ସ୍ମାର୍ଟ କ୍ଲାସ୍ରୁମ୍, ଲାବ୍, ସେମିନାର୍ ହଲ୍, ସ୍ୱତନ୍ତ୍ର ଟ୍ୟୁଟୋରିଆଲ୍ ହଲ୍, ସେମିନାର୍ ହଲ୍, ଆଲୁମିନି ହଲ୍, ଫାକଲଟି ଲାଉଞ୍ଜର ବ୍ୟବସ୍ଥା ରହିଛି । ଆସନ୍ତା ଶିକ୍ଷା ବର୍ଷରୁ ନୂଆ କ୍ୟାରେ ଶିକ୍ଷାଦାନ ପାଇଁ ସରକାର ଲକ୍ଷ୍ୟ ରଖୁ ଥିବାରୁ ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀ ଅକାରୀ ଓ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବାରୁ ଯଥା ଶୀଘ୍ର ବିଲୱିଟି କାର୍ଯ୍ୟକ୍ଷମ ହୋଇପାରିବ ବୋଲି ନିର୍ମାଣ ଦାୟିତ୍ବରେ ଥିବା ଅଧୁକାରୀମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ କ୍ରୀଡ଼ା ଅଭ୍ୟାସ ଲାଗି ପଡ଼ିଆ ଏବଂ ଇନ୍ଡୋର ହଲ୍ ଉପରେ ମନ୍ତ୍ରୀ ଅଧୁକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ଅପରାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା କଟକର ତ୍ରିଶୁଳିଆ ନିକଟରେ ଯୁ ରାମଦାସପୁର ଶିଳ୍ପାଞ୍ଚଳ ଗସ୍ତରେ ଯାଇଥିଲେ । ସେଠାରେ ମନ୍ତ୍ରୀ ଶ୍ରୀ ବେହେରା ଭାରତ ମସଲା ଫାକୁ ବୁଲି ଦେବା ସହ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥିଲେ । ଓଡ଼ିଶା ଆଇଟି କ୍ଷେତ୍ରରେ ପ୍ରଗତିର ପାହାଚ ଚଢ଼ି ଚାଲିଥିବାବେଳେ ଏହି ଅଞ୍ଚଳରେ ଆଇଟି ପୁଞ୍ଜି ନିବେଶ ପାଇଁ କ’ଣସବୁ ସୁଯୋଗ ରହିଛି ସେ ବିଷୟରେ ମନ୍ତ୍ରୀ ଶ୍ରୀ ବେହେରା ଅନୁଧ୍ୟାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁପରିଚାଳନାରେ ବର୍ତ୍ତମାନ କୋଭି ନିୟନ୍ତ୍ରଣାଧୀନ ଥିବାବେଳେ ରାଜ୍ୟର ବିକାଶଧାରାକୁ ଆଗେଇ ନେବାରେ ମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
Post a Comment