loading...

୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରେ ବିଜୟ ମଶାଲ ସ୍ବାଗତ ସମ୍ବର୍ଦ୍ଧନା

୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଗତକାଲି

୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରେ ବିଜୟ ମଶାଲ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ବର, ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଗତକାଲି ଭୁବନେଶ୍ବରରେ ପହଁଚିଥିବା ସୂର୍ଯ୍ୟମ ବିଜୟ ମଶାଲ ଆଜି ସକାଳେ ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବୀର ଯବାନଙ୍କ ଘରକୁ ଗସ୍ତ କରିଥିଲା । କର୍ଣ୍ଣେଲ ଯଶୱନ୍ତ ସିଂହଙ୍କ ତତ୍ବାବଧାନରେ ସେନା ମର୍ଯ୍ୟାଦାର ସହ ପାଇପ୍ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟରେ ବିଜୟ ମଶାଲ ପ୍ରଥମେ ଭୁବନେଶ୍ବର ଘାଟିକିଆସ୍ଥିତ ବିପୁଳ ଗାଣ୍ଡେରେ ରହୁଥୁବା ଯୁଦ୍ଧ ବୀର ଯବାନର ଭିତେରାନ) ମାଷ୍ଟର ୱାରା ଅଫିସର ଲୋକନାଥ ସାହୁଙ୍କ ଘରେ ପହଁଚିଥୁଲା । ସେଠାରେ ଅନ୍ୟମାନଙ୍କ ମଧ୍ୟରେ ବାୟୁସେନାର ଅବସରପ୍ରାପ୍ତ ଅନରାରୀ ଫାଇଂ ଅଫିସର ନନ୍ଦ କିଶୋର ପଣ୍ଡା, ଜେ.ଡବ୍ ଓ ତଥା ଓଡିଶା ବାୟୁସେନା ସଂଘର ସଂପାଦକ ଅରୁଣ ମହାନ୍ତି ଏବଂ ବାୟୁସେନା ସଂଘ ସଭାପତି,ପୁରୀ ଶ୍ରୀ ନୃସିଂହ ମହାନ୍ତିଙ୍କ ସମେତ କଲୋନୀର ଅନ୍ତେବାସୀମାନେ ଉପସ୍ଥିତ ରହି ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

ପରେ ପରେ ବିଜୟ ମଶାଲ ନିଳାଦ୍ରି ବିହାର ସ୍ଥିତ ଯୁଦ୍ଧ ବୀର ଯବାନ କଣ୍ଟିଲ ରମେଶ ଚନ୍ଦ୍ର ପାତ୍ରଙ୍କ ଘରକୁ ଯାତ୍ରା କରିଥିଲା । ସେଠାରେ କର୍ଣ୍ଣେଲ ପାତ୍ରଙ୍କ ସପରିବାର ଉପସ୍ଥିତ ରହି ବିଜୟ ମଶାଲକୁ ସ୍ଵାଗତ କରିଥିଲେ । ୮୩ ବର୍ଷ ବୟସରେ ଉପନୀତ କର୍ଣ୍ଣେଲ ପାତ୍ର, ଭାରତ- ପାକିସ୍ତାନ ଯୁଦ୍ଧ ସମୟରେ ସିଗନାଲ ବିଭାଗରେ ଯୋଗାଯୋଗ (କମ୍ୟୁନିକେସନ) ଦାୟିତ୍ବରେ ରହି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥଲେ ବୋଲି କହିବା ସହିତ ଦେଶ ପାଇଁ ୧୯୭୧ ଯୁଦ୍ଧରେ ଯୋଗଦାନ କରି ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।
ଏହାପରେ ସ୍ୱର୍ଣ୍ଣିମ ବିଜୟ ମଶାଲ ନିଳାଦ୍ରୀ ବିହାର ନିକଟସ୍ଥ ପଦ୍ମପାଣି ବିହାରସ୍ଥିତ ଏ.ଡବ୍ ଏଚ୍ ଓ କଲୋନୀ ଯାତ୍ରା କରି ୧୯୭୧ ଯୁଦ୍ଧ ବୀର ଯବାନ ମେଜର ଜେନେରାଲ ବିକାଶ କୁମାର ମହାନ୍ତି ଏବଂ ଲେଫ୍ଟନାୟେ କର୍ଣ୍ଣେଲ ଶିବରାମ ଶତପଥୀଙ୍କ ଘରକୁ ଯାତ୍ରା କରିଥିଲା । 

ସେନାରେ ୨୫ ବର୍ଷ ବୟସରେ ଯୁଦ୍ଧରେ ଜଣେ ଡାକ୍ତର ଭାବେ କାର୍ଯ୍ୟ କରିଥିବା ମେଜର ଜେନେରାଲ ମହାନ୍ତି ଯୁଦ୍ଧ ସମୟର ଅଭିଜ୍ଞତା ବଖାଣିବା ସହିତ ଯୁଦ୍ଧରେ ଭାରତ ବିଜୟ ଲାଭ କରି ବାଙ୍ଗଲାଦେଶକୁ ସ୍ୱାଧୀନତାର ବଡ଼ ଉପହାର ଦେଇଛି ବୋଲି ପ୍ରକାଶ କରିଥିଲେ । ସେହିପରି କର୍ଣ୍ଣେଲ ଶିବରାମ ଶତପଥୀ ୧୯୭୧ ଯୁଦ୍ଧରେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରି ସେ ସମୟର ଯୁଦ୍ଧ କୌଶଳ, ସତର୍କତା ଓ ଆମ ସେନାମାନଙ୍କର ଦୃଢ ଆତ୍ମବଳ ସମ୍ପର୍କରେ ଅଭିବ୍ୟକ୍ତି ପ୍ରକାଶ କରି ଦେଶ ପାଇଁ ଲଢିବା ବୀରୋଚିତ କାର୍ଯ୍ୟବୋଲି କହିଥିଲେ । ପରେ ପରେ ଅପରାହ୍ନରେ ବିଜୟ ମଶାଲ ୧୨ ୦ ବାଟାଲିୟନ ପ୍ରତ୍ୟାବର୍ତନ କରି ରାଜଭବନଠାରେ ୧୯୭୧ ଯୁଦ୍ଧ ବୀର ଯବାନମାନଙ୍କ ନିମନ୍ତେ ଆୟୋଜିତ ସ୍ୱତନ୍ତ୍ର ସସର୍ଜନା କାର୍ଯ୍ୟକ୍ରମରେ ସାମିଲ ହୋଇଥୁଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget