loading...

ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରି ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁବରଣ

ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରି ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି

ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରି ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁବରଣ

ଭୁବନେଶ୍ୱର, ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରି ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଦେଶରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ କିଡ଼ନୀ ପ୍ରତ୍ୟାରୋପଣର ଆବଶ୍ୟକତା ରହିଥିବା ବେଳେ ମାତ୍ର ୫ ହଜାର ପ୍ରତ୍ୟାରୋପଣ ସମ୍ଭବ ହୋଇପାରୁଛି । ସେହିପରି ଯକୃତ ରୋଗରେ ପୀଡ଼ିତ ହୋଇ ଅଙ୍ଗଦାନକାରୀ ନ ମିଳିବା କାରଣରୁ ପ୍ରାୟ ୨ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ବିଶ୍ଵ ସାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଭାରତରେ ଅଙ୍ଗ ଦାନର ମାତ୍ରା ମାତ୍ର ୦.୦୧ ପ୍ରତିଶତ ବୋଲି ବିଶିଷ୍ଟ ଗ୍ୟାସ୍ଟ୍ରୋଏରୋଲୋଜିଷ୍ଟ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ଶନିବାର ସୂଚନା ଦେଇଛନ୍ତି । 

ଜାତୀୟ ଅଙ୍ଗ ଦାନ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ସାହୁ କହିଥିଲେ ଯେ ଭାରତରେ ପ୍ରତ୍ୟେକ ଦିନ ଜୋନର ନ ମିଳିବା କାରଣରୁ ୧୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି । ଅଙ୍ଗ ପ୍ରତ୍ୟାରୋପଣର ଖୁବ୍ ଆବଶ୍ୟକତା ଥିବା ବେଳେ ୨୦୨୦ ମସିହାରେ ଭାରତରେ ମାତ୍ର ୩୯ ହଜାର ଅଙ୍ଗ ପ୍ରତ୍ୟାରୋପଣ ସମ୍ଭବ ହୋଇପାରିଥିଲା ବୋଲି ଡଃ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଡାକ୍ତର ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଣ୍ଡେଟ୍ ପ୍ରଫେସର ପୁଷ୍କରାଜ ସାମନ୍ତସିଂହାର, ଆଡିସନାଲ ଡିନ୍ ଡାକ୍ତର ଅଜୟ କୁମାର ଜେନା, ଜିଆଇ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ, ନ୍ୟୁରୋଇସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା ଏବଂ ନସିଂ ସୁପରିଟେଣ୍ଡେଟ୍ ଶ୍ରୀମତି ମିନତି ବେହେରା ଉପସ୍ଥିତ ଥିଲେ । 

କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାଂଶ ବକ୍ତାମାନେ ଅସୁସୁ ରୋଗୀମାନଙ୍କ ନିମନ୍ତେ ଅଙ୍ଗଦାନ କ୍ଷେତ୍ରରେ ସଚେତନତାର ଅଭାବ ହିଁ ବାଧା ସୃଷ୍ଟି କରୁଛି ବୋଲି ମତ ପ୍ରକାଶ କରିଥିଲେ । ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସାହୁ କହିଥିଲେ ଯେ ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଅଙ୍ଗଦାନ କରିପାରିବ । ଡାକ୍ତର ସାହୁ କହିଥିଲେ ଯେ ଜଣେ ନବଜାତ ଶିଶୁ ଯିଏକି ଜନ୍ମ ହେବାର ୧୦୦ ମିନିଟ୍ ମଧ୍ୟରେ ମୃତ୍ୟୁବରଣ କରିଥିଲା ସେ ତା’ର ଦୁଇଟି କିଡ୍‌ନୀ ଦାନ କରିପାରିଛି । ସେହିପରି ଜଣେ ୧୦୭ ବର୍ଷର ମହିଳାଙ୍କ କର୍ନିଆ ମଧ୍ୟ ବ୍ୟବହାର ହୋଇପାରିଛି । ଯେ କୌଣସି ବୟସର ବ୍ୟକ୍ତି ଅଙ୍ଗଦାନ କରିପାରିବେ ବୋଲି ଡାକ୍ତର ସାହୁ କହିଥିଲେ । ପ୍ରଫେସର ସାହୁ କହିଥିଲେ ଯେ ଆମ ଦେଶରେ ଅଙ୍ଗଦାନର ଅନେକ ସୁଯୋଗ ରହିଛି । ତେବେ ଏ ନେଇ ଲୋକେ ସଚେତନ ହେବା ଆବଶ୍ୟକ ।

କେବଳ ଗତ ମାସ କେବଳ ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ୧୦ ଜଣ ଚେନ୍ ଡେଡ୍ ହୋଇଥିବା ବ୍ୟକ୍ତିଙ୍କ ଅଙ୍ଗ ତାଙ୍କ ପରିବାର ପକ୍ଷରୁ ଦାନ କରାଯାଇଥିବା ସେ କହିଥିଲେ । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ସାହୁ କହିଥିଲେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ଅଙ୍ଗଦାନ ନେଇ ପ୍ରାୟତଃ ଅନିଚ୍ଛା ପ୍ରକାଶ କରିଥାନ୍ତି । ଯଦି କୌଣସି ରୋଗୀଙ୍କୁ ପଚରାଯାଏ ଯେ ତାଙ୍କ ପରିବାରର କେହି ସଦସ୍ୟ କିମା ବନ୍ଧୁ ତାଙ୍କ ପାଇଁ ରକ୍ତଦାନ କରିବେ କି ତେବେ ପ୍ରାୟତଃ ତାଙ୍କ ଉତର ରହିଥାଏ ରକ୍ତ ଅନ୍ୟ କେଉଁଠାରୁ ମିଳିପାରିବ କି ? ଏହା ଲୋକଙ୍କର ସାଧାରଣ ଚିନ୍ତାଧାରାକୁ ପ୍ରକାଶ କରେ ବୋଲି ପ୍ରଫେସର ସାହୁ କହିଥିଲେ ।

ଲୋକମାନେ ଏ ଦିଗରେ ଉଚିତ୍ ଚିନ୍ତା କରି ନିଷ୍ପତି ନେବା ଉଚିତ୍ ବୋଲି ସେ କହିଛନ୍ତି । ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ପୋଷ୍ଟମୋର୍ଟକୁ ରାତିରେ କରାଯିବାର ସରକାରଙ୍କ ନିଷ୍ପତି ଦ୍ଵାରା ଅଙ୍ଗଦାନର ମାତ୍ରା ବୃଦ୍ଧି ପାଇବ । ଏହା ଏକ ଐତିହାସିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଏବଂ ଅଙ୍ଗଦାନ କ୍ଷେତ୍ରରେ ଏହା ଖୁବ୍ ସାହାଯ୍ୟ କରିବ ବୋଲି ସେ କହିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget