ନୂଆଦିଲ୍ଲୀ/ ଭୁବନେଶ୍ବର, ପଶ୍ଚିମ ଓଡ଼ିଶାର ଇଏସଆଇ କର୍ମଚାରୀ ତଥା ଇଏସଆଇସିର ହିତାଧୁକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖ୍ ଭୁବନେଶ୍ବର ସ୍ଥିତ ଇଏସଆଇସି(ESIC) ଆଂଚଳିକ କାର୍ଯ୍ୟାଳୟ ଅନ୍ତର୍ଗତ । ଝାରସୁଗୁଡ଼ା ଠାରେ ଇଆସିଆଇସିର ଉପ ଅଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ସେହିପରି ଅନ୍ୟ ଏକ ପୃଥକ ପତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୨ ଟି ନୂତନ ଡିସପେନସାରୀ । ସ୍ଥାପନା ଏବଂ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଥିବା ଡିସପେନସାରୀକୁ ବେଲପାହାଡ଼କୁ ସ୍ଥାନାନ୍ତରିତ କରିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବଙ୍କୁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୦ ସୁଦ୍ଧା ଭୁବନେଶ୍ବର ସ୍ଥିତ ଇଏସଆଇସି ଅଂଚଳିକ କାର୍ଯ୍ୟାଳୟ ସହ ୭.୪୧ ଲକ୍ଷ ବୀମାଭୁକ୍ତ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି । ଭୁବନେଶ୍ବରରେ ଥିବା ଇସିଆଇସିର ଅଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ପୂର୍ବୋଚଳରେ ଥିବା କାରଣରୁ ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା କର୍ମଚାରୀ ଏବଂ ହିତାଧୁକାରୀଙ୍କୁ ଏହି କାର୍ଯ୍ୟାଳୟକୁ
ଯିବା ପାଇଁ ଦୂରଦୂରାନ୍ତରରୁ ଯାତ୍ରା କରିବାକୁ ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖୁ ଝାରସୁଗୁଡ଼ାରେ ଇଏସଆଇସିର ଉପ । ଆଂଚଳିକ କାର୍ଯ୍ୟାଳୟ କରାଗଲେ ସ୍ଥାନୀୟ ଲୋକମାନେ ଉପକୃତ ହୋଇପାରିବେ । ଏହି ମର୍ମରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଥିବା ୩୦ଟି ଜିଲ୍ଲା ମଧ୍ୟରୁ ଭୁବନେଶ୍ବରରେ ଥିବା ଅଂଚଳିକ କାର୍ଯ୍ୟାଳୟ ୧୭ଟି ଜିଲ୍ଲା ନିକଟବର୍ତ୍ତୀ ରହିଛି ଏବଂ ସହଜରେ ଲୋକ ଏଠାକୁ ଆସିପାରୁଛନ୍ତି ।
ଝାରସୁଗୁଡ଼ାରେ ପ୍ରସ୍ତାବିତ ଉପ ଆଂଚଳିକ କାର୍ଯ୍ୟାଳୟ କରାଗଲେ ୧୩ଟି ଜିଲ୍ଲା ମଧ୍ୟ ଏହାର ନିକଟବର୍ତ୍ତୀ ହେବ । ଦେଶର ଅନେକ ରାଜ୍ୟରେ ଇଏସଆଇସିର ୧ କିମ୍ବା ତଦୂର୍ଭ ଉପ ଆଂଚଳିକ କାର୍ଯ୍ୟାଳୟ ରହିଛି । କିନ୍ତୁ ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ଉପ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇ ନାହିଁ । ଫଳରେ ଭୁବନେଶ୍ବରର ଇଏସଆଇ ଅଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ପଶ୍ଚିମାଂଚଳରୁ ଅନେକ ଅଭିଯୋଗ ପତ୍ର ନିଯୁକ୍ତଦାତା ଏବଂ କର୍ମଚାରୀଙ୍କ ଠାରୁ ଗ୍ରହଣ କରିଆସୁଛି । ତେଣୁ ପଶ୍ଚିମ ଓଡ଼ିଶାର କର୍ମଚାରୀ ଏବଂ ଇଏସଆଇସି ହିତାଧୁକାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖୁ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ ଅଂଚଳିକ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରି ମନ୍ତ୍ରଣାଳୟର ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଅନ୍ୟ ଏକ ପୃଥକ ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ବାରା ଓଡ଼ିଶାର ବିଭିନ୍ନ ଅଂଚଳ ଯଥା ତାଳଚେର, ଜଳେଶ୍ବର, ନୀଳଗିରି, ସୋର, ଧାମରା, ତ୍ରିଶୁଳିଆ, ଓଡ଼ସପୁର, ଜଗତସିଂହପୁର, ଯୋଡ଼ା, ନିମାପଡ଼ା, ବଣେଇ ଏବଂ କୋଇରାରେ ୧୨ଟି ନୂତନ ଡିସପେନସାରୀ ଖୋଲାଯିବା ପାଇଁ ପ୍ରସ୍ତାବ ରହିଛି । ଏହାସହ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଥିବା ଏକ ଡିସପେନସାରୀକୁ ବେଲପାହାଡ଼କୁ ସ୍ଥାନାନ୍ତର କରିବା ପାଇଁ ଇଏସଆଇ କର୍ପୋରେସନର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାର ଜନସଂଖ୍ୟାଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖୁ ବ୍ୟକ୍ତିଗତ ହସ୍ତକ୍ଷେପ କରି ତ୍ବରିତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଓଡ଼ିଶା ସରକାର ଯୋଡ଼ାକୁ ବାଦ୍ ଦେଇ ୧୨ଟି ଡାକ୍ତରଖାନା ସ୍ଥାପନା ସହ ବ୍ରଜରାଜନଗରରୁ ବେଲପାହାଡ଼ ଡିସପେନସାରୀକୁ ସ୍ଥାନାନ୍ତରଣ କରିବା ପାଇଁ ମଞ୍ଜୁରୀ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଶ୍ରମ ଏବଂ ଇଆସଆଇ ବିଭାଗ ପକ୍ଷରୁ ଏଥିପାଇଁ ଅନୁମତି ମିଳିପାରିନାହିଁ । ତେଣୁ ଏ ଦିଗରେ ତ୍ବରିତ ପଦକ୍ଷେପ ନେବା ପାଇଁ ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।
Post a Comment