ଭୁବନେଶ୍ୱର, ଭୁବନେଶ୍ବର ସ୍ଥିତ ସୀମା ସୁରକ୍ଷା ବଳ ସୀମାନ୍ତ ସାମରିକ ମୁଖ୍ୟାଳୟ (ସ୍ଵତନ୍ତ୍ର ଅପରେସନ) ଠାରେ ସମ ବିଜୟ ମଶାଲକୁ ଭବ୍ୟ ସ୍ୱାଗତ କରାଯାଇଛି । ଆଜି ପୂର୍ବାହ୍ନରେ ବିଜୟ ମଶାଲକୁ ୧୨୦ ବାଟାଲିୟନ ତରଫରୁ କର୍ଣ୍ଣିଲ ଯଶୱନ୍ତ ସିଂ ସାମରିକ ମର୍ଯ୍ୟାଦାର ସହ ପାଇପ୍ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟରେ ସେନା ସୁରକ୍ଷାବଳ(ବି.ଏସ୍.ଏଫ) କାର୍ଯ୍ୟାଳୟରେ ପହଁଚାଇଥୁଲେ । ସୀମା ସୁରକ୍ଷା ବଳର ଉପ ମହା ନିରୀକ୍ଷକ (ବି. ଏସ୍. ଏଫ) ଶ୍ରୀ ଧୀରେନ୍ଦ୍ର କୁମାର ମଶାଲକୁ ଭବ୍ୟ ସମାନର ସହ ଗ୍ରହଣ କରିବା ପରେ ଏହାକୁ କାର୍ଯ୍ୟାଳୟ ଠାରେ ଅବସୁପିତ କରାଯାଇଥିଲା । ଏ
ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉପ ମହାନିରୀକ୍ଷକ ଶ୍ରୀ କୁମାର ବି. ଏସ୍. ଏଫ୍ ର ଯବନମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସୀମା ସୁରକ୍ଷା ବଳି, ଭାରତୀୟ ପଦାତିକ ବାହିନୀ ସହ ସମ ତାଳରେ ବାୟୁସେନା ଏବଂ ନୌସେନା ସହିତ ସାମିଲ ହୋଇ ବୀରର ଉଲ୍ଲେଖନୀୟ ପରାକାଷ୍ଠା ବଳରେ ପାକିସ୍ତାନକୁ ପରାସ୍ତ କରିଥୁଲେ । ଏହି ବିଜୟ ଫଳରେ ସାଂଲାଦେଶ କିପରି ଏକ ନୂତନ ରାଷ୍ଟ୍ର ଭାବେ ଜନ୍ମ ନେଇଥୁଲା, ସେ ସଂପର୍କରେ ଆଲୋକପାତ କରିଥୁଲେ ।
ଏହି ଯୁଦ୍ଧରେ ଅସାଧାରଣ ବୀରତ୍ବ ପ୍ରଦର୍ଶନ କରିଥିବା ବାୟୁସେନା, ନୌସେନା ସହ ସୀମା ସୁରକ୍ଷା ବଳିର ବୀର ଯବାନମାନଙ୍କୁ ବୀର ଚକ୍ର, ପରମବୀରଚକ୍ର ଆଦି ସମ୍ମାନରେ ଭୂଷିତ କରାଯାଇଥୁବା ସଂପର୍କରେ ସେ ବିଶେଷ ଭାବେ ବଣ୍ଡିନା କରିଥୁଲେ । ଯୁଦ୍ଧରେ ପ୍ରାଣବଳି ଦେଇଥୁବା ଭାରତୀୟ ବୀର ଯବାନମାନଙ୍କର ତ୍ୟାଗ ଓ ଆଟ୍ରୋତ୍ସର୍ଗ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସେନା ବଳ ଦରଫରୁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥୁଲା ।
Post a Comment