ଭୁବନେଶ୍ୱର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, ପ୍ରଜ୍ଞାପୁରୁଷ, ନବଉତ୍କଳର ନିର୍ମାତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ସ୍ମୃତି ପ୍ରତି ଓଡ଼ିଶା ବିଧାନସଭା ତରଫରୁ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଛି । ଆଜି ଡ. ହରେକୃଷ୍ଣ ମହତାବଙ୍କ ୧୨୨ ତମ ଜୟନ୍ତୀ ଅବସରରେ ବିଧାନସଭାସ୍ଥିତ ଡ. ମହତାବଙ୍କ ପ୍ରତିମୂର୍ଭରେ ପୁଷ୍ପମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଉପବାଚସ୍ପତି ରଜନୀକାନ୍ତ ସିଂ ଏବଂ ସମ୍ମାନିତ ଅତିଥି ରୂପେ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଡ. ମହତାବଙ୍କ ସ୍ମତି ପ୍ରତି ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ତାଙ୍କର ମହନୀୟ ଅବଦାନ ପାଇଁ କୃତଜ୍ଞ ଜାତି । ତାଙ୍କୁ ସଦାସର୍ବଦା ସ୍ମରଣ ରଖୁବ ବୋଲି ଉପବାଚସ୍ପତି ଶ୍ରୀ ସିଂ ମତଦେବା ସହ ନବଉତ୍କଳର ନିର୍ମାତା ଭାବେ ସମଗ୍ର ଓଡ଼ିଆ ଜାତି ତାଙ୍କୁ ମନେ ରଖୁବ ବୋଲି ମଧ୍ୟ ପ୍ରକାଶ କରିଥିଲେ । ସେ ‘ଶତାବ୍ଦୀର ସୂର୍ଯ୍ୟ’ ଥିଲେ ବୋଲି । ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ସୁପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଧାନସଭା ଯୁଗ୍ମ ନିର୍ଦ୍ଦେଶକ (ଗବେଷଣ) ଶିବପ୍ରସାଦ ପଟ୍ଟନାୟକଙ୍କ ସମେତ ବିଧାନସଭାର ଅନ୍ୟ ଅଧୁକାରୀମାନେ ଯୋଗଦେଇଥିଲେ ।
Post a Comment