loading...

ରାଜ୍ୟସ୍ତରୀୟ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବୃହତ୍ତର ଓଡ଼ିଶା ଗଠନରେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ

ରାଜ୍ୟସ୍ତରୀୟ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବୃହତ୍ତର ଓଡ଼ିଶା ଗଠନରେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ । ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଓ ସାମାଜିକ ବିକାଶରେ ନିଜକୁ ସମର୍ପିତ କରିଥିଲେ ଡ. ମହତାବ । ସମୟର । ଆହ୍ବାନରେ ଏହିଭଳି ଯୋଗଜନ୍ମା ଯୁଗପୁରୁଷଙ୍କର ଆବିର୍ଭାବ ଘଟେ ବୋଲି ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଉଭୟ ମଞ୍ଚ ଓ ଆଭାସି ମାଧ୍ୟମରେ ଆୟୋଜିତ ରାଜ୍ୟସ୍ତରୀୟ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ ସମାରୋହରେ ଅତିଥୁ ଓ ବକ୍ତାମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଭିଡ଼ିଓ ମାଧ୍ୟମରେ ପ୍ରସାରିତ ହୋଇଥିଲା । ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡ. ମହତାବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଆଧୁନିକ ଓଡ଼ିଶାର ନିର୍ମାଣ ସହ ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ଏବଂ ସାମ୍ବାଦିକତା ଜଗତ ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ । ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ସ୍ଵର୍ଗୀୟ ଡ. ହରେକୃଷ୍ଣ । ମହତାବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭଣ୍ଡାରୀପୋଖରୀର ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ଡକ୍ଟର ମହତାବଙ୍କୁ ଯଥାର୍ଥରେ ଉତ୍କଳକେଶରୀ ବୋଲି ଅଭିହିତ କରି କହିଲେ ଯେ ଡ. । ମହତାବ ବ୍ୟକ୍ତି ନଥିଲେ, ସେ ଥିଲେ ଓଡ଼ିଶା ଏକ ବହୁମୁଖୀ ସ୍ଵୟଂସଂପୂର୍ଣ୍ଣ ଅନୁଷ୍ଠାନ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ । ମହାନ୍ତି କହିଥିଲେ ଯେ ଡକ୍ଟର ମହତାବଙ୍କ ଜୀବନ ଥିଲା ଦେଶ ଓ ଜାତି ପାଇଁ ଏକ ସମର୍ପିତ ଜୀବନ । ସେ । ଥିଲେ ଓଡ଼ିଶାର ନବଯୁଗର ପ୍ରବର୍ତ୍ତକ ଏବଂ ବହୁ ଦେଶପ୍ରେମୀ ଏବଂ ସମାଜସେବୀଙ୍କ ପ୍ରେରଣାର ଉତ୍ସ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ୍ ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ ସ୍ଵାଧୀନ । ଭାରତର ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ହରେକୃଷ୍ଣ ମହତାବଙ୍କ ପ୍ରଚେଷ୍ଟା ଅନନ୍ୟ ବୋଲି ମତବ୍ୟକ୍ତ । କରିଥିଲେ । ଡକ୍ଟର ମହତାବଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସଂପର୍କରେ ଅବତାରଣା କରି ଐତିହାସିକ ଶ୍ରୀ ପଟ୍ଟନାୟକ କହିଲେ ଯେ ସେ ଥିଲେ ଏକାଧାରରେ ଜନପ୍ରିୟ ଗାନ୍ଧୀବାଦୀ ନେତା, ରାଜନୀତିର ଭୀଷ୍ମ ପିତାମହ, ସାହିତ୍ୟ ଓ ସଂସ୍କୃତିର ନୂତନ ପ୍ରବର୍ତ୍ତକ, ଗଡ଼ଜାତ ଆନ୍ଦୋଳନର ପୁରୋଧା ଏବଂ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ତଥା ପ୍ରବୀଣ ସାମ୍ବାଦିକ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ଡକ୍ଟର ମହତାବଙ୍କ ପରି ଜଣେ ଯୁଗପୁରୁଷଙ୍କ ଆଦର୍ଶବୋଧର ସ୍ମତିଚାରଣ କରି ଓଡ଼ିଆ ଜାତି ଅଧକ ମହିମାମଣ୍ଡିତ ହୋଇଛି । ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ । ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୋଭିଜ୍ ନିୟମ ଅନୁପାଳନପୂର୍ବକ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget