ଭୁବନେଶ୍ୱର,ରାଜଧାନୀସ୍ଥିତ ଲୁଇସରୋଡ଼ ତଥା କେଦାରଗୌରୀ ମନ୍ଦିର ନିକଟରେ ସବୁ ସୁବିଧା ଥିବା ଏକ ଅତ୍ୟାଧୁନିକ ଏବଂ ଆକର୍ଷଣୀୟ ‘ରୁଟ-ଜି’ ସେଲୁନ ଓ ସ୍ପା ସେଣ୍ଟର ଉଦ୍ଘାଟିତ ହୋଇଯାଇଛି । ଏହି ‘ରୁଟଜି’ ସେଲୁନ ଓ ସ୍ପା ସେଣ୍ଟରକୁ ଜଟଣୀର ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ ଉଦ୍ଘାଟନ କରି ବମ୍ବେ ଓ ଦିଲ୍ଲୀଠାରେ ଥିବା ସ୍ପା ସେଣ୍ଟରଠାରୁ ଏହା ଅଧୁକ ଉନ୍ନତଧରଣର ବୋଲି କହିଥିଲେ । ଭଲ ପରିବେଶ ଏବଂ ଏଥିରେ ସବୁ ପ୍ରକାର ସୁବିଧା ଥିବାବେଳେ ଆସନ୍ତା ଦୁଇମାସ, ନୂଆବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ୨୫ ପ୍ରତିଶତ ରିହାତି ବ୍ୟବସ୍ଥା ଯୁବପିଢିଙ୍କୁ ଆକୃଷ୍ଟ କରିବ ବୋଲି କହିଥିଲେ ।
ଅଭିନେତ୍ରୀ ତଥା ପରିଗଳନା ନିର୍ଦ୍ଦେଶିକା ପ୍ରିୟଙ୍କା ଦାସଙ୍କ ଦ୍ଵାରା ପରିରଳିତ ହେଉଥିବା ଏହି ସ୍କା ସେଣ୍ଟରରେ ସବୁ ବର୍ଗର ଲୋକଙ୍କ ପାଇଁ ମନଲୋଭା ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବା ପାଇଁ ଘୋଷଣା କରିଛନ୍ତି । ଉଦ୍ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ନେତ୍ରୀ ମୀରା ପରିଡ଼ା ଉପସ୍ଥିତ ରହି ଏହି ଅନୁଷ୍ଠାନକୁ ଆଶୀର୍ବାଦ କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ସବୁ ସୁବିଧା ଯୋଗାଇବା ଉଦ୍ୟମ ଜାରି ରହିଲେ ରୁଟ-ଜିର ଭବିଷ୍ୟତ ଦିନକୁ ଦିନ ଉଜ୍ଜଳ ହେବ ବୋଲି ଆଶାପ୍ରକାଶ କରିଥିଲେ । ରାଜଧାନୀର ଯୁବପିଢିମାନେ ଏହି ରୁଟ-ଜି ସ୍ପା ସେଣ୍ଟରକୁ ଆସି ଏହାର ସୁବିଧା ଉପଲବ୍ଧ କରିବା ପାଇଁ ପରିଗଳନା ନିର୍ଦ୍ଦେଶିକା ପ୍ରିୟଙ୍କା ଦାସ ଅନୁରୋଧ କରିଛନ୍ତି ।
Post a Comment