ଭୁବନେଶ୍ୱର,ରାଜ୍ୟର ପ୍ରଗତିରେ ଶିଳ୍ପ ପ୍ରତିଷ୍ଠାନମାନଙ୍କର ଏକ ଗୁରୁଦାୟିତ୍ଵ ରହିଛି । ସେହି ଗୁରୁଦାୟିତ୍ଵକୁ ରାଜ୍ୟର ଶିଳ୍ପ ପ୍ରତିଷ୍ଠାନମାନେ ଗୁରୁତ୍ୱର ସହ ହୃଦୟଙ୍ଗମ କରି ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ନିଜ ପ୍ରତିଷ୍ଠାନକୁ ବିନିଯୋଗ କରିବା ଉଚିତ ବୋଲି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆଶା ପ୍ରକାଶ କରିଛନ୍ତି । ପରିବେଶ ସନ୍ତୁଳନ ସହ ଶ୍ରମିକମାନଙ୍କର କଲ୍ୟାଣ ସାଧନ, ଜନସାଧାରଣଙ୍କ ସହଭାଗିତା ଏବଂ ସାମାଜିକ ଦାୟିତ୍ଵବୋଧ ଉପରେ ଶିଳ୍ପ ପ୍ରତିଷ୍ଠାନମାନଙ୍କର ଅଙ୍ଗୀକାରବଦ୍ଧତା ରହିବା ଉଚିତ ବୋଲି ମଧ୍ୟ ସେ ମତ ପ୍ରକାଶ କରିଛନ୍ତି ।
ଆଜି ଭୁବନେଶ୍ଵରର ନିଉ ମ୍ୟାରିୟନ୍ ହୋଟେଲ୍ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ । । ଅତିଥି ଭାବେ ଯୋଗଦେଇ ବାଚସ୍ପତି ଡ. ପାତ୍ର ଏହି ଅଭିମତ ରଖୁଥିଲେ । ଭାରତରେ ଶିଳ୍ପ ପ୍ରତିଷ୍ଠାନର ସାମାଜିକ । ଦାୟିତ୍ଵବୋଧ-ବିଚାରଧାରା ଏବଂ ଚ୍ୟାଲେଞ୍ଜ' ଶୀର୍ଷକ ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିପୁରାର । ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସଂଜୟ କୁମାର ପଣ୍ଡା, ନାଲ୍କୋର ମାନବସଂଶାଧନ ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆଲୋଚନା ଚକ୍ରରେ ନିଜ ନିଜର ଅଭିମତ ରଖୁଥିଲେ ।
ଆଲୋଚନା ଚକ୍ରର ପରିଚାଳନାରେ ବି.କେ. ମିଶ୍ର ଏବଂ ସହପରିଚାଳକ ସୁକାନ୍ତ କୁମାର ପଟ୍ଟନାୟକ ସହଯୋଗ କରିଥିଲେ । ଉତ୍ତମ ସାମାଜିକ ଦାୟିତ୍ଵବୋଧ ପାଳନ ସହ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ୩୦ ଜଣ ବିଶିଷ୍ଟ ସମାଜସେବୀଙ୍କୁ ବାଚସ୍ପତି ଡ.ପାତ୍ର ଫୁଲତୋଡ଼ା, ଉତ୍ତରୀୟ ଓ ଫଳକ ପ୍ରଦାନ । । କରି ସମ୍ବର୍ଦ୍ଧିତ କରିଥିଲେ ।
Post a Comment