loading...

ମହାନ୍ ବିପ୍ଳବୀ ନାଗଭୂଷଣଙ୍କ ରଚିତ ପୁସ୍ତକ ‘ବିପ୍ଳବର ପଥେ' ଲୋକାର୍ପିତ

ସିପିଆଇ (ଏମ୍.ଏଲ) ଲିବରେସନର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାରର୍ଯ୍ୟଙ୍କ ଦ୍ଵାରା ମହାନ୍ ବିପ୍ଳବୀ ନାଗଭୂଷଣଙ୍କ ଚରିତ ପୁସ୍ତକ ‘ବିପ୍ଳବର ପଥେ’ର ଲୋକାର୍ପିତ

ମହାନ୍ ବିପ୍ଳବୀ ନାଗଭୂଷଣଙ୍କ ରଚିତ ପୁସ୍ତକ ‘ବିପ୍ଳବର ପଥେ' ଲୋକାର୍ପିତ

ଭୁବନେଶ୍ୱର, ଭୁବନେଶ୍ବରସ୍ଥିତ ନାଗଭୂଷଣ ଭବନରେ ସିପିଆଇ (ଏମ୍.ଏଲ) ଲିବରେସନର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାରର୍ଯ୍ୟଙ୍କ ଦ୍ଵାରା ମହାନ୍ ବିପ୍ଳବୀ ନାଗଭୂଷଣଙ୍କ ଚରିତ ପୁସ୍ତକ ‘ବିପ୍ଳବର ପଥେ’ର ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର ଉକ୍ତ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି । ଏହି ପୁସ୍ତକକୁ ସମୀକ୍ଷା କରି ପ୍ରଫେସର ବିଜୟ ବହିଦାର କହିଛନ୍ତି ଯେ, ନାଗଭୂଷଣ ସମାଜର ପରିବର୍ଭନ ଲାଗି ଉକ୍ତ ପୁସ୍ତକରେ କୃଷକ, ଶ୍ରମିକ ଓ ବିଶେଷକରି ମହିଳା ସମାଜକୁ ଆହ୍ବାନ ଦେଇଥିଲା ବେଳେ ଜାତିପ୍ରଥାକୁ ଉଚ୍ଛେଦ କରିବା ଲାଗି କହିଛନ୍ତି । ନାଗଭୂଷଣ କହିଥିଲେ ଯେ, ଲୋକମାନଙ୍କ ଆନ୍ଦୋଳନ ଫଳରେ ସମାଜରେ ପରିବର୍ତ୍ତନ ସମ୍ଭବ ହୋଇପାରିବ । 

ସ୍ଵାଧୀନତା ଆନ୍ଦୋଳନ ପୂର୍ବରୁ କୃଷକମାନଙ୍କ ଆନ୍ଦୋଳନ ସ୍ବାଧିନତା ଆଣିବା ଲାଗି ପଥ ପରିଷ୍କାର ହୋଇଥିଲା ବୋଲି ନାଗଭୂଷଣ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ପରେ ସ୍ଵପ୍ନ ଓ ସଂକଳ୍ପ ଶୀର୍ଷକରେ ଆଲୋଚନା କରି ଦୀପଙ୍କର ଭଟ୍ଟରର୍ଯ୍ୟ କହିଲେ ଯେ, ନାଗଭୂଷଣ ଜଣେ ସର୍ବଭାରତୀୟ ନେତା ଥିଲେ ଓ ଭାରତବର୍ଷର କୃଷକ, ଦଳିତ, ଆଦିବାସୀ ଓ ବିଶେଷକରି ମହିଳାଙ୍କ ଲାଗି ତାଙ୍କର ସଂଗ୍ରାମ ଜାରି ରଖୁଥିଲେ । ଆଜି ଭାରତବର୍ଷରେ ମଧ୍ୟ ଦଳିତ, ସଂଖ୍ୟାଲଘୁ, ମହିଳା, କୃଷକମାନଙ୍କ ଫାସିବାଦୀ ମୋଦି ସରକାରର ଆକ୍ରମଣ ବ୍ୟାପକ ଭାବେ ବଢିବାରେ ଲାଗିଛି । ଏହାକୁ ଯେ ବିରୋଧ କରୁଛି, ତାଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇ ଗିରଫ କରାଯାଉଛି । 

ଏବେ ଭାରତରେ କୃଷକମାନଙ୍କ ଦୀର୍ଘ ଏକବର୍ଷ ଧରି ଆନ୍ଦୋଳନ ଫଳରେ ଯେଉଁ ଐତିହାସିକ ବିଜୟ ହୋଇଛି, ଏହା ସ୍ପଷ୍ଟ କରିଛି ଯେ, ଭାରତରେ ବାମ, ଗଣତାନ୍ତ୍ରିକ ଶକ୍ତିର ଏକତା ଓ ବଡ଼ ଆନ୍ଦୋଳନର ଆବଶ୍ୟକତା ରହିଛି । ଏହା ଫଳରେ ଭାରତବର୍ଷର ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ପୂର୍ବତନ ବିଧାୟକ ତଥା ସିପିଆଇ(ଏମ୍.ଏଲ) ଲିବରେସନର କେନ୍ଦ୍ରୀୟ କମିଟି ସଭ୍ୟ ରାଧାକାନ୍ତ ସେଠି ସ୍ୱାଗତ ଭାଷଣ ଦେଇଥିବା ବେଳେ ସିପିଆଇ(ଏମ୍.ଏଲ୍) ଲିବରେସନର ରାଜ୍ୟ ସମ୍ପାଦକ ଯୁଧୁଷ୍ଠିର ମହାପାତ୍ର ସଭାପତିତ୍ବ କରିଥିଲେ । ଶେଷରେ ସିପିଆଇ(ଏମ୍.ଏଲ) ଲିବରେସନର ରାଜ୍ୟ କମିଟି ସଦସ୍ୟ ମହେନ୍ଦ୍ର ପରିଡ଼ା ଧନ୍ୟବାଦ ର୍ପଣ କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ସାଥୀ ତିରୁପତି ଗମାଙ୍ଗ, ଅଶୋକ ପ୍ରଧାନ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ନାଗଭୂଷଣ ପଟ୍ଟନାୟକଙ୍କ ସହିତ କାର୍ଯ୍ୟ କରିଥିବା ଶରତ ତ୍ରିପାଠୀ, ଦିବାକର ବେଉରିଆଙ୍କୁ ସମ୍ମାନିତ କରାଯାଇଥିଲା । ଯୁବ ସାଥୀ ମଧୁସୁଦନ ସେ ସିପିଆଇ(ଏମ୍.ଏଲ୍) ଲିବରେସନରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ସିପିଆଇ ନେତା ଦିବାକର ନାୟକ, ଏସୟସିଆଇ (କମ୍ୟୁନିଷ୍ଟ ) ଛବି ମହାନ୍ତି ଓ ଫରୱାର୍ଡ଼ ବ୍ଳକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ତାଙ୍କର ବକ୍ତବ୍ୟ ରଖିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget