ଉତ୍ତରପ୍ରଦେଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେଚ୍ଛବରେ ସରକାରଙ୍କ ଦ୍ବାରା ନିଆଯାଇଥୁବା ଜନହିତକାରୀ ଯୋଜନା ୟୁପିବାସୀଙ୍କ ଜୀବନରେ ଅନେକ ସୁକରପକ ପରିବର୍ତନ ଆଣିଥିବା ବେଳେ ୨ ୦୨ ୨ ରେ ପୁଣି ଥରେ ୟୁପିବାସୀ ବିଜେପିକୁ ଆକ୍ଷୀର୍ବାଦ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାରିଦିନିଆ ୟୁପି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଉତରପ୍ରଦେଶର କାନପୁରରେ ଆୟୋଜିତ କାନପୁର-ବୃନ୍ଦଲଖଣ୍ଡ କ୍ଷେତ୍ରର କର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ କାର୍ଯ୍ୟକର୍ତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି । ଏହି ଅବସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୟୁପିରେ ୨ ୦୨ ୨ ନିର୍ବାଚନ ପଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ଦଳ ପକ୍ଷରୁ ବିଭିନ୍ନ ବୈଠକ ଅନୁଷ୍ଠିତ ହେଉଛି ।
ଦଳରେ ଅଢେଇ କୋଟି ସକ୍ରିୟ ସଦସ୍ୟ ଥୁବା ବେଳେ ଆହୁରି ଦେଢ଼ କୋଟି ସଦସ୍ୟଙ୍କୁ ଯୋଡ଼ିବା ପାଇଁ ଗତକାଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲକ୍ଷ୍ମୀ ଠାରେ ‘ମେରା ପରିବାର ବିଜେପି ପରିବାର’ ସଦସ୍ୟତା । ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହା ବ୍ୟତିତ ଉତରପ୍ରଦେଶ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାର ଗାଡ଼ିର ମଧ୍ୟ ଶୁଭାରମ୍ଭ କରାଯାଇଛି । ୨୦୨ ୨ ରେ ୟୁପି ନିର୍ବାଚନରେ ବିଜେପି ୩୦୦ରୁ ଅଧୁକ ସିଟରେ ବିଜୟୀ । ହେବା ସହ ଉତରପ୍ରଦେଶରେ ପୁଣି ଥରେ ଇତିହାସ ରଚିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେଟ୍ର ଏବଂ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଉତରପ୍ରଦେଶରେ ଆଜି ଗୁଣ୍ଡାରାଜ ସମାପ୍ତ ହୋଇଛି । ଏହାବ୍ୟତିତ କୋରନା ସମୟରେ ପ୍ରଧାନମନ୍ତ୍ରୀ ଜନକଲ୍ୟାଣକାରୀ ଯୋଜନାରୁ ଅନେକ ଲୋକ ସେବା ପାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ପ୍ରତି ୟୁପିବାସୀଙ୍କ ଆସ୍ଥା ବଢ଼ିଛି । ମୋଦି ସରକାର ନିର୍ଣ୍ଣାୟକ, ଇମାନ୍ଦର, ଦମଦାର ସରକାର ତଥା ସମସ୍ତଙ୍କ ସରକାର ଏବଂ ସମସ୍ତଙ୍କ ପ୍ରୟାସରେ ସରକାର । ଏଥର ନିଶ୍ଚିତ ଭାବରେ ଉତରପ୍ରଦେଶର ଲୋକମାନେ ବିଜେପି ଉପରେ ପୁଣି ଥରେ ଜନଆଶୀର୍ବାଦ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଆଜିର ବୈଠକରେ ୟୁପି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, ପ୍ରଦେଶ ମହାମନ୍ତ୍ରୀ ସଂଗଠନ ସୁନୀଲ ବଂଶଲଙ୍କ ସମେତ ମଣ୍ଡଳ ଓ ବୁଥ ଏବଂ ଜିଲ୍ଲା ସ୍ତରରୁ ଅନେକ କର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।
Post a Comment