loading...

ଦାବି ପୂରଣ ପାଇଁ ଗାଁସାଥୀଙ୍କ ଅଭିନବ ପ୍ରତିବାଦ ବିଧାନସଭା ଆଗରେ ସଫେଇ ଅଭିଯାନ ସହିତ ରାଲି

ଦାବି ପୂରଣ ପାଇଁ ଗାଁସାଥୀଙ୍କ ଅଭିନବ ପ୍ରତିବାଦ ବିଧାନସଭା ଆଗରେ ସଫେଇ ଅଭିଯାନ ସହିତ ରାଲି କଲେ ଗାଁସାଥୀ

ଦାବି ପୂରଣ ପାଇଁ ଗାଁସାଥୀଙ୍କ ଅଭିନବ ପ୍ରତିବାଦ ବିଧାନସଭା ଆଗରେ ସଫେଇ ଅଭିଯାନ ସହିତ ରାଲି

ଭୁବନେଶ୍ୱର, ୫ ଦଫା ରାଜ୍ୟସ୍ତରୀୟ ଦାବି ନେଇ ଚଳିତ ମାସ ୨୫ ତାରିଖଠାରୁ ବିଧାନସଭା ଆଗରେ ଆନ୍ଦୋଳନ ଜାରି ରଖୁଛି, “ ଗାଁସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ । ଉକ୍ତ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ବରେ ଆଜି ସଂଘର ରାଜ୍ୟ କମିଟି ତରଫରୁ ଏକ ନିଆରା ଢଙ୍ଗରେ ରାସ୍ତାରେ ଝାଡ଼ୁମାରିବା ସହିତ ଲୋୟର ପି.ଏମ୍.ଜି.ରେ ରାଲି କରାଯାଇଥିଲା । 

ଅତ୍ୟନ୍ତ ପ୍ରତିକ୍ରିୟାର ସହିତ ସଂଘର ସଭ୍ୟ ସଭ୍ୟମାନ ଆଜିର ରାଲିର କ୍ଷୋଭ ପ୍ରକାଶ କରିଥିଲେ । ଏଠାରେ ସୂଚନାଯୋଗ୍ୟଯେ, ୫ଦଫା ଦାବି ଯଥା- ସମସ୍ତ ନ୍ୟାୟଆଶାୟୀ ଗାଁସାଥୀ (ମେଟ୍)ଙ୍କୁ ପର୍ଯ୍ୟାପ୍ତ କାର୍ଯ୍ୟ ସହିତ ମାସିକ ୮ ହଜାରରୁ ଊଦ୍ଧ ପ୍ରୋତ୍ସାହନରାଶି ପ୍ରଦାନ, ୯୪୦ଚିଠି ଅନୁସାରେ । ମାସକୁ ୧୦ ଦିନର ଗ୍ୟାରେଣ୍ଟି କାର୍ଯ୍ୟ ଦେଇ ନପାରିଲେ ବେକାରୀ ଭତ୍ତା ପ୍ରଦାନ, ସବୁ ଗାଁସାଥୀ (ମେଟ୍)ଙ୍କୁ ୨୦,୦୦୦/ - (କୋଡିଏ ହଜାରରୁ) ଊଦ୍ଧ କୋଭିଡ୍ ସହାୟତା ରାଶି ପ୍ରଦାନ, ସବୁ ଜବକାର୍ଡଧାରୀମାନଙ୍କୁ ୧୦୦ ଦିନ ପରିବର୍ଭେ ୨୦୦ ଦିନର କାର୍ଯ୍ୟ ଯୋଗାଣ ଓ ମଜୁରୀ ବୃଦ୍ଧି ଇତ୍ୟାଦି ଦାବି ଉପରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ବୈଠକରେ ହୋଇଥିବା ନିଷ୍ପତ୍ତି ଓ ପ୍ରତିଶ୍ରୁତି ପାଳନ ପାଇଁ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମହୋଦୟ ୧୫ ଦିନର ସମୟ ନେଇଥିଲେ । 

ମାତ୍ର ୧୫ ଦିନ ପରିବର୍ତ୍ତେ ୫୦ଦିନ ବିତିଥିଲେ ମଧ୍ୟ ଏଯାବତ୍ ଦାବି ପୂରଣ ନହେବାରୁ ସଂଘ ତରଫରୁ ବିଭିନ୍ନ ଅଭିନବ ଧାରାରେ ବିଧାନସଭା ଆଗରେ ଆନ୍ଦୋଳନ ଜାରି ରହିଛି ବୋଲି ସଂଘ ତରଫରୁ ପ୍ରକାଶ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଁସାଥୀ ସଂଗଠକ – ଲକ୍ଷ୍ମୀଧର ବିଶ୍ୱାଳ, ସୌଭାଗ୍ୟ ମିଶ୍ର, କୁଳମଣି ମେଣ୍ଟା, ରବିନ୍ଦ୍ର ଗୌଡ଼, ଚରଣ ନାହାକ, ହେମନ୍ତ ନାହାକ, ପ୍ରକାଶ ମଲ୍ଲିକ, ବିକାଶ ନାୟକ, ସନ୍ନ୍ୟାସୀ ନାୟକ, ଅରୁଣ ବେହେରା, ଚଞ୍ଚଳା ବେହେରା, ମଙ୍ଗଲ ସାଇ ଭଦ୍ରା, ଶରତ ଗୁଣ୍ଡା, ତ୍ରିନାଥ ଖୋରା, ରାମସ୍ବାମୀ ପିଡ଼ିକା ଓ ଅନ୍ୟ ଏକ ହଜାରରୁ ଅଧିକ ଗାଁସାଥୀ (ମେଟ) ରାଜ୍ୟ, ଜିଲ୍ଲା ଓ ବ୍ଲକ ସଂଗଠକଗଣ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget