loading...

ମମିତା ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବୀରେ ଡିସିପି କାର୍ଯ୍ୟାଳୟ ଘେରାଓ

ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବୀରେ ଯୁବମୋର୍ଚା ତରଫରୁ ଡିସିପି କାର୍ଯ୍ୟାଳୟ ଘେରାଓ

ମମିତା ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବୀରେ ଡିସିପି କାର୍ଯ୍ୟାଳୟ ଘେରାଓ

ଭୂବନେଶ୍ୱର,ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଗ୍ରାମସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ଅତ୍ୟନ୍ତ ଲଜ୍ଜାଜନକ । ଏଭଳି ବର୍ବରୋଚିତ ଓ ବିଭତ୍ସ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସତ୍ତ୍ୱେ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ମଧ୍ୟ କରାଯାଇନାହିଁ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁଙ୍କ ସହ ଶ୍ରୀ ମିଶ୍ରଙ୍କ ଘନିଷ୍ଠତା କାରଣରୁ ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରାଯିବାର ହୀନ ଷଡଯନ୍ତ୍ର ରଚାଯାଉଛି । ନିଜ କ୍ଷମତାର ଅପବ୍ୟବହାର କରାଯାଇ ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ ମଧ୍ୟ କରିଦିଆଯାଉଛି । 

ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ନୀରବ ରହିବା ସାଧାରଣରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ମିଶ୍ର କ୍ଷମତାରେ ଥିବା ପର୍ଯ୍ୟନ୍ତ ଏହି ଘଟନାର ନିରପେକ୍ଷ ତଦନ୍ତ ଅସମ୍ଭବ । ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରିବା ସହ ଘଟଣାର ତଦନ୍ତ ସିବିଆଇ ଦ୍ବାରା କରାଇବା ଦାବୀରେ ବିଜେପି । ଯୁବମୋର୍ଚ୍ଚା ତରଫରୁ ଭୁବନେଶ୍ବର ଡିସିପି କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଯଥାଶୀଘ ବିହିତ ପଦକ୍ଷେପ । ଗ୍ରହଣ ନକଲେ ଯୁବମୋର୍ଚ୍ଚା ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ସାମିଲ ହୋଇଥିବା ନେତୃବୃନ୍ଦ କହିଛନ୍ତି ।

ଯୁବମୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ରଶ୍ମୀରଂଜନ ମୁଦୁଲିଙ୍କ ନେତୃତ୍ବରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଘେରାଓ । କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ, ଜିଲ୍ଲା ସଭାପତି । ବାବୁ ସିଂ, ରାଷ୍ଟ୍ରୀୟ ଉପସଭାପତି ଅର୍ପିତା ଅପରାଜିତା ବଡଜେନା, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ମନୋଜ ପଶ୍ଚିମକବାଟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ପଣ୍ଡା, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁନୀଲ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ଦିଲୀପ ବେହେରା, ମହିଳା ମୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ମିଡିଆ ସଂଯୋଜକ ସୁଜିତ ସାହୁ, ସୁନୀଲ ସ୍ୱାଇଁ, ଶିବାଶିଷ ମହାନ୍ତି, ଶୁଭକାନ୍ତ ସାହୁ, ପ୍ରତୀକ୍ଷା ଆଚାର୍ଯ୍ୟ, ଆଦର୍ଶ ପଟ୍ଟନାୟକ, ଅଜିତ ବିଶୋଇ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ପୋଲିସ ଶହ ଶହ କାର୍ଯ୍ୟକର୍ତାଙ୍କୁ ଗିରଫ କରିଥିଲା । 

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget