loading...

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ତରଫରୁ ଗୋପବନ୍ଧୁଙ୍କ ପ୍ରତିମୂର୍ଭସ୍ଥଳରେ ଥିବା ବିଜ୍ଞାପନ ଫଳକ ଭଙ୍ଗାଗଲା

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଞ୍ଚ ତରଫରୁ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ଭସ୍ଥଳରେ ଥିବା ବିଜ୍ଞାପନ ଫଳକକୁ ଅଭିଯାନ ତରଫରୁ ଭାଙ୍ଗି

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ତରଫରୁ ଗୋପବନ୍ଧୁଙ୍କ ପ୍ରତିମୂର୍ଭସ୍ଥଳରେ ଥିବା ବିଜ୍ଞାପନ ଫଳକ ଭଙ୍ଗାଗଲା

ଭୁବନେଶ୍ୱର, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଞ୍ଚ ତରଫରୁ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ଭସ୍ଥଳରେ ଥିବା ବିଜ୍ଞାପନ ଫଳକକୁ ଅଭିଯାନ ତରଫରୁ ଭାଙ୍ଗି ଦିଆଯାଇଛି । ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, କୌଣସି ବ୍ୟକ୍ତିବିଶେଷ, ସଂଗଠନ ଏପରି ବେଆଇନ୍ କାର୍ଯ୍ୟ କଲେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସାମାଜିକ ବାସନ୍ଦ କରାଯିବ । ପୂର୍ବରୁ ଏ ନେଇ ଓଡ଼ିଶା ବୌଦ୍ଧିକ ସମାଜ ପକ୍ଷରୁ ସୌଭାଗ୍ୟ ରଞ୍ଜନ ମହାନ୍ତି ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ବିଜ୍ଞାପନ ବୋର୍ଡ଼ଟିକୁ ହଟାଇବା ପାଇଁ ସରକାରଙ୍କୁ ସୂଚନା ପ୍ରଦାନ କରିଥିଲେ । 

ମାତ୍ର ସରକାର ଏଥିପ୍ରତି ସାମାନ୍ୟତମ କର୍ଣପାତ କରିନଥିଲେ । ତେଣୁ ପୂର୍ବ ଘୋଷଣା ଅନୁଯାୟୀ ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ସଦସ୍ୟ ନାରାୟଣ ଖୁଣ୍ଟିଆ, ଡ. ଅସିତ ଦାସ ପ୍ରମୁଖ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ବିଜ୍ଞାପନ ଫଳକଟିକୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ହଟାଇ ଦେଇଥିଲେ । ଭବିଷ୍ୟତରେ କୌଣସି ମହାପୁରୁଷଙ୍କୁ ଏପରି ଅସମ୍ମାନ କଲେ, ତାର ପରିଣତି ଭୟାବହ ହେବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ଚେତାବନୀ ଦେଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget