loading...

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ବାରା ରାଜ୍ୟମ୍ବରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ

ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ମାନବସମାଜର ଚିରସହଚର ବିପର୍ଯ୍ୟୟଟିଏ ଆସିଲେ ପରିବାର ତରଫରୁ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତି କରିହୁଏ

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ବାରା ରାଜ୍ୟମ୍ବରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ

ଭୁବନେଶ୍ୱର, ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ମାନବସମାଜର ଚିରସହଚର ବିପର୍ଯ୍ୟୟଟିଏ ଆସିଲେ ପରିବାର ତରଫରୁ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତି କରିହୁଏ । ଜନବସତିରେ ପରିବାର ସହିତ ବସବାସ କରୁଥିବା ଶିଶୁମାନେ ପାରିବାରିକ ସୁରକ୍ଷା ପାଇ ପାରୁଥିବାବେଳେ, କୌଣସି କାରଣରୁ ସେଥିରୁ ଦୂରେଇଯାଇ ଆନୁଷ୍ଠାନିକ ଯନ୍ ବ୍ୟବସ୍ଥାରେ ରହିଥିବା ଶିଶୁମାନଙ୍କୁ ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତ ରଖୁବା ସହିତ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଶିଶୁମାନେ ଅଧୁକ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରଖ୍ ଦିଗରେ ଶିଶୁଯନ୍ତି ଅନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ଆଜି ପୂର୍ବାହ୍ନରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କ ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି ।

୧୯୯୯ ଅକ୍ଟୋବର ୨୯ ତାରିଖରେ ସଂଘଟିତ ମହାବାତ୍ୟା ପରେ ସମଗ୍ର ରାଜ୍ୟରେ ଏହି ଦିନଟିକୁ ଓଡ଼ିଶା । ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଭାସି ମାଧ୍ୟମରେ ବିଭାଗ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଓଡ଼ିଶା ଭଳି ଏକ କ୍ରମାଗତ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ବନ୍ୟା, ବାତ୍ୟା, ମରୁଡ଼ି, ବକ୍ରପାତ, ଅଂଶୁଘାତ, ଭୂସ୍ଖଳନ ଏବଂ ମହାମାରୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶିଶୁଯନ୍ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ଏହାର ମୁକାବିଲା କରିବା ନିମନ୍ତେ ପର୍ଯ୍ୟାପ୍ତ ପ୍ରସ୍ତୁତି ଦିଗରେ ବିଭାଗ ପକ୍ଷରୁ କରାଯାଇଥୁବା ଆକ୍ସନ୍ ପ୍ଲାନ୍ ବେଶ୍ ଫଳପ୍ରଦ ହୋଇପାରିବ ଏବଂ ଏହାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ବ ଆରୋପ କରିଛନ୍ତି । 

କାର୍ଯ୍ୟକ୍ରମ ସହିତ ସଂପୃକ୍ତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ, ଆମ ରାଜ୍ୟର ୨୩୮ଟି ଶିଶୁଯନ୍ନ ଅନୁଷ୍ଠାନରେ ୮୫୦୦ ଶିଶୁଙ୍କୁ ଏକ ନିରାପଦ ଏବଂ ଭୟମୁକ୍ତ ପରିବେଶରେ ରଖୁବା ନିମନ୍ତେ ବହୁବିଧ ପଦକ୍ଷେପ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି । କିନ୍ତୁ କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା, ବିପର୍ଯ୍ୟୟ ପରିଚାଳନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି । ଏହି ପରିପ୍ରେକ୍ଷୀରେ ଶିଶୁଯନ୍ତି ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ନିମନ୍ତେ ବିଭାଗ ତରଫରୁ ଅତି ସ୍ୱଳ୍ପ ସମୟ । ମଧ୍ୟରେ ୟୁନିସେଫ୍ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ମିଳିତ ସହଭାଗିତାରେ ଏସ୍‌ପି,ହ୍ୟାଣ୍ଡବୁକ୍, ପ୍ରଶିକ୍ଷଣ ପୁସ୍ତିକା ଆଦି ପ୍ରସ୍ତୁତ କରାଯାଇଛି । 

ଏଣୁ ସହିତ ଅନୁଷ୍ଠାନଗୁଡ଼ିକର ଯନ୍ତି ପ୍ରଦାନକାରୀମାନଙ୍କୁ । ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହା ଦ୍ଵାରା ଶିଶୁମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଆମେ ଉର୍ପ ପ୍ରଦର୍ଶନ କରିପାରିବା ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକାଶ କରିଥିଲେ । ଏହି ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ନିର୍ଦ୍ଦେଶକ, ସମନ୍ବିତ ଶିଶୁ ବିକାଶ ଶ୍ରୀ ଅରବିନ୍ଦ । ଅଗ୍ରୱାଲ୍ କହିଲେ, “ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଜିରୋ କାଜୁଆଲିଟିକୁ ରାଜ୍ୟ ସରକାର ସର୍ବାଧୂକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ତେଣୁ ବିପର୍ଯ୍ୟୟ ପ୍ରତିକାର, ପ୍ରସ୍ତୁତି, ପରିଚାଳନା ଓ ଦକ୍ଷତା ବୃଦ୍ଧି ମାଧ୍ୟମରେ ଶିଶୁଯନ୍ । ଅନୁଷ୍ଠାନଗୁଡ଼ିକରେ ସୁରକ୍ଷିତ ପରିବେଶକୁ ସୁନିଶ୍ଚିତ କରାଯାଇପାରିବ । ଏଥ ପାଇଁ ସେବା ପ୍ରଦାନକାରୀ କର୍ମଚାରୀମାନଙ୍କୁ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ମୁକାବିଲା ତଥା ଅଗ୍ନିଜନିତ ଦୁର୍ଘଟଣାରୁ ପ୍ରତିହତ କରିବା ନିମନ୍ତେ ନିୟମିତ ପ୍ରଶିକ୍ଷଣ ପ୍ରଦାନପୂର୍ବକ ଶିଶୁଯନ୍ ଅନୁଷ୍ଠାନଗୁଡ଼ିକୁ ଆହୁରି ସୁଦୃଢ଼ କରାଯିବ ।  

ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫର ଓଡ଼ିଶା ରାଜ୍ୟ ମୁଖ୍ୟ ମୋନିକା ନିଲେସନ୍ ଶିଶୁଯନ୍ତି ଅନୁଷ୍ଠାନଗୁଡ଼ିକର ପରିଚାଳନାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୁପକ୍ଷଙ୍କ କନସଲଣ୍ଟାଣ୍ଟ ଗୌତମ ଆର୍ଯ୍ୟଭୂପଣ ଟ୍ରେନିଂ ମତ୍ସ୍ୟର ବିଭିନ୍ନ ପ୍ରାବଧାନ ସଂପର୍କରେ ଆଲୋକପାତ । କରିଥିଲେ । । ଏହି ଅବସରରେ ଓମା ସହାୟତାରେ ପ୍ରସ୍ତୁତ ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କିତ ମାନକ ପରାଳନା ପଦ୍ଧତି (ଏପି), ମାର୍ଗଦର୍ଶିକା (ଡୁ ଆଣ୍ଡ ଜୁନଟସ୍), ଯନ୍ତି ପ୍ରଦାନକାରୀମାନଙ୍କ ନିମନ୍ତେ ପ୍ରଶିକ୍ଷଣ ପୁସ୍ତିକା ଆଦିକୁ ମନ୍ତ୍ରୀ । ଶ୍ରୀମତୀ ସାହୁ ଲୋକାର୍ପଣ କରିଥିଲେ । ଏହି ସବୁ ସାମଗ୍ରୀଗୁଡ଼ିକ ଯଥାଶୀଘ୍ର ସମସ୍ତ ଶିଶୁଯନ୍ତି ଅନୁଷ୍ଠାନମାନଙ୍କୁ ପ୍ରେରଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ପ୍ରାରମ୍ଭରେ ଅତିରିକ୍ତ ଶାସନ ସଚିବ, ଶିଶୁକଲ୍ୟାଣ ଶ୍ରୀମତୀ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାପଣ ପ୍ରଦାନ କରିଥିଲେ ଏବଂ ୟୁନିସେଫ୍‌ ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget