ଭୁବନେଶ୍ବର, ଓଡ଼ିଶା ଉଠାଜଳସେଚନ ନିଗମର ୪୯ ତମ ପ୍ରତିଷ୍ଠା ଦିବସ ଓ ଏଲ.ଆଇ.ସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ନିଗମର ପ୍ରତିଷ୍ଠା ଦିବସରେ ସୌର ଚାଳିତ ଗଭୀର ନଳକୂପ ସେଚ ପ୍ରକଳ୍ପର ଅନଲାଇନ୍ ଦରଖାସ୍ତ ବ୍ୟବସ୍ଥା ନିମନ୍ତେ ନିୟମାବଳୀର ଶୁଭ ଉନ୍ମୋଚନ କରାଯାଇଛି ଏବଂ ଅଷ୍ଟମ ଶ୍ରେଣୀ ଉତୀର୍ଣ୍ଣ ହୋଇଥୁବା ପାଣି ପଂଚାୟତ ସଦସ୍ୟଙ୍କୁ ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ଓ ଏଲ.ଆଇ.ସି ଏବଂ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ସହିତ ସାକ୍ଷରିତ ହୋଇଛି । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଓ ଏଲ.ଆଇ.ସି ଚାଷୀମାନଙ୍କର ଏକ ପରିଚିତ ନାମ କୃଷକମାନଙ୍କ ପାଇଁ ଏହି ଅନୁଷ୍ଠାନ ଜଳସେଚନ ସୁବିଧା ଯୋଗାଇ ଦେଉଛି । ସେଥିପାଇଁ ଏହା କୃଷକମାନଙ୍କର ପ୍ରକୃତ ବନ୍ଧୁ । ୨ ୦୨୧-୨ ୨ ଆର୍ଥିକ ବର୍ଷରେ ଚଳିତ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୧ଲକ୍ଷ ୪୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା କରିବା ସହ ଆଗାମୀ ଦିନରେ କୃଷକମାନଙ୍କ ଆବଶ୍ୟକତା ପୂରଣ ଦିଗରେ ଅନୁଷ୍ଠାନ ପ୍ରୟାସ ଜାରି ରଖିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷକମାନଙ୍କ କଲ୍ୟାଣ ପାଇଁ ଉଠା ଜଳସେଚନ ନିଗମଠାରୁ ଯେଉଁ ଆଶା ରଖିଛନ୍ତି, ତାହାକୁ ପୂରଣ କରିବାରେ ନିଗମର ଉଦ୍ୟମ ଅବ୍ୟାହତ ରଖିବାକୁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଯୋଗଦେଇ କହିଲେ ଯେ, ଜଳସମ୍ପଦ ବିଭାଗ ତରଫରୁ ଚଳିତ ବର୍ଷ ୨ଲକ୍ଷ ୮୪ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସେଥିରୁ ୧.୪ଲକ୍ଷ ହେକ୍ଟର ସୁବିଧା କେବଳ ଉଠାଜଳ ସେଚନ ନିଗମ ଜରିଆରେ ହେବା ଲକ୍ଷ୍ୟ ରହିଛି । ବୃହତ। ମଧ୍ୟମ, କ୍ଷୁଦ୍ର ଏବଂ ମେଗା ଲିଫଟ୍ ଜଳସେଚନ ବ୍ୟବସ୍ଥାରେ ବ୍ୟତିରେକ ଉଠାଜଳସେଚନ ବ୍ୟବସ୍ଥାରେ ୫୦ ଭାଗରୁ ଉର୍ଷ ସେଚ ସାମର୍ଥ ସୃଷ୍ଟି କରାଯାଇଛି । ପୋଷଣୀୟ ଜଳସେଚନ, ଗଭୀର ସେଚକୂପ ଖନନ ଉପରେ ସେ ଗୁରୁତ୍ବାରୋପ କରିବା ସହିତ ବିଦ୍ୟୁତ୍ ସଂଯୋଗ ଯାଇପାରୁନଥିବା ଅଂଚଳ ପାଇଁ ସୌର ଚାଳିତ ଗଭୀର ନଳକୂପ ସେଚ ପ୍ରକଳ୍ପ କୃଷକମାନଙ୍କ ପାଇଁ ସୁବିଧା ଜନକ ହୋଇପାରିବ ବୋଲି ଶ୍ରୀମତୀ ଗର୍ଗ ମତବ୍ୟକ୍ତ କରିଥିଲେ ।
ଓଡ଼ିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଯୋଗଦେଇ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଚାଷୀମାନଙ୍କୁ ଅନ୍ନଦାତା ଭାବେ କହିଆସିଛନ୍ତି । ଚାଷୀକୁଳ କିପରି ଭଲରେ ରହିବେ, ଖୁସିରେ ରହିବେ, ସେମାନଙ୍କର ସୁବିଧା ପାଇଁ ସେ ସର୍ବଦା ଚିନ୍ତା କରୁଛନ୍ତି । ଏଣୁ ଓ ଏଲ୍.ଆଇ.ସିକୁ ଚାଷୀମାନଙ୍କ ଉନ୍ନତି ପାଇଁ ଯେଉଁ ଦାୟିତ୍ବ ଦିଆଯାଇଛି, ତାହାକୁ ସମସ୍ତଙ୍କର ସହଯୋଗରେ କରାଯିବ ବୋଲି ସେ କହିଥିଲେ । ୨ ବର୍ଷ ତଳେ ୪୭ ତମ ପ୍ରତିଷ୍ଠା ଦିବସ ବେଳେ ଉଠା ଜଳସେଚନ ନିଗମ ଜରିଆରେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇଥିବା ବେଳେ ୨ ବର୍ଷ ପରେ ଏହା ୧୨ ଲକ୍ଷ ୫୦ ହଜାର ହେକ୍ଟରରେ ପହଁଚିଛି । କୋଭିଜ୍ , ସମ୍ଭାବ୍ୟ ମରୁଡି, ବନ୍ୟା ଭଳି ପ୍ରତିକୂଳ ସ୍ଥିତିରେ ମଧ୍ୟ ସମସ୍ତେ କାମ କରିଛନ୍ତି ।
୮ମ ଶ୍ରେଣୀ ପାଶ୍ କରିଥିବା ପାଣି ପଂଚାୟତର ସଦସ୍ୟ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଗଲେ ପାଣି ପଂଚାୟତର ଯେଉଁ ସବୁ ଛୋଟ ଛୋଟ ସମସ୍ୟା ରହୁଛି, ଉଠା ଜଳ ସେଚନ ପ୍ରକଳ୍ପର ରକ୍ଷଣା ବେକ୍ଷଣରେ ଅସୁବିଧା ଉପୁଜୁଛି, ସେସବୁ ଦୂର କରାଯିବା ସହିତ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅଧ୍ୟକ୍ଷ ଶ୍ରୀ ପତ୍ରୀ କହିଥିଲେ । ଏହି ପ୍ରଶିକ୍ଷଣ ସଂପର୍କିତ ରାଜିନାମା ଓ ଏଲ.ଆଇ.ସି ଓ ବୈଷୟିକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ସହିତ ସାକ୍ଷରିତ ହୋଇଥୁଲା ।
ଡି.ଟି.ଇ.ଟିର ନିର୍ଦ୍ଦେଶକ ଶ୍ରୀ ରେଘୁ ଜୀ ଉପସ୍ଥିତ ଥିବା ବେଳେ ଜଳସଂପଦ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ତଥା ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ, ରାଜ୍ୟରେ ଜଳସଂପଦ ବିଭାଗ ତରଫରୁ ବିଭିନ୍ନ ବ୍ୟବସ୍ଥାରେ ଅଦ୍ୟାବଧି ୪୪ ୬୧ ଲକ୍ଷ ହେକ୍ଟର ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଥିବା ବେଳେ କେବଳ ଓ. ଏଲ୍ ଆଇ.ସି ଜରିଆରେ ୧.୨୫ ଲକ୍ଷ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ୧୨.୫୦ ଲକ୍ଷ ହେକୁର ସେଚ ସାମର୍ଥ ସୃଷ୍ଟି କରାଯାଇ ୨୮ ପ୍ରତିଶତ ସଫଳତା ହାସଲ କରାଯାଇଛି ।
ସରକାରଙ୍କ ତରଫରୁ ପ୍ରତିବର୍ଷ ୧୦୦୦ ଟି ପ୍ରକଳ୍ପ ଛୋଟ ଛୋଟ ମରାମତି ପାଇଁ ବ୍ୟବସ୍ଥା ରହିଥିବା ସେ କହିବା ସହିତ ଓ.ଏଲ, ଆଇ.ସି ତରଫରୁ ନୂତନ ପ୍ରକଳ୍ପ ନିର୍ମାଣ, ସବୁ ପ୍ରକଳ୍ପ ଗୁଡିକର ରକ୍ଷଣା ବେକ୍ଷଣ ଓ ସଚଳ ରଖାଯିବା ପାଇଁ ପ୍ରୟାସ ଜାରି ରହିଥିବା କହିଥିଲେ । ଏହି ଅବସରରେ ଉଠା ଜଳସେଚନ ନିଗମ ଦ୍ଵାରା । ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କରାଯାଉଥିବା କାର୍ଯ୍ୟଗୁଡିକ ସମ୍ବନ୍ଧରେ ଏକ କ୍ଷୁଦ୍ର ପ୍ରାମାଣିକ ତଥ୍ୟ ଭିତିକ ସଫଳତାର କାହାଣୀ ସଂପର୍କିତ ଏକ ଚଳଚିତ୍ର ପ୍ରଦର୍ଶିତ ହୋଇଥୁଲା ।
ଏହି ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥାରେ ଚାଷୀମାନେ ନିଗମ ଜରିଆରେ ଉଠାଜଳସେଚନ ବ୍ୟବସ୍ଥାରେ ଚାଷ କରି କିପରି ଲାଭବାନ ହୋଇଛନ୍ତି, ସେ ସଂପର୍କରେ ପ୍ରକାଶ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଓଏଲ.ଆଇ.ସି କାର୍ଯ୍ୟାଳୟର ସମସ୍ତ ବରିଷ୍ଠ ଯନ୍ତ୍ରୀ, ଅଧିକାରୀ ଉପସ୍ଥିତ ଥିବା ବେଳେ ଭର୍ତ୍ତି ଆଲ ବ୍ୟବସ୍ଥା ମାଧ୍ୟମରେ ନିଗମର ୭ଟି ସର୍କଲ ଓ ୨୮ଟି ଡିଭିଜନ କାର୍ଯ୍ୟାଳୟରୁ ଯନ୍ତ୍ରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବାଲେଶ୍ଵରନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment