loading...

ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କ ଜୟନ୍ତୀ ! ସ୍ବାମୀ ଚିଦାନନ୍ଦ ସରସ୍ବତୀ ଥିଲେ ତ୍ୟାଗ ଓ ଭକ୍ତିର ସମାହାର

ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜ ବିରଳ ସନ୍ଥ ଭାବେ ସେ ଯେତିକି ପୂଜନୀୟ ଭଗବତ ଗୀତାର ମୂର୍ତିମନ୍ତ ପ୍ରତୀକ ଭାବେ ସେତିକି ବନ୍ଦନୀୟ

ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କ ଜୟନ୍ତୀ ! ସ୍ବାମୀ ଚିଦାନନ୍ଦ ସରସ୍ବତୀ ଥିଲେ ତ୍ୟାଗ ଓ ଭକ୍ତିର ସମାହାର

ଭୁବନେଶ୍ବର, ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜ ବିରଳ ସନ୍ଥ ଭାବେ ସେ ଯେତିକି ପୂଜନୀୟ ଭଗବତ ଗୀତାର ମୂର୍ତିମନ୍ତ ପ୍ରତୀକ ଭାବେ ସେତିକି ବନ୍ଦନୀୟ। ତ୍ୟାଗ, ସେବା, ପ୍ରେମ ଓ ଭକ୍ତିର ସମାହାର ଥିଲେ ସ୍ବାମୀ ଚିଦାନନ୍ଦ ସରସ୍ବତୀ। ତେଣୁ ତାଙ୍କ ଆଦର୍ଶରୁ ଯଦି କିଞ୍ଚିତ ବି ଆମେ ଆମ ଜୀବନରେ ଉପଯୋଗ କରିପାରିବା,‌ ତେବେ ଏକ ଆଦର୍ଶ ବ୍ୟକ୍ତିତ୍ବରେ ପରିଣତ ହୋଇପାରିବା। ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟ ପକ୍ଷରୁ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କ ୧୦୬ତମ ଜୟନ୍ତୀ ଅବସରରେ ଏଭଳି ଆଲୋକପାତ କରିଛନ୍ତି ଅତିଥିବୃନ୍ଦ।

ଏହି ଅବସରରେ ଲୋକ ସେବକ ମଣ୍ଡଳର ସଭାପତି ନିରଂଜନ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସଫଳତା ହାସଲ ପାଇଁ ମାର୍ଗଦର୍ଶନ କରିଥିଲେ। ସମାଜସେବୀ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ବାମୀ ଚିଦାନନ୍ଦଙ୍କ ଆଦର୍ଶ ବ୍ୟକ୍ତିତ୍ବ ବାବଦରେ ଉଦବୋଧନ ଦେବା ସହ ଛାତ୍ରମାନଙ୍କୁ ସ୍ବାମୀ ଚିଦାନନ୍ଦଙ୍କ ମହତ୍‌ ବାଣୀ ବିଷୟରେ କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅରୁଣ କୁମାର ମହଲା, ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ, ଚୌଧରୀ ଗୌରହରି ମିଶ୍ର, ଜଷ୍ଟିସ ପି.କେ ତ୍ରିପାଠୀ, ସ୍ବାମୀ ଶିବଚିଦାନନ୍ଦ ସରସ୍ବତୀ ମହାରାଜ, ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ ମହାରାଜ, ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚିଦାନନ୍ଦ ସରସ୍ବତୀଙ୍କ ଆଦର୍ଶ ବ୍ୟକ୍ତିତ୍ବ ବାବଦରେ ଆଲୋକପାତ କରିଥିଲେ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget