ଭୁବନେଶ୍ବର, ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ ଓ ବିଭାଗୀୟ ମୁଖ୍ୟ ଅମଲା ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ ଆଦ୍ୟ ସନ୍ଧ୍ୟା ୦୬ ଘଟିକା ସମୟରେ କ୍ଷୁଦ୍ର ଜଳସେଚନ ବିଭାଗ ସଭା ଗୃହରେ Covid ନିୟମାବଳୀ ପାଳନ ପୂର୍ବକ ଅନୁଷ୍ଠିତ ହୋଇଥିଲା । ଉକ୍ତ ନିର୍ବାଚନରେ ଉଭୟ ସଂଘର ଭୋଟର ଅଂଶଗ୍ରହଣ କରି ୨୦୨୧ -୨୨ ଓ ୨୦୨୨ -୨୩ ପାଇଁ କର୍ମକର୍ତ୍ତା ନିର୍ବାଚନ କରିଥିଲେ । ନିର୍ବାଚନ ଫଳାଫଳ ଅନୁଯାୟୀ ଶ୍ରୀଯୁକ୍ତ ମିହିର ନାରାୟଣ ଜେନା ଓ ଶ୍ରୀଯୁକ୍ତ ଭୁବନ ବିହାରୀ ମହାପାତ୍ର ଯଥାକ୍ରମେ ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘର ସଭାପତି ଓ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ ।
ସେହିପରି ଶ୍ରୀଯୁକ୍ତ ସୁଧ୍ୟଶୁ ପାତ୍ର ଓ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ପାଢ଼ୀ ଯଥାକ୍ରମେ ବିଭାଗୀୟ ମୁଖ୍ୟ ଅମଲାସଂଘର ସଭାପତି ଓ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ। ଏତତ ବ୍ୟତୀତ ଉଭୟ ସଂଘର ବିଭିନ୍ନ ପଦପଦବୀରେ ସଂଗଠନର ବହୁ ଛାମୁଆ ନେତା ତୀବ୍ର ପ୍ରତିଦ୍ବନ୍ଦିତା ମଧ୍ୟରେ ନିର୍ବାଚିତ ହୋଇଥିଲେ। ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ମାନ୍ୟଗଣ୍ୟ ପୁରୁଖା କର୍ମକର୍ତା ମାନେ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ । କରି ବିଭାଗୀୟ ମୁଖ୍ୟ ଦପ୍ତରର ସ୍ୱର୍ଣ୍ଣିମ ଇତିହାସକୁ ଗଗନଷ୍ଟୁମ୍ବୀ କରିବା ପାଇଁ ଆହ୍ବାନ ଦେଇଥିଲେ । ନବନିର୍ବାଚିତ କର୍ମକର୍ତା ମାନେ ଉଭୟ ସଂଘର ସଭ୍ୟ ମାନଙ୍କର ବହୁବିଧ ସମସ୍ୟା ସମାଧାନ ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବେ ବୋଲି ପ୍ରତିଶୃତି ଦେଇଥିଲେ।
Post a Comment