ଭୁବନେଶ୍ୱର, ଓଡ଼ିଶାର ନବୀନ ସରକାର କେବଳ ଚାଷୀ ବିରୋଧୀ ନୁହନ୍ତି, ଚାଷୀ ହନ୍ତା ମଧ୍ୟ ଚଳିତ ବର୍ଷରେ ବମାନ ପର୍ଯ୍ୟନ୍ତ ୭ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି । ଗତ ନଭେମ୍ବର ୧୬ ତାରିଖରେ ବାଲେଶ୍ବର ଜିଲ୍ଲାର ଜଳେଶ୍ଵରର ଶାଳୀକୋଠା ଗ୍ରାମର ଚାଷୀ ଲକ୍ଷ୍ମୀ ନାରାୟଣ ଜେନା ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଚକଡ଼ା ପୋକ ତାଙ୍କୁ ୪ ଏକର ଧାନ କ୍ଷେତକୁ ନଷ୍ଟ କରି ଦେଇଥିଲା । ଏହି ଚାଷ ପାଇଁ ସେ ୨ ଲକ୍ଷ ଟଙ୍କା ଶତକଡ଼ା ମାସିକ ୪% ହାରରେ ଗାଁ ମହାଜନଠୁ ସୁଧରେ ଆଣିଥିଲେ । ଚାଷ ନଷ୍ଟ ହେବା ନେଇ ଏବଂ ଋଣ ସୁଝି ନ ପାରିବାର ଭୟ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା । ଠିକ୍ ଅନୁରୂପ ଭାବରେ ଚଳିତ ମାସ ୨୦ ତାରିଖରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ତୃଣବେଡ଼ା ଗାଁର ବିଭୂତି ଭୂଷଣ ସରକାର ମଧ୍ୟ ନିଜର ୨ ଏକର ପରିମିତ କୋବିଚାଷର ଫସଲ ଅଜଣା ପୋକ ଦ୍ଵାରା କ୍ଷତି ଗ୍ରସ୍ତ ହେବା ଏବଂ ୨ ଲକ୍ଷ ଟଙ୍କାର ଋଣବୋଝ ଦ୍ଵାରା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ।
ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପରିଣାମଦର୍ଶୀ କୃଷିନୀତି ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରି ଚାଲିଛନ୍ତି ଏବଂ ସେଥିପାଇଁ ରାଜ୍ୟର ନବୀନ ସରକାର ଚାଷୀ ହତ୍ୟାକାରୀ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କଡ଼ା ସମାଲୋଚନା କରିଛନ୍ତି । ଏହି ଆତ୍ମହତ୍ୟା କରିଥିବା ସମସ୍ତ ଚାଷୀ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେ ଦାବୀ କରିଛନ୍ତି । ବିଧାନସଭାରେ ସର୍ବଦଳୀୟ ପ୍ରସ୍ତାବ ପାରିତ କରି ରାଜ୍ୟ ସରକାର ଧାନ ଲ ପ୍ରତି ସର୍ବନିମ୍ନ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରି କେନ୍ଦ୍ରକୁ ପତ୍ର ପଠାଇଥିଲେ । ରାଜ୍ୟ ସରକାର କେନ୍ଦ୍ରକୁ ଏହି ପତ୍ରଟି ପଠାଇ ଦେଇ ଚୁପ୍ ହୋଇ ବସିବା ଏକ ହାସ୍ୟାସ୍ପଦ । ଯଦି ଚାଷୀମାନଙ୍କ ପ୍ରତି ପ୍ରକୃତ ସମ୍ବେଦନଶୀଳତା ଥାଏ, ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସରକାରଙ୍କ ଭଳି ଧାନ କିଣାରେ ପ୍ରତି କ୍ଲି ଲିରେ ଅତିରିକ୍ତ ସହାୟତା ଦେଇ ଓଡ଼ିଶା ସରକାର ଚାଷୀମାନଙ୍କଠୁ ୨୯୩୦ ଟଙ୍କାରେ ନିଜେ ଧାନ କିଣି ଉଦାହରଣ ସୃଷ୍ଟି କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଦାବୀ କରିଛନ୍ତି ।
ଏହା ସହିତ ରାଜ୍ୟର ସମସ୍ତ ଚାଷୀଙ୍କଠାରୁ ସବୁ ଖରିଫ ଧାନ କିଣିବା ପାଇଁ ନିର୍ଦ୍ଧାରିତ ସମୟରେ ବ୍ୟବସ୍ଥିତ ଢଙ୍ଗରେ ତୁରନ୍ତ ମଣ୍ଡି ଖୋଲିବା, ପୂର୍ବ ବର୍ଷ ଭଳି କୌଣସି ଏକ ଚାଷୀଙ୍କ ଟୋକନ ଲା ନ କରିବା, କଟଣୀ ଛଟଣୀ ବନ୍ଦ କରିବା, ପରିବହନ ଖର୍ଚ୍ଚ ଓ ଅଖାର ଦାମ୍ ଚାଷୀଙ୍କୁ ଦେବା ପାଇଁ ସେ ଦାବୀ କରିଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟର ଲକ୍ଷ ଲକ୍ଷ ଭାଗଚାଷୀମାନଙ୍କର ସୁରକ୍ଷା ପାଇଁ ଆଇନ ସରକାର ଆଣିଲେ ନାହିଁ । ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ ବିହିତ ପଦକ୍ଷେପ ନ ନେବା ଭାଗଚାଷୀମାନଙ୍କ ପ୍ରତି କୁର ପରିହାସ କାଳିଆ, ବଳିଆର ପ୍ରହେଳିକାରୁ କ୍ଷାନ୍ତ ରହି ଚାଷୀ କୂଳର ପ୍ରକୃତ ସମସ୍ୟାପ୍ରତି ସରକାର ଧାନ ନ ଦେବା ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି । ଏମ.ଏସ୍.ପିର ଆଇନଗତ ବ୍ୟବସ୍ଥା, ପ୍ରଚଳିତ ଏମ.ଏସ୍.ପିର ବୃଦ୍ଧି, ଚକଡ଼ା ପୋକ ଓ ଅଦିନିଆ ବର୍ଷାଦ୍ଵାରା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା ଆର୍ଥିକ ସହାୟତା, ସମସ୍ତ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ଭାଗଚାଷୀ ସୁରକ୍ଷାର ଆଇନ ପ୍ରଣୟନ, ଅଣଧାନ ଚାଷର ଅଭିବୃଦ୍ଧି, ସମସ୍ତ ଚାଷୀଙ୍କୁ ଚାଷୀ ପରିଚୟ ପତ୍ର ପ୍ରଦାନ, ଆଳୁ ପିଆଜ ଓ ଅନ୍ୟ ପନିପରିବା ଓ ଫୁଲ ଚାଷର ବ୍ୟାପକତା ପାଇଁ ତୁରିତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେମାନେ ଦାବୀ କରିଛନ୍ତି ।
ଚାଷୀମାନଙ୍କର ଉପରୋକ୍ତ ସମସ୍ୟାଗୁଡ଼ିକୁ ନେଇ ଆଗାମୀ ଦିନରେ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ କଂଗ୍ରେସ ଆୟୋଜନ କରିବ ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ଦାସ କହିଥିବା ବେଳେ ଏଥିପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯିବ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାନଙ୍କ ପ୍ରତି ଅଣଦେଖାକୁ ପ୍ରତିବାଦ କରାଯିବା ପାଇଁ ଏହି ବୈଠକରେ ଆନ୍ଦୋଳନର ରୂପରେଖ ଚୂଡ଼ାନ୍ତ ହେବ ବୋଲି ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।
Post a Comment