ଭୁବନେଶ୍ୱର, ଭୁବନେଶ୍ୱର ଓକିଲ ସଂଘ ଦ୍ୱାରା ଆୟୋଜିତ ଏକ ସଭାରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଡା ଏସ୍, ମୂରଲୀଧର, ହାଇକୋର୍ଟର ରେଜିଷ୍ଟାର ଜେନେରାଲ ଓ ଭୁବନେଶ୍ବର ଜିଲ୍ଲାଜଜ ଶ୍ରୀ ରାମଶଙ୍କର ହୋତାଙ୍କ ସମେତ ସମସ୍ତ ଜୁଡ଼ିସିଆଲ ଅଫିସରବୃନ୍ଦ ଯୋଗ ଦେଇଥିଲେ । ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ନିର୍ମଳ କିଶୋର ରଥ, ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ଦାସ, ଉପସଭାପତି ଶ୍ରୀଯୁକ୍ତ ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରାୟଣ ସାହୁ ଏବଂ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ ।
ସଂଘର ସଭାପତି ଶ୍ରୀଯୁକ୍ତ ନିର୍ମଳ କିଶୋର ରଥ ମୁଖ୍ୟ ବିଟ୍ଟରପତି ମହୋଦୟଙ୍କୁ ସଂଘ ତରଫରୁ ଏକ ଦାବି କରିଥିଲେ କି ଭୁବନେଶ୍ବରରେ ଓଡ଼ିଶାର ସବୁଠାରୁ ଅଧିକ କେଶ୍ ବଢି ଯାଉଥିବାରୁ ଆଉ ଗୋଟିଏ ଫାମିଲ୍ କୋର୍ଟ, ଦୁଇଟି ସିଭିଲ୍ ଜଜ୍, ସିନିୟର ଜଜ୍ କୋର୍ଟ ଓ ଗୋଟିଏ ସିଭିଲ୍ ଜଜ୍ ଜୁନିଅର ଡିଭିଜନ କୋର୍ଟ ସହିତ ଆଉ ୧୦ଟି ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ୍ କୋର୍ଟ ଖୋଲିବା ପାଇଁ ଦାବି କରାଯାଇଥିଲା । ମାନ୍ୟବର ମୁଖ୍ୟ ବିରରପତି ମହୋଦୟ ଭୁବନେଶ୍ବରରେ ପଡ଼ି ରହିଥିବା ଆଶାତୀତ କେଶ୍ ଗୁଡ଼ିକର ତୁରନ୍ତ ଫଇସଲା ପାଇଁ ଏହିସବୁ ନୂତନ କୋର୍ଟ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ଏହି ଅବସରରେ ସମ୍ପାଦକ ଶ୍ରୀ ରାଜକିଶୋର ଦାସ ମାନ୍ୟବର ମୁଖ୍ୟ ବିଷ୍ଟରପତିଙ୍କୁ ନେଇ ନିର୍ମାଣଧନ ଜୁଡ଼ିସିଆଲ କମ୍ପୃକ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଗୁରୁତ୍ବାରୋପ କରିଥିଲେ । ଏହି ସଭାରେ ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଶିବାନନ୍ଦ ରାୟ, ଶ୍ରୀଯୁକ୍ତ ନିର୍ମଳ ପଟ୍ଟନାୟକ, ଶ୍ରୀଯୁକ୍ତ ଅରୁପ ଗନ୍ଦ, ଶ୍ରୀଯୁକ୍ତ ସୁଦାମ ଦାସ ଓ ବାର୍ କାଉନ୍ସିଲର ପୂର୍ବତନ ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀଙ୍କ ସମେତ ୫୦୦ରୁ ଉର୍ଣ୍ଣ ଆଇନ୍ଜୀବୀ ଉପସ୍ଥିତ ଥିଲେ । ସଭା କାର୍ଯ୍ୟ ପରିରଳନା କରିଥିଲେ ସଂଘର ଉପସଭାପତି ଶ୍ରୀ ଦେବୀଦତ୍ତ ବାରିକ ଏବଂ ସର୍ବଶେଷରେ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଅଶୋକ କୁମାର ବଡ଼ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment