ଭୁବନେଶ୍ୱର, ଉତ୍ତମ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଦେଶର ଭବିଷ୍ୟତ ଗଢୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ଵର ରୟାଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ଵର ପ୍ରେସ୍ କ୍ଲବ ଠାରେ ଆୟୋଜିତ ସମାରୋହରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲର ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୋଟାରୀ ଇଣ୍ଟରନେସନାଲ ପ୍ରମାଣ ପତ୍ର, ଉପଢୌକନ ଓ ଉପହାର ପ୍ରଦାନ ସ୍ବରୂପ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ ର ପ୍ରାନ୍ତପାଳ ଶାନ୍ତନୁ ପାଣି ଯୋଗଦେଇ କହିଥିଲେ ଯେ, ବିଶ୍ୱକୁ ପୋଲିଓମୁକ୍ତ କରିବା ପରେ ରୋଟାରୀର ପରବର୍ତ୍ତୀ ସଂକଳ୍ପ ହେଉଛି ସମଗ୍ର ବିଶ୍ଵରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାନଯୁକ୍ତ ଶିକ୍ଷା ପ୍ରଦାନ ଦିଗରେ ଉତ୍ସାହିତ କରିବା ।
ଏ ଦିଗରେ ସମଗ୍ର ଓଡ଼ିଶାରେ ୧୧୦ଟି ବ୍ଳକ ମାଧ୍ୟମରେ ରୋଟାରୀ ତାର ପ୍ରୟାସ ଜାରି ରଖୁଛି । ସି.ଏନ୍.ଏନ୍ ଓ ବିବିସି ମାନ୍ୟତାପ୍ରାପ୍ତ ବିଶ୍ୱର ସର୍ବକନିଷ୍ଠ ପ୍ରଧାନ ଶିକ୍ଷକ ବବର ଅଲ୍ଲୀ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବଞ୍ଚିତ ବର୍ଗର ଶିଶୁ ଏବଂ ଅଧାରୁ ପାଠପଢା ଛାଡୁଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁକୂଳ ପରିବେଶ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ଉପରେ ଗୁରୁତ୍ବ ଆରୋପ କରିଥିଲେ । କ୍ଲବ ସଭାପତି ଅଜୟ ପଟ୍ଟନାୟକ ବାଲିଅନ୍ତା ବ୍ଲକସ୍ଥିତ କଲେ-ତିରଣପଡ଼ା ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରି ଏହାର ସାମଗ୍ରିକ ବିକାଶ ଦିଗରେ କ୍ଳବ ପ୍ରୟାସ ଜାରି ରଖୁବ ବୋଲି କହିଥିଲେ ।
କ୍ଳବ କୋଷାଧ୍ୟକ୍ଷ ତଥା ରୋଟାରୀ ଜିଲ୍ଲା ମିଡ଼ିଆ ସେଲ୍ ଚେୟାର ବିଭୂତି ଭୂଷଣ କର କ୍ଲବ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଭବିଷ୍ୟତ ଯୋଜନା ଓ ଗତ ତିନିମାସ ମଧ୍ୟରେ କ୍ଲବ ପକ୍ଷରୁ କରାଯାଇଥିବା ବ୍ୟାପକ ବୃକ୍ଷରୋପଣ, କୋଭିଡ ପ୍ରତିକାର ସାମଗ୍ରୀ ବଣ୍ଟନ, ଚକ୍ଷୁ ଅସ୍ତ୍ରୋପରର, ଜୀବନ ରକ୍ଷାକାରୀ ଔଷଧ ବନ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ରୋଟାରୀ ରୟାଲର ଏତାଦୃଶ କାର୍ଯ୍ୟ ପ୍ରଶଂସନୀୟ ଓ ପ୍ରେରଣାଦାୟୀ ବୋଲି ମତପ୍ରକାଶ କରିଥିଲେ । ନିର୍ବାଚିତ ସଭାପତି ସଞ୍ଜତ ଜେନା ସମାରୋହରେ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ କବିତା ମଞ୍ଜରୀ ରାୟ, ଶିବ ନାରାୟଣ ବେହେରା, ପୁନମ୍ ପ୍ରିୟମ୍ବଦା ପ୍ରଧାନ, ଅନିତା ଦାସ, ଗିତାଞ୍ଜଳୀ ସେଠୀ, ମିତ୍ର ରଞ୍ଜନ ଦାସ, ଦୀପାଳୀ ଦାସ, ଅମତାଲ କରିମ, ସୃତିରେଖା ସାହୁ, ପୂର୍ଣ୍ଣଚନ୍ଦ୍ର ଦତ୍ତ ।
ଏହି କାର୍ଯ୍ୟକ୍ରମକୁ ଶୁଭଶ୍ରୀ ଭଞ୍ଜ ଓ ପ୍ରତ୍ୟୁଷ ଦେବାଶିଷ ପରିରଳନା କରିଥିଲା ବେଳେ ପିଡିଜି ରବିନାରାୟଣ ନନ୍ଦ, ଶବିବ୍ରତ ଦାସ, ଦେବାଶିଷ ମିଶ୍ର, ପୂର୍ବତନ ସଭାପତି ସଞ୍ଜୟ ଚୌଧୁରୀ, ପ୍ରଦୀପ ଦାସ, ପ୍ରଶାନ୍ତ ସାହୁ, ଅର୍ଜୁନ କୁମାର ସାହୁ, ଅଶୋକାନନ୍ଦ ଧର, ବସନ୍ତ ଦାସ, ମୃତିରଞ୍ଜନ ବିଶ୍ୱାଳ, ଇରହୁଇଲି ସଭାପତି କଳ୍ପନା ବିଶ୍ୱାଳ, ସମ୍ପାଦକ କାଦମ୍ବିନୀ ରଥ ଓ ରୋଟ୍ରାକ୍ଟରମାନଙ୍କ ସମେତ ବିଭିନ୍ନ ବର୍ଗର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।
Post a Comment