loading...

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୫ ତମ ସ୍ଵତନ୍ତ୍ର ସଂସ୍କୃତି ଚର୍ଚ୍ଚା ସମ୍ପାନ

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୫ ତମ ସ୍ଵତନ୍ତ୍ର ସଂସ୍କୃତି ଚର୍ଚ୍ଚା ସମ୍ପାନ @୭୫ ଆଜାଦୀକା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୫ ତମ ସ୍ଵତନ୍ତ୍ର ସଂସ୍କୃତି ଚର୍ଚ୍ଚା ସମ୍ପାନ

ଭୁବନେଶ୍ୱର, ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୫ ତମ ସ୍ଵତନ୍ତ୍ର ସଂସ୍କୃତି ଚର୍ଚ୍ଚା ସମ୍ପାନ @୭୫ ଆଜାଦୀକା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ପ୍ରମୁଖ ଶାସନ ସଚିବ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତଥା ସଂସ୍କୃତି ଚର୍ଚ୍ଚାର ସ୍ରଷ୍ଟା ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଆଇ.ଆର.ଏସ୍, ଚିଫ କମିଶନର, ଆୟକର ବିଭାଗ, କଟକ ଯୋଗଦାନ କରିଥିଲେ ଏବଂ ସମ୍ପାନର ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଯୋଗଦାନ କରିଥିଲେ । ସଭାପତିତ୍ବ କରିଥିଲେ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ସମ୍ପାନରେ ସ୍ବାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଭିଲେଖାଗାରର ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା ।

ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ମହୋଦୟ ମଧୁବାବୁ କିପରି ଓଡ଼ିଆ ସ୍ବାଭିମାନର ପରିଚୟ ସୃଷ୍ଟି କରିଥିଲେ ସେ ବିଷୟରେ କହିଥିଲେ । ସେତେବେଳେ ଓଡ଼ିଶାର କିଛି ଭାଗ ବେଙ୍ଗଲ ପ୍ରେସିଡେନ୍ସି, ମାଡ୍ରାସ ପ୍ରେସିଡେନ୍ତି ଏବଂ ସେଣ୍ଟ୍ରାଲ ପ୍ରେସିଡେନ୍ସିରେ ଥିଲା, ଏସବୁ ଅଞ୍ଚଳକୁ ଏକତ୍ର କରି ଏକ ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା । ଏହି ଅବସରରେ ମଧୁବାବୁଙ୍କ ଓଡ଼ିଆ ଜାତି ସ୍ବାଭିମାନର ଉଦାହରଣ ଦେବାକୁ ଯାଇ ତାଙ୍କର ଗ୍ରାଜୁଏସନ ଏବଂ ପୋଷ୍ଟ ଗ୍ରାଜୁଏସନ ଶିକ୍ଷା ସମୟର କିଛି ରୋମାଞ୍ଚକର କାହାଣୀ ବର୍ଣ୍ଣନା କରିଥିଲେ । ମଧୁବାବୁ ଓଡ଼ିଆ ଭଷା ଆନ୍ଦୋଳନର ଏକ ପ୍ରମୁଖ କାରପଟଦାର ଥିଲେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରିବା ନିମନ୍ତେ ଏବଂ ଓଡ଼ିଶାର କଳାକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ସେ ଓଡ଼ିଶାର କଳା ଏବଂ କାରୁକାର୍ଯ୍ୟକୁ ନେଇ ୧୮୯୭ ମସିହାରେ ଲଣ୍ଡନରେ ଏକ ପ୍ରଦର୍ଶନୀ କରିଥିଲେ । 

ମଧୁବାବୁ ଏକଦା କହିଥିଲେ ଓଡ଼ିଶାକୁ ମୁଁ ଆସିନାହିଁ ଉଲ୍ଲସିତ କରିବାପାଇଁ, ଓଡ଼ିଶାକୁ ଆନ୍ଦୋଳିତ, ଆଲୋଡିତ, ବଦ୍ଧିତ ଏବଂ ବିକ୍ଷୁବ୍ଧ କରିବାକୁ ମୁଁ ଆସିଛି । ପ୍ରସଙ୍ଗକ୍ରମେ ଶ୍ରୀଯୁକ୍ତ ପାଣିଗ୍ରାହୀ ମହୋଦୟ ମଧୁବାବୁଙ୍କ ଏକ । ଉକ୍ତିକୁ ଏଠାରେ ଉପସ୍ଥାପନ କରି କହିଥିଲେ- ଯେଉଁ ଜାତିର ଲିପି ଯେତେ ବର୍ତ୍ତୁଳାକାର ସେ ଜାତି ସେତେ କଳାପ୍ରବଣ । ପରିଶେଷରେ, କିପରି ମଧୁବାବୁ ଓଡ଼ିଆ ଭାଷାର ସ୍ବାଭିମାନ ରକ୍ଷା ନିମନ୍ତେ, ବିଶ୍ଵବିଦ୍ୟାଳୟରେ ପଢ଼ିବା ସମୟରେ କିପରି ସଂସ୍କୃତକୁ ବେଙ୍ଗଲିରେ ଲେଖୁବା ପାଇଁ ମନାକରି ଦେଇଥିଲେ ଏବଂ ଶେଷରେ ସେ ଓଡ଼ିଆରେ ହିଁ ପରୀକ୍ଷା ଦେଇଥିଲେ ସେ ବିଷୟରେ ବର୍ଣନା କରିଥିଲେ । ସମ୍ପାନର ମୁଖ୍ୟ ଅତିଥ- ବିଭାଗୀୟ ପ୍ରମୁଖ ଶାସନ ସଚିବ, ଡ.ସୁରେଶ ଚନ୍ଦ୍ର ଦଳାଇ ମହୋଦୟ ଉଦ୍‌ବୋଧନରେ କହିଥିଲେ ମଧୁବାବୁ ଜଣେ ସଙ୍ଗଠକ, ନେତା, ଲେଖକ, ସାମ୍ବାଦିକ-ସମ୍ପାଦକ, ଶିଳ୍ପ ପ୍ରତିଷ୍ଠାତା, ଜାତୀୟବାଦୀ ପ୍ରବକ୍ତା, ନାରୀ ଜାଗରଣର । ନିଷ୍ଠାପର ସମର୍ଥକ, ଦୃଢ଼ ସାହସୀ ଓ ନୀତିବାନ୍ ବିଧାୟକ ଭାବରେ ତାଙ୍କ କୃତିତ୍ବର ପଟାନ୍ତର ନାହିଁ । 

ଉତ୍କଳ ସମ୍ମିଳନୀର ନେତୃତ୍ବ ନେଇ ମଧୁବାବୁ ଶେଷ ପର୍ଯ୍ୟନ୍ତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ କୌଣସି କାର୍ଯ୍ୟ ହାତଛଡ଼ା କରିନଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ତାଙ୍କ ତ୍ୟାଗର ତୁଳନା ନାହିଁ । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଉଲ୍ଲେଖ କରି ଓଡ଼ିଆ ଜାତି, ଓଡ଼ିଶା ଶିଳ୍ପର ଅଭ୍ୟୁଦୟ, ଓଡ଼ିଆ ଭାଷାର ଗୌରବ ଏବଂ ଓଡ଼ିଆ ଲୋକଙ୍କୁ ଜାଗ୍ରତ କରିବାରେ ମଧୁବାବୁଙ୍କ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ । ଊନବିଂଶ ଶତାବ୍ଦୀର ଓଡ଼ିଶା, ତତ୍କାଳୀନ ରାଜନୈତିକ ଅର୍ଥନୈତିକ ପରିସ୍ଥିତି, ଉତ୍କଳ ସମ୍ମିଳନୀର ନେତୃତ୍ବ ସହିତ ଓଡ଼ିଶାରେ ନବଜାଗରଣର ଅଭ୍ୟୁଦୟରେ ମଧୁବାବୁଙ୍କ ଭୂମିକା, ଓଡ଼ିଶାର ଅର୍ଥନୈତିକ ଓ ସାଂସ୍କୃତିକ ପ୍ରଗତିର ଇତିହାସ ନିର୍ମାଣରେ ତାଙ୍କର ଅପାସୋରା ସ୍ଵାକ୍ଷର ମଧୁବାବୁଙ୍କୁ ଓଡ଼ିଶା ଇତିହାସର ପ୍ରଣଗ୍ୟ ପୁରୁଷ ଭାବରେ ସ୍ମରଣୀୟ କରି ରଖୁଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget