ଭୁବନେଶ୍ବର, ଶିଶୁମାନଙ୍କ ସୁରକ୍ଷା ପାଇଁ ରାଜ୍ୟର ୧୨ ଟି ସ୍ଥାନରେ ପିଲାମାନେ ଉପସ୍ଥିତ ରହି ଭର୍ଚୁଆଲ ମାଧ୍ୟମରେ ଶିଶୁ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସମ୍ପର୍କିତ ଏକ ରାଜ୍ୟ ସ୍ତରୀୟ ଦିନିକିଆ ପରାମର୍ଶ ଶିବିରରେ ଯୋଗ ଦେଇଥିଲେ । ଭୁବନେଶ୍ବରରୁ ସଂଯୋଜିତ ଏହି କାର୍ଯ୍ୟକ୍ରମ ନେସନାଲ ଆକ୍ସନ ଆଣ୍ଡ କୋର୍ଡନେସନ ଗୃଫ ଫର ଏ ଭାଓଲେନ୍ନ ଏଗେନଷ୍ଟ ଚିଲଡ୍ରେନ (ଏନ୍ଏସିଜି ଇଭିଏସି) ଇଣ୍ଡିଆ, ସେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ) ସହିତ ବିଏଜେନ୍ ୱାର୍ଲଡ ଭିଜନ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ପିକକର କାର୍ଯ୍ୟର୍ନବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରାଜ୍ୟ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା ସଂଧାବତୀ ପ୍ରଧାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ଚଳାଇଥିବା ଅଭିଯାନ ‘ପିଲାଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପିଲାଙ୍କୁ ଯୋଡିବା ସହିତ ସେମାନଙ୍କ ସରକୁ ଉପସ୍ଥାପନ କରିଥିବାରୁ ପିକକ ଓ ୱାଲର୍ଡ ଭିଜନର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଅଧିବେଶନ ସମୟରେ ପିଲାମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ସୁପାରିଶ ଉପରେ କାର୍ଯ୍ୟ କରିବାକୁ ନିଶ୍ଚିତ କରିଛନ୍ତି । ବିଦ୍ୟାଳୟ ତଥା ଗୋଷ୍ଠିଗୁଡିକରେ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଏସିପିସିଆର ଭୂମିକା ବିଷୟରେ ସେ ପିଲାମାନଙ୍କୁ କହିଥିଲେ । ରାଜ ଆବାହକ ପ୍ରକାଶ ରଥ ଶିଶୁ ସୁରକ୍ଷା ଉପରେ ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ ।
ଏନ୍ଏସିଜି ଇଭାକ ଇଣ୍ଡିଆର ଅଧ୍ୟକ୍ଷ ରଞ୍ଜନ ମହାନ୍ତି ଏହି ଅଧିବେଶନକୁ ଉଦଘାଟନ କରି ତାଙ୍କ ଅଭିଭାଷଣରେ ଶିଶୁ ସୁରକ୍ଷା କ୍ଷେତ୍ରରେ ଇଭାକ ଇଣ୍ଡିଆ ଏବଂ ସାଉଥ ଏସିଆନ୍ ଇନିସିଏଟିଭ ଟୁ ଏଣ୍ଡ ଭାଇଓଲେନ୍ନ ଏଗନେଷ୍ଟ ଚିଲଡ୍ରେନ ସାଇଭାକ)ର ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ପିଲାମାନଙ୍କର ସୁରକ୍ଷା ସହିତ ସେମାନଙ୍କ ପାଇଁ ଏକ ନିରାପଦ ସ୍ଥାନ ସୃଷ୍ଟି କ୍ଷେତ୍ରରେ । ଆମ ବଡମାନଙ୍କ ଦାୟିତ୍ବ ଉପରେ ସେ ଆଲୋକପାତ କରିଥିଲେ । ପିଲାମାନେ ନିଜର ଅଧିକାର ଓ ଦାୟିତ୍ବ ସଂକ୍ରାନ୍ତରେ ଜାଣିବା ଉପରେ ସେ ଗୁରୁତ୍ବ ଦେଇଥିଲେ । ଏଥି ସହିତ ଶିଶୁଙ୍କ ପାଇଁ ବଢୁଥିବା ବିପଦ ଏବଂ ସମାଜରେ କିପରି ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।
ରାଜ୍ୟର ବିଭିନ୍ନ ଜିଲ୍ଲା/ବ୍ଲକ ରୁ କ୍ଷେତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଅଂଶୀଦାରମାନଙ୍କ ଦ୍ବାରା ପ୍ରାୟ ୧୫୦ ପିଲା ଏଥିରେ ଯୋଗ ଦେଇଥିଲେ । ଶିଶୁ ଅଧିକାର ସହ ଜଡିତ ପ୍ରସଙ୍ଗରେ ଶ୍ରୀ ମିଖାଇଲ ପ୍ରଧାନ ଆଲୋଚନା କରିଥିଲେ ଏବଂ ଶିଶୁ ସୁରକ୍ଷା କମିଟିରେ ଶିଶୁଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ମତ ଦେଇଥିଲେ । ପିଲାମାନଙ୍କ ସମସ୍ୟା ଏବଂ ଚିନ୍ତା ବୁଝିବା ପାଇଁ ସେ ପିଲାମାନଙ୍କ କଥା ଶୁଣିବାକୁ ପିତାମାତା ଏବଂ ବୟସ୍କମାନଙ୍କୁ ମଧ୍ୟ ନିବେଦନ କରିଥିଲେ । ୱାର୍ଲ ଭିଜନ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ ନୀତା ମାରିଆ ପିଲାମାନଙ୍କୁ ସକ୍ରିୟ ଅଂଶଗ୍ରହଣ କରିବା ଏବଂ ଏହି ଅଧିବେଶନରୁ ଶିକ୍ଷା ଗ୍ରହଣ କରିବାକୁ କାମନା କରିଥିଲେ ।
ଶ୍ରୀମତୀ ଅନୁରାଧା ମହାନ୍ତି ଶିଶୁ ଯୌନ ଶୋଷଣର ମାଧ୍ୟମ ଏବଂ ଏହାର ପ୍ରଭାବ ଉପରେ ସୋର କାର୍ଡ ମଧ୍ୟ ଉପସ୍ଥାପନ କରିଥିଲେ । ଅଧିବେଶନ ଶେଷରେ, ପ୍ରକଳ୍ପ ସଂଯୋଜକ ଶ୍ରୀ ଧର୍ମାନନ୍ଦ ସୁନ୍ଦରାୟ ସମସ୍ତ ଅଂଶଗ୍ରହଣକାରୀ ବିଶେଷକରି ଓଡ଼ିଶାର ୬ ଟି ଜିଲ୍ଲା (ଗଞ୍ଜାମ, ସମ୍ବଲପୁର, କନ୍ଧମାଳ, ବାଲେଶ୍ବର, କୋରାପୁଟ, ଖୋର୍ଦ୍ଧା) ରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦନ ଜ୍ଞାପନ କରିଥିଲେ । ଏମାନଙ୍କ ସହିତ ଓଏଏସ୍, ସାହାରା, ପିକକ, ମେ ଆଇ ହେକ୍ସ୍ ୟୁ, ଏକତା, ହେଲ୍, ରେଆର, ଭିଏସ୍ଏଆଇ, ଆଦର୍ଶ, ସେକ୍ଟର ପ୍ରମୁଖ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
Post a Comment