ଭୁବନେଶ୍ୱର,ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ବର୍ଗତ ଦେବପ୍ରସାଦ ଦାସଙ୍କ ୮୯ତମ ଜନ୍ମଦିନ ଅବସରରେ ଗୁରୁ ଦେବ ପ୍ରସାଦ ଦାସ ଫାଉଣ୍ଡେସନ୍ ଆନୁକୁଲ୍ୟରେ ଷଷ୍ଠ ଗୁରୁ ଦେବ ପ୍ରସାଦ ଦାସ ନୃତ୍ୟ ଉତ୍ସବ ଗତ ୨୮ ତାରିଖ ସନ୍ଧ୍ୟାରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପ୍ରତିଷ୍ଠାତା ସମ୍ପାଦିକା ବିପଞ୍ଚ ଦାସଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ସମ୍ମାନିତ ଅତିଥୀ ଭାବରେ ପାରାଦୀପ ଫସ୍ଫେଟ୍ ଲିମିଟେଡ୍ର ଡିଜିଏମ୍ ସୁଧୀର ରଂଜନ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁସଚିବ ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗଦାନ କରି ଉତ୍ସବର ଉଦ୍ଘାଟନ କରିଥିଲେ ।
ଉପସଭାନେତ୍ରୀ ଶ୍ରୀମତୀ ନମ୍ରତା ଚଢ଼ା ସ୍ଵାଗତ ଭାଷଣ ଦେଇଥିଲା ବେଳେ ଏହି । କାର୍ଯ୍ୟକ୍ରମରେ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନରେ ଗୁରୁ ରାମହରି ଦାସ, ଗୁରୁ ଶ୍ରୀମତୀ ସଂଗୀତା ଗୋସାଇଁ, ଗୁରୁ । ସିକତା ଦାସ, ଗୁରୁ ଅଜୟ କୁମାର ଚୌଧୁରୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଯୁବ ପ୍ରତିଭା ସମ୍ମାନରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁରଜ କୁମାର ସାହୁ, ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଇ ସୁରିୟା, ନବପ୍ରତିଭା ସମ୍ମାନରେ ପଦ୍ମଜା ପ୍ରିୟମ୍ବଦା, ଚିନ୍ମୟ କୁମାର ଦାସ, ମୀରାବାଳା ସାମନ୍ତରାୟ, ଅନିଶା ଅଭିଶିକ୍ତା ରାଉତ ଓ ସୃତିଶ୍ରୀ ସ୍ୱାଇଁଙ୍କୁ ମାନପତ୍ର, ଉତ୍ତରୀୟ ଓ
ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେବପ୍ରସାଦ ଫାଉଣ୍ଡେସନ୍ର ଛାତ୍ରୀମାନଙ୍କ । ତରଫରୁ ବିପଞ୍ଚ ଦାସଙ୍କ ନୃତ୍ୟ ସଂଯୋଜନାରେ ଶାରଳା ବନ୍ଦନା, ଅନୁସୂୟା, ଜ୍ୟୋର୍ତିମୟୀ ଓ ଅଙ୍କିତା ପରିବେଷଣ କରିଥିଲେ ।
ଶ୍ରୀମତୀ ନମିତା ରାୟ, ଶ୍ରୀମତୀ ସଂଗୀତା ଦାସ, ଅନିଶ ରାଘବନ, ଇ ସୁରିୟା ପ୍ରମୁଖ ଓଡ଼ିଶୀ ନୃତ୍ୟ,ଭାରତନାଟ୍ୟମ ଓ ଅନ୍ୟାନ୍ୟ ନୃତ୍ୟ ଅଭିନୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଗୁରୁଙ୍କ ଧର୍ମପତ୍ନୀ ଜିତାରାଣୀ ଦାସଙ୍କ ସହିତ ତାଙ୍କ ପରିବାର ସଦସ୍ୟ ବିଭିନ୍ନ ନୃତ୍ୟଗୁରୁ, ସଂଗୀତ ଗୁରୁ ଓ କଳାପ୍ରେମୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡକ୍ଟର ମୃତ୍ୟୁଞ୍ଜୟ ରଥ ସଞ୍ଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୟୁଟୁବ୍ ସହିତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସିଧାସଳଖ ପ୍ରସାରଣ ହୋଇଥିଲା ।
Post a Comment