ଭୁବନେଶ୍ୱର, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବ ବରେଣ୍ୟ ନାରୀନେତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କର ୩୭ ତମ ପୂଣ୍ୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ପକ୍ଷରୁ ଆଜି ଭୁବନେଶ୍ବର ସ୍ଥିତ ଇନ୍ଦିରା ପାର୍କଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ସମାରୋହ ସ୍ମୃତି କମିଟିର ସାଧାରଣ ସମ୍ପାଦକ ତଥା ପିସିସି କିଷାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି ।
ଜଟଣୀ ବିଧାୟକ ତଥା ସ୍ମୃତି କମିଟିର ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସର୍ବଧର୍ମ ପ୍ରାର୍ଥନା ସଭା, ଇନ୍ଦିରାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ, ରାଷ୍ଟ୍ରୀୟ ସଂକଳ୍ପ ଶପଥପାଠ ପ୍ରଭୃତି ଅନୁଷ୍ଠିତ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ବିଶିଷ୍ଟ ଆଇନଜିବୀ ଶିବନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ, ଯୁଧୁଷ୍ଠିର ଜେନା, କଂଗ୍ରେସ ନେତା ମନୋରଞ୍ଜନ ଦାସ, ଜଞ୍ଜେଶ୍ଵର ବାବୁ, ଚିନ୍ମୟ ସୁନ୍ଦର ଦାସ, ସ୍ଵାଧୀନ ବାଳା ଦାସ ପ୍ରମୁଖ ବହୁ ନେତୃବୃନ୍ଦ ଓ ଇନ୍ଦିରା ପ୍ରେମୀ ଜନସାଧାରଣ ଓ ଶୁଭେଛୁ ଯୋଗଦେଇ ଇନ୍ଦିରାଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
Post a Comment