loading...

କେନ୍ଦ୍ର ସରକାରର କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତବନ୍ଦ ଡାକରାରେ ପିସିସି କିଷାନ କଂଗ୍ରେସ ସାମିଲ

କେନ୍ଦ୍ର ସରକାରର କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତବନ୍ଦ ଡାକରାରେ ପିସିସି କିଷାନ କଂଗ୍ରେସ ସାମିଲ

କେନ୍ଦ୍ର ସରକାରର କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତବନ୍ଦ ଡାକରାରେ ପିସିସି କିଷାନ କଂଗ୍ରେସ ସାମିଲ

ଭୁବନେଶ୍ବର, କୃଷି ଓ କୃଷକ ବିରୋଧୀ କେନ୍ଦ୍ର ବିଜେପି ସରକାରର ପ୍ରଣୀତ କଳା କୃଷି ଆଇନର ତୁରନ୍ତ ପ୍ରତ୍ୟାହାର ଓ ସମସ୍ତ ଧରଣର କୃଷିଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ସମ୍ମତ କରିବା ଦାବି ନେଇ ସଂଯୁକ୍ତ କିଷାନ ମୋର୍ଦ୍ଧା ଆହ୍ବାନ କ୍ରମେ ଭାରତୀୟ ଜାତୀୟ କଂଗ୍ରେସ ସମେତ ଦେଶର ସମଭାବାପନ୍ନ ୧୯ଟିରୁ ଭଦ୍ଧି ରାଜନୈତିକ ଦଳର ଦୃଢ଼ ସମର୍ଥନରେ ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଭୁବନେଶ୍ବର ରେଲୱେ ଷ୍ଟେସନ, ମାଷ୍ଟର କ୍ୟାଣ୍ଟିନ୍ ସମେତ ରାଜ୍ୟର ପ୍ରତି ଜିଲ୍ଲା ଓ ବ୍ଲକସ୍ତରରେ ଭାରତବନ୍ଦକୁ ସଫଳ କରାଯାଇଛି । 

ଏହି କାର୍ଯ୍ୟକ୍ରମରେ ପିସିସି କିଷାନ କଂଗ୍ରେସ ରାଜ୍ୟ ସଭାପତି ଅମୀୟ କୁମାର ପଟ୍ଟନାୟକ, ସୁବାଷ ରାଉତ, ରଘୁନାଥ ପଲିଆ, ସାନନ୍ଦ ମିଶ୍ର, ଦେବେନ୍ଦ୍ର ସାହୁ, ଦାଶରଥ ସାହୁ, ବୃନ୍ଦାବନ ଖଟେଇ, ରାମ ନାରାୟଣ ମହାନ୍ତି, ରତିକାନ୍ତ ଗଡ଼ନାୟକ, ବିପ୍ରବର ସାହୁ, ଭୋବନାନନ୍ଦ ସାମଲ, ଧୃବ ଚରଣ ପରିଡ଼ା, ପଦ୍ମଚରଣ ସାହୁ, ନରେନ୍ଦ୍ର କୁମାର ପଣ୍ଡା, ସ୍ଵପ୍ଟେଶ୍ବର ପୃଷ୍ଟି, ଗୋବିନ୍ଦ ମିଶ୍ର, ସନ୍ତୋଷ ସାହୁ, ଉମେଶ ସାହୁ, ନର ନାରାୟଣ ଜେନା, ନରେନ୍ଦ୍ର ରାଉତ, ମହେନ୍ଦ୍ର କୁମାର ପରିଡ଼ା, ନାରାୟଣ ଚନ୍ଦ୍ର ପରିଡ଼ା, ନିରଞ୍ଜନ ବେହେରା, ଯଶୋଦା ନନ୍ଦନ ସିଂହ, ଦେବେନ ଦେବ ଲୋଭାନ, ଭବାନୀ ଶଙ୍କର ରଥ ପ୍ରମୁଖ କିଷାନ କଂଗ୍ରେସ କର୍ମକର୍ତ୍ତାମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନକୁ ସଫଳ କରାଇଛନ୍ତି । 

ଏହି ପରିପ୍ରେକ୍ଷୀରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କେନ୍ଦ୍ର ବିଜେପି ସରକାରର ୭ ବର୍ଷ ଶାସନ କାଳରେ ଦୈନନ୍ଦିନର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶ ଛୁଆଁ ଦରବୃଦ୍ଧି, ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା, ବିଶେଷ କରି ଏହି ସରକାରର କର୍ପୋରେଟ ସ୍ବାର୍ଥ ରକ୍ଷାରେ ସବୁ ଗର୍ବର ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଦୁଃସହ ହୋଇ ପଡ଼ିଛି । ତିନୋଟି କଳା କୃଷି ଆଇନ ପ୍ରଣୟନ ହେବା ଦ୍ବାରା ଚାଷୀର ଜମି ଓ ଉତ୍ପାଦିତ ଦ୍ରବ୍ୟ ସଂପୂର୍ଣ୍ଣ ଭାବେ ଏକଚାଟିଆ ପୁଞ୍ଜିପତିମାନଙ୍କ ଅକ୍ତିଆରକୁ ଚାଲିଯିବ । ଚାଷୀମାନେ ତଳିତଳାନ୍ତ ହେବେ । 

ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ କର୍ପୋରେଟ ମାନେ ନିୟନ୍ତ୍ରଣ କରିବେ । ଫଳରେ ଏହି ଦ୍ରବ୍ୟଗୁଡ଼ିକର ବେଆଇନ ମହଜୁଦ ଓ କଳାବଜାରୀ ହେବା ସହିତ ପୁନୟ ଅହେତୁକ ମୂଲ୍ୟବୃଦ୍ଧି ଘଟିବ । ତେଣୁ ଏହି କୃଷି ଆଇନର ତୁରନ୍ତ ପ୍ରତ୍ୟାହାର କରା ନ ଗଲେ ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନରେ କିଷାନ କଂଗ୍ରେସ ସାମିଲ ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଦୁର୍ବାର କରିବ ବୋଲି ଶ୍ରୀ ପଟ୍ଟନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget