loading...

କବିବର ରାଧାନାଥ ରାୟ ଥିଲେ ଜନମାନସର କବି ! ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ରାଧାନାଥ ରାୟଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ଭୁବନେଶ୍ବର ପିଏମ୍‌ଜି ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆଜି ପ୍ରତ୍ୟୁଷରେ ଅନୁଷ୍ଠିତ

କବିବର ରାଧାନାଥ ରାୟ ଥିଲେ ଜନମାନସର କବି ! ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ କବିବର ରାଧାନାଥ ରାୟଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ଭୁବନେଶ୍ବର ପିଏମ୍‌ଜି ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆଜି । ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗ ଅଧକ୍ଷା ଡଃ ମିନତୀ । ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ । ରଞ୍ଜନ କୁମାର ଦାସ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ବୟ ସାମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ସତ୍ୟ ଜେନା, ଜୟ ଓଡ଼ିଶା ସଙ୍ଗଠନ ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟ, ଅନ୍ୟ ସଭ୍ୟମାନେ, ଜ୍ୟୋତିପ୍ରଭା ସମ୍ପାଦକ ଆଶୁତୋଷ ସାମନ୍ତରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଡଃ ଅସିତ ଦାସ, ଭିକାରୀ ଚରଣ ସାହୁ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସଙ୍ଗେସଙ୍ଗେ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ବକ୍ତାମାନେ ନିଜ ବକ୍ତବ୍ୟରେ ବାଲେଶ୍ବର ଜିଲ୍ଲାର ସୋରୋ କେଦାରପୁରରେ ୧୮୪୮ ସେପ୍ଟେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରି ୧୯୦୫ ଅପ୍ରେଲ୍ ମାସ ୧୬ ତାରିଖରେ ଇହଲୀଳା ସମ୍ବରଣ କରିଥିବା କବିବର ରାଧାନାଥ ରାୟ ଶିକ୍ଷକତାରୁ ସ୍କୁଲ ସମୂହ ପରିଦର୍ଶକ ଦାୟିତ୍ବ ନିର୍ବାହ କରିବା ମଧ୍ୟରେ ପ୍ରଥମେ ବଙ୍ଗଳା କବିତା ରଚନା କରିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ କାବ୍ୟ କବିତା ରଚନା କଲେ । ତାଙ୍କ କବିତାରେ ପାଶ୍ଚାତ୍ୟ ପ୍ରଭାବ ଥିଲେ ମଧ୍ୟ ତାଙ୍କ କାବ୍ୟ କବିତା ଜନମାନସକୁ ଗଭୀର ଭାବରେ ପ୍ରଭାବିତ କରୁଥିଲା । ଉତ୍କଳ ସାହିତ୍ୟ ସମାଜର ପ୍ରଥମ ଅଧିବେଶନରେ ସେ ସଭାପତିତ୍ବ କରିଥିଲେ । 

ତାଙ୍କ କାଳଜୟୀ ରଚନାବଳୀରେ କବିବର ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧକ୍ଷା ଡଃ ମିନତୀ ବେହେରା ଓ ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ କବିବର ରାଧାନାଥ ରାୟ ସ୍ମତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget