loading...

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବିରୋଧ କରି କାଳି ଓ ଅଣ୍ଡାମାଡ଼

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବିରୋଧ କଳା ପତାକା ପ୍ରଦର୍ଶନ, କାଳି ଓ ଅଣ୍ଡାମାଡ଼

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବିରୋଧ କରି କାଳି ଓ ଅଣ୍ଡାମାଡ଼

ଭୁବନେଶ୍ୱର, ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନେ ଏୟାରପୋର୍ଟ ଛକଠାରେ କଳା ପତାକା ପ୍ରଦର୍ଶନ କରିବା ସହ କାଳି ଓ ଅଣ୍ଡାମାଡ଼ କରିଛନ୍ତି । ଏହି ପୁରୀପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ କହିଛନ୍ତି ଯେ ଲକ୍ଷ୍ମୀପୁର ଖେରୀ କୃଷକ ହତ୍ୟା ମାମଲାର ମୁଖ୍ୟ ଅପରାଧୁ ହେଉଛନ୍ତି ମନ୍ତ୍ରୀ ଅଜୟ ମିଶ୍ର । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ତ୍ରୀଙ୍କର ଅପରାଧକୁ ଘଣ୍ଟ ଘୋଡାଉଛନ୍ତି । ଏହି ମନ୍ତ୍ରୀଙ୍କର ପୁଅ ଆଶିଷ ମିଶ୍ର ଚାଷୀ ଆନ୍ଦୋଳନକୁ ଦମନ କରିବାପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନରତ ଚାଷୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ । ଏଥିରେ ୪ ଜଣଚାଷୀ ହତ୍ୟା ହେବା ସହ ଅନେକ ଋଷୀ ଅତି ଗୁରୁତ୍ବର ଭାବରେ ଆଘାତପ୍ରାପ୍ତ ହୋଇଛନ୍ତି । 

ଏହି ସମଗ୍ର ମର୍ମାନ୍ତୁଦ ଘଟଣାର ଚକ୍ରାନ୍ତକାରୀ ହେଉଛନ୍ତି ମନ୍ତ୍ରୀ ଅଜୟ ମିଶ୍ର । ନରେନ୍ଦ୍ର ମୋଦି ଜଣେ ଋଷୀ ବିରୋଧ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଜୟ ମିଶ୍ରଙ୍କୁ କୋଳାଗ୍ରତ କରିଛନ୍ତି । ମାତ୍ର କଂଗ୍ରେସ ଦଳ ଜୟ ଜବାନ ଓ ଜୟ କିଷାନ” ନୀତିରେ ବିଶ୍ୱାସ କରେ । ଓଡ଼ିଶା ଏକ କୃଷିପ୍ରଧାନ ଦେଶ ଏବଂ ଆମ୍ଭେମାନେ ସବୁ । ଚାଷୀ ପରିବାରରୁ ଆସିଛୁ । ଜଣେ ଚାଷୀର ମୃତ୍ୟୁରେ ଦେଶର ଅମାପ କ୍ଷତି ହୁଏ । ସୁତରାଂ ମନ୍ତ୍ରୀ ଅଜୟ ମିଶ୍ର ଏ ଦେଶର ଚାଷୀଙ୍କର ଶତୃ । ଏହି ଋଷୀ ହତ୍ୟାକାରୀ ମନ୍ତ୍ରୀଙ୍କୁ ଆମେ ଓଡ଼ିଶା ମାଟିରେ ପ୍ରତିବାଦ ଜଣାଇଛୁ ଏବଂ ତାଙ୍କର ବହିସ୍କାର ଓ ଗିରଫ ଦାବି କରୁଛୁ ।

ଆଜି ୫୦୦ ରୁ ଉର୍ଦ୍ଧ ଛାତ୍ର କଂଗ୍ରେସ କର୍ମୀ ସକାଳ ୮ ଘଣ୍ଟା ସମୟରେ ଛଅ ନମ୍ବର ହସପିଟାଲ ଠାରୁ ଏୟାରପୋର୍ଟ ଠାରେ ଥିବା ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଏକ ବିଶାଳ ରାଲିରେ ଯାଇଥୁଲା । ଛାତ୍ର କଂଗ୍ରେସର ପ୍ରସ୍ତୁତି ଦେଖୁ ପୋଲିସ ନିଦ୍ଧାରିତ ରାସ୍ତା ବଦଳାଇ ନବୀନ ନିବାସ ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ନେଇଯାଇଥିଲେ । ମାତ୍ର ଛାତ୍ର କଂଗ୍ରେସର କର୍ମକର୍ତାମାନେ ଚାରିପଟୁ ଜଗିଥିଲେ । ସେମାନେ ହତ୍ୟାକାରୀ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବା ସହ କାଳି ଓ ଅଣ୍ଡାମାଡ଼ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ନିହାର ବେହେରା, ସଂକୁନା କହଁର, ବିକାଶ ପଶୁପାଳକ, ଦେବାଶିଷ ମହାନ୍ତି, ସାଗର ପଟ୍ଟନାୟକ, ଅବିନାଶ ନନ୍ଦ, କାର୍ତ୍ତିକେଶ୍ଵର କାଣ୍ଡି, ରଞ୍ଜିତ ସେନାପତି, ଜଗଦିଶ ଗଜେନ୍ଦ୍ର, ଏହମ୍ମଦ ଖାନ, ଅଖୁଳେଷ ଯାଦବ, ବିଶ୍ବଭୂଷଣ ମହାପାତ୍ର, ନିତେଶ ବେହେରା, ସାହରୁଖ ଖାନ, ଆଦିତ୍ୟ କହଁର, ସନ୍ଦିପ ରାଉତରାୟ, ସମିତ୍ତଲ ହକ, ସଂଜିବ ରାଉତ, ସାମସଙ୍ଗ ଦାସ, ଜିତେନ୍ଦ୍ର ମଲ୍ଲିକ, ଶୁଭମ ନନ୍ଦ, ଆର୍ଯ୍ୟନ ସାସମଲ, ଆଶୁତୋଷ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଅଂଶଗ୍ରହଣ କରିଥିଲେ । ପୋଲିସ ଆନ୍ଦୋଳନ ରତ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ୪୦ ଜଣଙ୍କୁ ଗିରଫ କରି ଅଟକ ରଖୁଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget