loading...

ଝାଡ଼ଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପଦାଧୁକାରୀଙ୍କ ଓଡ଼ିଶା ଗସ୍ତ

ଜନଜାତିଙ୍କର ଶୈକ୍ଷିକ ବିକାଶ ଓ ଅନ୍ୟାନ୍ୟ ବିକାଶ ସଂପର୍କିତ କାର୍ଯ୍ୟକ୍ରମର ବହୁଳ ପ୍ରଭାବ ତାଙ୍କ ଜୀବନ ଓ ସମାଜରେ ଅନୁଭୂତ ହେଉଛି

ଝାଡ଼ଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପଦାଧୁକାରୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର, ଓଡ଼ିଶାରେ ଜନଜାତିଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ବହୁ ପ୍ରଗତିଶୀଳ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଜନଜାତିଙ୍କର ଶୈକ୍ଷିକ ବିକାଶ ଓ ଅନ୍ୟାନ୍ୟ ବିକାଶ ସଂପର୍କିତ କାର୍ଯ୍ୟକ୍ରମର ବହୁଳ ପ୍ରଭାବ ତାଙ୍କ ଜୀବନ ଓ ସମାଜରେ ଅନୁଭୂତ ହେଉଛି । ଏହି କଲ୍ୟାଣମୂଳକ ଯୋଜନା ସମଗ୍ର ଭାରତର ପ୍ରଶାସକ, ନୀତିନିଦ୍ଧାରକ ଓ ଯୋଜନା ନିର୍ବାହୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏ ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ଝାଡ଼ଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦାଧୁକାରୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ।

ପ୍ରଥମ ଦିବସରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀ ବିଶ୍ୱରଞ୍ଜନ ସାସମଲ ଝାଡ଼ଖଣ୍ଡର ଅତିରିକ୍ତ ସଚିବ ଶ୍ରୀ ରବିରଞ୍ଜନ ମିଶ୍ର ଓ ଆଇଟିଡ଼ିଏ, ରାଞ୍ଚର ପ୍ରକଳ୍ପ ପ୍ରଶାସକ ସୁଧୀର ବାରାକୁ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ ଶିକ୍ଷାର ବିକାଶ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାରେ ଅନୁସୂଚିତ ଜନଜାତିଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଅଭିନବ ଯୋଜନାଗୁଡ଼ିକୁ ଝାଡ଼ଖଣ୍ଡର ପଦାଧୁକାରୀମାନେ ପ୍ରଶଂସା କରିଥିଲେ ।

ସ୍ଵତନ୍ତ୍ର ସଚିବ ଶ୍ରୀ ବିଶ୍ୱରଞ୍ଜନ ସାସମଲ, ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ଟି) ଗୁହା ପୁନମ ତାପସ କୁମାର, ନିର୍ଦ୍ଦେଶକ, ଏସ୍‌ସିଏସ୍‌ଟିଆର୍‌ଟିଆଇ ପ୍ରଫେସର ଡ.) ଏ. ବି. ଓତା ଏବଂ ଓଡ଼ିଶା ସରକାରଙ୍କର ଅନ୍ୟାନ୍ୟ ପଦାଧୁକାରୀମାନେ ଝାଡ଼ଖଣ୍ଡର ପଦାକାରୀଙ୍କ ସହ ଭାବ ବିନିମୟ କରିଥିଲେ । ଓଡ଼ିଶା ରାଜ୍ୟରେ ଜନଜାତି ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଏକ ଉପସ୍ଥାପନା କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget