loading...

ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବୀରେ ଜିଲ୍ଲା ବିଜେପି ତରଫରୁ କ୍ୟାପିଟାଲ ଥାନାରେ ଏଫ୍ଆଇଆର୍

ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ ଓ ଗିରଫ ଦାବୀରେ ଜିଲ୍ଲା ବିଜେପି ତରଫରୁ କ୍ୟାପିଟାଲ ଥାନାରେ ଏଫ୍ଆଇଆର୍

ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବୀରେ ଜିଲ୍ଲା ବିଜେପି ତରଫରୁ କ୍ୟାପିଟାଲ ଥାନାରେ ଏଫ୍ଆଇଆର୍

ଭୂବନେଶ୍ୱର,ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ଆଜି ଜିଲ୍ଲା ବିଜେପି ତରଫରୁ ଏଫ୍ଆଇଆର୍ ରୁଜୁ କରାଯାଇଛି । ଶିକ୍ଷୟିତ୍ରୀ ମମିତା ମେହେର୍ ହତ୍ୟା ଘଟଣାରେ ପରିବାରର ଅଭିଯୋଗ ଅନୁସାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବୀରେ ଆଜି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି କ୍ୟାପିଟାଲ ଥାନାରେ ଏଫ୍ଆଇଆର ଦେଇଛନ୍ତି । ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ୱରେ ଜିଲ୍ଲା ବିଜେପିର ପ୍ରତିନିଧୂଦଳ ଆଜି କ୍ୟାପିଟାଲ ଥାନାକୁ ଯାଇ ଏଫ୍ଆଇଆର୍ ରୁଜୁ କରିଛନ୍ତି । ଯେହେତୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଗୋବିନ୍ଦ ସାହୁଙ୍କର ସବୁପ୍ରକାର ଅପରାଧୁକ କାର୍ଯ୍ୟ, ରାଜନୈତିକ ଭାବେ ସରକାରୀ ଅର୍ଥ ଆତ୍ମସାତ୍ ଓ ଯୌନ କେଳେଙ୍କାରୀର ସମସ୍ତ ପ୍ରମାଣ ଓ ତଥ୍ୟ ମମିତା ମେହେର ଜାଣି ପାରିଥିଲେ ଏବଂ ଏହାର ବିରୋଧ କରିଆସୁଥିଲେ ଓ ଭବିଷ୍ୟତରେ ସେ ଏହାକୁ ପ୍ରକାଶ କରିଦେବାର ସମ୍ଭାବନା ଆଶଙ୍କା ଥୁଲା, ତେଣୁ ସୁଚିନ୍ତିତ ଭାବେ ତାଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ଗୋବିନ୍ଦ ସାହୁଙ୍କ ସହିତ ଷଡଯନ୍ତ୍ର ରଚନା କରିଥିଲେ । 

ତେଣୁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯିବା ସହିତ, ପୋଲିସ ହେପାଜତକୁ ଆଣି ଜେରା କରାଯିବା ଉଚିତ୍ ବୋଲି ଶ୍ରୀ ସିଂ କହିଛନ୍ତି । ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଂକରଙ୍କ ଘନିଷ୍ଠ ସଂପର୍କ, ମନ୍ତ୍ରୀ ବରାବର ସନସାଇନ ସ୍କୁଲକୁ ଯାଇ ରାତ୍ରଯାପନ କରିବା; ସେହି ଶିକ୍ଷାନୁଷ୍ଠାନକୁ ବିପୁଳ ପରିମାଣର ସରକାରୀ ଅର୍ଥ ଅନୁଦାନ ଆକାରରେ ଯୋଗାଇଦେବା; ନିଖୋଜ ହେବା ପରେ ମମିତାଙ୍କ ପରିବାର ତରଫରୁ ଏତଲାକୁ ପୋଲିସ ଗ୍ରହଣ ନକରିବା; ପରବର୍ତ୍ତୀ ସମୟରେ ଗୋବିନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ଏତଲା ଗ୍ରହଣ କରିବା; ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରି ପୋଲିସ ବ୍ୟାରେକରେ ରଖିବା ଏବଂ ବିଜୁଳି କାଟ୍ କରାଯାଇ ଗୋବିନ୍ଦକୁ ପୋଲିସ ହେପାଜତରୁ ଖସାଇ ଦେବା; ମମିତାଙ୍କ ପରିବାରବର୍ଗ ଓ ସ୍ଥାନୀୟବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ସନ୍ଦେ ମନ୍ତ୍ରୀ ଦିବ୍ୟଶଂକରଙ୍କୁ ତଦନ୍ତ ପରିସରଭୁକ୍ତ ନକରିବା; ରାୟପୁରସ୍ଥିତ ବାସଭବନରେ ଗୋବିନ୍ଦ ସାହୁ ଓ ମମିତାଙ୍କ ସହ ମନ୍ତ୍ରୀଙ୍କ ବୈଠକ ଓ ଆଲୋଚନା ହେବା ଆଦି ଘଟଣାରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ହିଁ ଏହି ବିଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି । 

ଜିଲ୍ଲା ସଭାପତି ବାବୁସିଂ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ଜିଲ୍ଲା ଉପ ସଭାପତି ଶିବ ବେହେରା, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନା, ରାମ ରଣସିଂ, ଦାମଦୋର ବେହେରା, ସୁରେନ୍ଦ୍ର ପ୍ରଧାନ, ଅଞ୍ଜନ ନାଥ, ଜିତେନ୍ଦ୍ର ମହାନ୍ତି, ଅରୁଣ ପୁରହିତ, ଅମରଜ୍ଜତି ଜଗଦେବ, ବିଜୟ ରାଉତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା କାର୍ଯ୍ୟକର୍ତ୍ତା ପ୍ରଶାନ୍ତ କୁମାର ମହାନ୍ତି, ମନରଞ୍ଜନ ସ୍ୱାଇଁ, ପ୍ରଶାନ୍ତ ନାୟକ, ଇଦିଶ ଭୂଇଁଆ, ବିଶ୍ୱନାଥ ସେଠୀ, ଆରତୀ ମଙ୍ଗରାଜ, ସବିତା ପଟ୍ଟନାୟକ, ରଜନୀ ବାଳା ଦାସ, ପ୍ରତୀକ୍ଷା ମହାପାତ୍ର, ଗୀତାଞ୍ଜଳି ଦାସ, ବନ୍ଦନା କାନୁନଗୋ ପ୍ରମୁଖ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget