loading...

ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ଜାନୁଆରୀ ୧ ତାରିଖ ୨୦୨୨' ମସିହାକୁ ଯୋଗ୍ୟତାଭିଭିକ ତାରିଖ ଭାବେ ଗ୍ରହଣ କରି ଭାରତ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ

ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର, ଜାନୁଆରୀ ୧ ତାରିଖ ୨୦୨୨' ମସିହାକୁ ଯୋଗ୍ୟତାଭିଭିକ ତାରିଖ ଭାବେ ଗ୍ରହଣ କରି ଭାରତ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ୨୦୨୧ ନଭେମ୍ବର ୧ ତାରିଖରେ ରାଜ୍ୟର ସମସ୍ତ ୩୭,୬୦୬ଟି ଭୋଟଗଣତି କେନ୍ଦ୍ର ସହ ୫୮ଟି ଉପଜିଲ୍ଲାପାଳ ତଥା ଭୋଟ ସଂଜୀକରଣ ଅକାରୀ ଓ ୩୦ଟି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧୁକାରୀଙ୍କ କାର୍ଯ୍ୟାଳୟରେ ଡ୍ରାଫଟ୍ ଭୋଟର ତାଲିକା ପ୍ରକାଶ ପାଇବ । ଉପଜିଲ୍ଲାପାଳ ତଥା ଭୋଟ ସଂଜୀକରଣ ଅଧୁକାରୀ ମାଗଣାରେ ସମସ୍ତ ଜାତୀୟ ଓ ରାଜ୍ୟ ସ୍ତରର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଡ୍ରାଫଟ୍ ଭୋଟର ତାଲିକାର କପି ପ୍ରଦାନ କରିବେ ଓ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ନିର୍ଦ୍ଧାରିତ ମୂଲ୍ୟ ଦେଇ ଭୋଟର ତାଲିକାର କପି ନେଇପାରିବେ । 

ଉଚିତ୍ ମୂଲ୍ୟ ଦେଇ ଏହାର ସଫଟ୍ କପି ମଧ୍ୟ ପିଡିଏଫ୍ ମାଧ୍ୟମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନେଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଭୋଟରମାନେ ମଧ୍ୟ ଏହାକୁ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କ ୱେବ୍‌ସାଇଟ୍ www.ceoorissa.nic.in ମାଧ୍ୟମରେ ଦେଖୁପାରିବେ । ନାଗରିକମାନେ ଭୋଟର ତାଲିକାରେ ସେମାନଙ୍କର ନାମ ଯୋଗ ବା ବାଦ ଦେବା କିମ୍ବା ତୁଟି ସଂଶୋଧନ ନିମନ୍ତେ ଦାବି ଓ ଆପତ୍ତି ସଂପୃକ୍ତ ଭୋଟ ସଂଜୀକରଣ ଅଧୁକାରୀଙ୍କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଜଣାଇପାରିବେ । ଏତଦ୍‌ବ୍ୟତୀତ ନାଗରିକମାନେ ମଧ୍ୟ ବୁଥରରେ ନିଯୁକ୍ତ ହୋଇଥିବା ବୁଥ୍ୟସ୍ତରୀୟ ଅଧୁକାରୀ ସାଧାରଣତଃ ଶିକ୍ଷକ କିମ୍ବା ଅଙ୍ଗନୱାଡ଼ି କର୍ମୀ ଦାୟିତ୍ବରେ ଥାଆନ୍ତି, ସେମାନଙ୍କୁ ମଧ୍ୟ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାବି ଓ ଆପତ୍ତି ସଂପର୍କରେ ନଭେମ୍ବର ୧ ତାରିଖଠାରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଜଣାଇପାରିବେ । 

ଏହାଛଡ଼ା ଭାରତ ନିର୍ବାଚନ ଆୟୋଗ ଅନ୍‌ଲାଇନ୍‌ ମାଧ୍ୟମରେ ଏକ ନାଗରିକ ଅନୁକୁଳ ଆପ୍ ଭୋଟର ହେଲପ୍ରଲାଇନ୍ Voter | Help Line App ଓ nvsp.in App ପ୍ରଚଳନ କରିଛନ୍ତି । ଏହି ଆପ୍ ଆଡ୍ରଏଡ୍ ଫୋର ପ୍ରେକ୍ଟୋରରୁ ଓ ଆଇଓଏସ୍ ଆପଲ୍ ଆଇ ପୌର ଆପ୍ ଷ୍ଟୋରରୁ ଡାଉନ୍‌ଲୋଡ଼ କରିପାରିବେ । ଭୋଟର ତାଲିକାରେ ନୂତନ ଭାବେ ନାମ ପଂଜୀକରଣ ନିମନ୍ତେ ଫର୍ମ ନଂ-୬, ଭୋଟର ତାଲିକାରୁ ନାମ ବାଦ ଦେବା ନିମନ୍ତେ ଫର୍ମ ନଂ-୭ ଓ ଭୋଟର ତାଲିକାରେ ନାମ, ଠିକଣା ଓ ବୟସ ଇତ୍ୟାଦିରେ ତ୍ରୁଟି ଥିଲେ ଫର୍ମ ନଂ-୮ରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନ୍ୟ ଏକ ସ୍ଥାନ ପରିବର୍ତ୍ତନ କରିବାକୁ ହେଲେ ଫର୍ମ ନଂ-୮(କ)ରେ ଆବେଦନ କରିବାକୁ ହେବ । ନିର୍ଦ୍ଧାରିତ ଆପ୍ ଡାଉନ୍‌ଲୋଡ୍ କରିସାରିବା ପରେ ଫର୍ମ ପୂରଣ କରିବାକୁ ହେବ ଓ ସଠିକ୍ ବାସ ସ୍ଥାନ ଠିକଣା ନିମନ୍ତେ ବିଦ୍ୟୁତ ବିଲ୍ / ଟେଲିଫୋନ୍ ବିଲ୍ / ଜମିଜମା ଦସ୍ତାବିଜ୍‌ର ସ୍କାନ୍ କପି ଅଲୋଡ୍ କରିବାକୁ ହେବ । 

ସେହିପରି ଜନ୍ମତାରିଖ ପ୍ରମାଣିତ କରିବା ନିମନ୍ତେ ଜନ୍ମ ପ୍ରମାଣପତ୍ର ପାପୋର୍ଟ ପ୍ୟାନ୍‌କାର୍ଡ ମାଟ୍ରିକ୍ ସାର୍ଟିଫିକେଟ୍ ଡ୍ରାଇରିଂ ଲାଇସେନ୍ସର ସ୍କାନ୍ କପି ସହ ପାପୋର୍ଟ ସାଇଜ୍ ଫଟୋ ଅପଲୋଡ୍ କରିବାକୁ ହେବ । ଏଥିରେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ନାଗରିକ ନିଜେ ନିଜର ଫର୍ମ ପୂରଣ କରୁଥିବାରୁ ତୁଟିଶୂନ୍ୟ ଭୋଟର ତାଲିକା ବା ଫଟୋ ପରିଚୟ ପତ୍ର ହୋଇପାରିବ । ଉଭୟ ଇଂରାଜୀ ଓ ଓଡ଼ିଆରେ ନିଜର ନାମ, ଠିକଣା ଓ ବୟସ ଇତ୍ୟାଦି ଭୋଟର ପରିଚୟ ପତ୍ର ଓ ଭୋଟର ତାଲିକାରେ ତ୍ରୁଟିଶୂନ୍ୟ ହୋଇପାରିବ । ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧୁକାରୀ ତଥା ଜିଲ୍ଲାପାଳ ଓ ଭୋଟ ଫଜୀକରଣ ଅଧୁକାରୀ ତଥା ଉପ ଜିଲ୍ଲାପାଳମାନଙ୍କୁ ନେଇ ତା. ୨୯/୧୦/୨୦୨୧ରେ ମୁଖ୍ୟ ନିର୍ବାଚନ ଅଧୁକାରୀ ଏକ ଭଚୁଆଲ୍ ବୈଠକ କରିଥିଲେ । 

ଏହି ବୈଠକରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଜିଲ୍ଲାସ୍ତରରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ବୈଠକ କରାଯାଇ ବୁଥରରେ ବୁଥରୀୟ ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ସହାୟତା ନିଆଯିବ । ବୁଥରୀୟ ଏଜେଣ୍ଟମାନେ ତୁଟିଶୂନ୍ୟ ଭୋଟର ତାଲିକା । ପ୍ରସ୍ତୁତିରେ ଭୋଟ ଫଜୀକରଣ ଅଧୁକାରୀଙ୍କୁ ସହାୟତା କରିବେ, ଯେପରି ଜଣେ ଯୋଗ୍ୟ ଭୋଟର ବାଦ୍ ନ ପଡ଼ନ୍ତି । । ଏଣୁ ନିମନ୍ତେ ନଭେମ୍ବର ମାସର ପ୍ରଥମ ଓ ତୃତୀୟ ରବିବାର ଅର୍ଥାତ୍ ନଭେମ୍ବର ୭ ତାରିଖ ଓ ନଭେମ୍ବର ୨୧ ତାରିଖରେ ସବୁ ବୁଥରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ । ଉକ୍ତ ଦିନ ବୁଥରୀୟ ଅଧୁକାରୀମାନେ ସକାଳ ୧୦ଟାଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଉପସ୍ଥିତ ରହି ନାଗରିକମାନଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରିବେ । 

ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କର ୯ ଜଣ ବରିଷ୍ଠ ଅଧୁକାରୀଙ୍କୁ ରୋଲ୍ ଅବଜରଭର ଭାବେ ନିଯୁକ୍ତ କରାଯାଇଛି । ରୋଲ୍ ଅବଜରଭମାନେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ଏ ସମସ୍ତ କାର୍ଯ୍ୟର । ତଦାରଖ କରି ଜିଲ୍ଲା ନିର୍ବାଚନ ଅଧୁକାରୀଙ୍କୁ ଜଣାଇବେ । ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପଭି ଅଭିଯୋଗଗୁଡ଼ିକର ଫଏସଲା ହେବ ଓ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୨ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ପ୍ରକାଶ କରିଛନ୍ତି । ଭୋଟରମାନଙ୍କ ଘରକୁ ଭୋଟ ପରିଚୟ ପତ୍ର ସ୍କ୍ରିପୋଷ୍ଟ ମାଧ୍ୟମରେ ପଠାଇବା ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥି ନିମନ୍ତେ ଫର୍ମ ପୂରଣ ସମୟରେ ସଠିକ୍ ଡାକ ଠିକଣା ସହ ଏକକ ମୋବାଇଲ୍ ନମ୍ବର ଦେବାକୁ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget