ଭୁବନେଶ୍ବର,୧୯୭୧ ମସିହାରେ ସଂଘଠିତ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ଐତିହାସିକ ବିଜୟ ପ୍ରାପ୍ତିର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଶା ପରିକ୍ରମା କରୁଥିବା ସମ ବିଜୟ ମଶାଲକୁ ଆଜି ଅପରାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ ଭବନରେ ସମାନ ସହ ସ୍ବାଗତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ୧୯୭୧ ବୀର ଯୋଦ୍ଧାମାନଙ୍କୁ ସମ୍ମାନିତ ଓ ସମର୍ଜିତ କରାଯାଇଛି । ରାଜ ଭବନ ପରିସରରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହକୁ ସମର୍ଷିତ କରି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ ଏବଂ ମା’ଙ୍କ ସେବାରେ ରହିଛି ଜୀବନର ସାର୍ଥକତା।
ଜୀବନର ପ୍ରତିଟି ରକ୍ତବିନ୍ଦୁ , ପ୍ରତିଟି କ୍ଷଣ,ଭାରତମାତାଙ୍କ ପାଇଁ ସମର୍ପିତ ଏବଂ ଏହି ଚିନ୍ତନ ଓ ଦର୍ଶନକୁ ଆମର ବୀର ସୈନିକମାନେ କାର୍ଯ୍ୟରେ ପରିଣତ କରିଛି । ସେମାନଙ୍କର ତ୍ୟାଗ ଓ ବଳିଦାନ ପାଇଁ ଆମେ ଶାନ୍ତି ଓ ସମୃଦ୍ଧିକୁ ଜୀବନରେ ହାସଲ କରିଅଛୁ । ଭାରତର ବୀର ଯବାନମାନେ ଆମର ଚିର ନମସ୍ୟ ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ଆମର ପରମ କର୍ତବ୍ୟ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ । ଓଡିଶାରେ ବାସ କରୁଥିବା ୧୯୭୧ ମସିହାର ୧୫୪ ଜଣ ବୀର ଯୋଦ୍ଧାଙ୍କୁ ରାଜ୍ୟପାଳ ସୁତି । ଫଳକ ଓ ଶାଲ ପ୍ରଦାନ ପୂର୍ବକ ସମର୍ଜିତ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ଉଚ୍ଚପଦସ୍ଥ ଅଧୁକାରୀ, ସେନା ତରଫରୁ ବ୍ରିଗେଡିୟର ପ୍ରଶାନ୍ତ ଚୌହାନ-ସେନା ମେଡାଲଛତିଶଗଡ ଏବଂ ଓଡିଶା ଅଂଚଳ, ଲେଫ୍ଟନାଣ୍ଟ ଜେନେରାଲ ଏସ୍. ମୋହନ ଏବଂ ୧୨୦ ବାଟାଲିୟନର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ
Post a Comment