loading...

ପିସିସି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବ

ପିସିସି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ରାଜ୍ୟ ସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କୁ ଦେଶର ସଂହତି ଓ ଅଖଣ୍ଡତା ପାଇଁ କାର୍ଯ୍ୟକରିବାକୁ ଶପଥ କରାଇଥିଲେ । ସୁତି ସମିତିର ସାଧାରଣ ସଂପାଦକ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିର୍ମୂତି ଓ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ଯୁଧୁଷ୍ଠୀର ଜେନା, ଶିବାନନ୍ଦ ରାୟ, ରବିନ୍ଦ୍ର କୁମାର ସେଠୀ, ଯଜ୍ଞଶ୍ଵର ବାବୁ, ଶୁଭେନ୍ଦୁ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ପତ୍ନାକର ଗୁରୁ, ବିସ୍ମୟ ମହାପାତ୍ର, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ଶୁଶାନ୍ତ ତ୍ରିପାଠୀ, ରଜନୀ ମହାନ୍ତି, ସ୍ଵାଧୀନବାଳା ଦାସ, ଶ୍ରେୟାସ୍ମିତା ପଣ୍ଡା, ଜୟକୃଷ୍ଣ ମଲ୍ଲିଆ, ଭାସ୍କର ସେଠୀ, ରାଜକିଶୋର ବାରିକ, ମନୋରଞ୍ଜନ ରାଉତରାୟ, ଏମଡି ଶାହାଦୁଲ୍ଲା, ଦେବେନ୍ଦ୍ର ପ୍ରସାଦ ଦାସ, ସଂଜୟ ମିଶ୍ର, ସାଗର ପରିଡ଼ା, କୁସୁମ ପ୍ରଧାନ, ମୁନି ଥାସା, ସତ୍ୟବ୍ରତ ନାୟକ, ଅଜୟ ସାହୁ, ଦୀପକ କୁମାର ସାହୁ, ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ, ଖଗେଶ୍ଵର ମଲ୍ଲିକ, ନଳିନୀ କାନ୍ତ ନାୟକ, ତାପସ ସେଠୀ, ବାବୁ ଜେନା, ବିପିନ ପାତ୍ର ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget