ଭୁବନେଶ୍ୱର, ଓଡ଼ିଶା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ହାଇଦ୍ରାବାଦ ଗସ୍ତ ଅବସରରେ, ହାଇଦ୍ରାବାଦ ଠାରେ ରହୁଥିବା ଓଡ଼ିଆ ଛାତ୍ରୀଛାତ୍ର ମାନଙ୍କ ସହିତ ଭାବବିନିମୟ କରିଛନ୍ତି । ଆଜି ହାଇଦ୍ରାବାଦ ସ୍ଥିତ କେ ଲାଛାମାୟା ଡି ବିଶ୍ବବିଦ୍ୟାଳୟର ଡିଜିଟାଲ ରୂପାନ୍ତରୀକରଣ ସେଲର ଉତ୍ପାଟନ ଅବସରରେ ସେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲେ ଏବଂ ମୁଖ୍ୟ ଅତିଥୁ ରୂପରେ ଯୋଗ ଦେଇ ଏହାକୁ ଉହାଟନ କରିଥିଲେ । ଓଡିଶାରୁ ଯାଇ ବିଶ୍ବବିଦ୍ୟାଳୟରେ ହାଇଦ୍ରାବାଦ ଏବଂ ବିଜୟବାଡା ଶାଖାରେ ଶତାଧୁକ ଓଡ଼ିଆ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି ।
ବିଶ୍ୱବିଦ୍ୟାଳୟ ପରିସରରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା, ଶୈକ୍ଷିକ ପରିବେଶ, ବ୍ୟକ୍ତିତ୍ୱ ବିକାଶର ତାଲିମ ଇତ୍ୟାଦି ସମ୍ପର୍କରେ ସେ ଛାତ୍ରୀଛାତ୍ର ମାନଙ୍କ ସହିତ ଭାବ ବିନିମୟ କରିଥିଲେ । ସେଠାରେ ଅଧୟନରତ ଓଡିଆ ଛାତ୍ରୀଛାତ୍ର ମାନଙ୍କର ବୈଷୟିକ ଶିକ୍ଷା ଗ୍ରହଣ ପଦ୍ଧତି ଓ ସଂପୂର୍ଣ୍ଣ ଶୈକ୍ଷିକ ପରିବେଶ ଦେଖ୍ ବାଚସ୍ପତି ଡଃ ପାତ୍ର ବିମୁଗ୍ଧ ହୋଇଥିଲେ । ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବରେ କ୍ଷାତ ଏହି ବିଶ୍ୱ ବିଦ୍ୟାଳୟର ନୂତନ ଡିଜିଟାଲ ରୂପାନ୍ତରୀକରଣ ଉତ୍ସବରେ ନିଜର ବକ୍ତବ୍ୟ ରଖ୍ ବିଶ୍ଵବିଦ୍ୟାଳୟର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷା ହିଁ ଜୀବନର ମୂଳମନ୍ତ୍ର ଏବଂ ବିଭିନ୍ନ ଭାଷା ଶିକ୍ଷା କରିବା ଆଦିର ଆବଶ୍ୟକତା ବୋଲି ମଧ୍ୟ ମତ ଦେଇଥିଲେ ।
ବୈଷୟିକ ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରି ସେ ଦେଶରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଏହି ଉହାଟନ ଉତ୍ସବରେ ସମ୍ମାନିତ ଅତିଥିରୂପେ ଉକ୍ତ । ବିଶ୍ଵବିଦ୍ୟାଳୟର କୁଳପତି ଡଃ ଜି.ପାର୍ଥସାରଥୀ ଯୋଗ ଦେଇ ବିଶ୍ଵବିଦ୍ୟାଳୟର ଆଭିମୁଖ୍ୟ ଏବଂ ସାଂସ୍କୃତିକ ବିବିଧତା ଉପରେ ଆଲୋକପାତ କରିଥିଲେ । ୧୯୮୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ମହାବିଦ୍ୟାଳୟ । କିଭଳି ୪୦ ବର୍ଷର ଅଭିଚ୍ଛିନ୍ନ ଯାତ୍ରା କରିଛି ଏବଂ ଆଜି କ୍ଷତିର ଶିଖରରେ ପହଞ୍ଚିଛି ତାହା ଉପରେ ମଧ୍ୟ ସେ ସବିଶେଷ ବିବରଣୀ ଦେଇଥିଲେ । ୨୦୦୯ ମସିହାରେ ଏହି ବିଶ୍ବବିଦ୍ୟାଳୟ ଡିଡ଼ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ଏବଂ ନାକ ଦ୍ଵାରା ଅନୁବନ୍ଧିତ ହେବା ବିଶ୍ୱବିଦ୍ୟାଳୟର ଉତ୍କର୍ଷର ପ୍ରମାଣ ଦେଇଛି ବୋଲି ପାଠ୍ୟକ୍ରମ ନିର୍ଦ୍ଦେଶକ ଡଃ ଜେ.ଶ୍ରୀନିବାସ ରାଓ ପ୍ରକାଶ କରିଥିଲେ ।
Post a Comment