ଭୁବନେଶ୍ୱର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜୟ କିରଣ ଟ୍ରଷ୍ଟ, ଅକ୍ଷର ଓ ବିନୋବା ସେବା ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମତିସଭାରେ ରାଜ୍ୟ ସୂଚନା କମିଶନର ଦିଲ୍ଲୀପ ବିଶୋଇ ସଭାପତିତ୍ବ କରି ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଓଡ଼ିଶା ରାଜନୀତିର ଜଣେ ସାଲିସ୍ ବିହୀନ ସଂଗ୍ରାମୀ ନେତା ବୋଲି କହିଥିଲେ ।
ମୁଖ୍ୟ ଅତିଥୁ ରୂପେ ବୟୋଜ୍ୟେଷ୍ଠ ସମାଜସେବୀ ଆଶାଲତା ଦାସ ଯୋଗଦେଇ ରାଜନୀତି ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ହେବା ଉଚିତ ଯାହା ନବବାବୁ ଚିନ୍ତା କରୁଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର କାର୍ଯ୍ୟନିର୍ବାହୀ ଅଧୁକାରୀ ନିବେଦିତା ଆଶ୍ଚର୍ଯ୍ୟ ନିଜର ଅତୀତର ସମୁଦ୍ରରେ ଇଣ୍ଡୋନେସିଆ ଜଳଯାତ୍ରା ସମ୍ପର୍କରେ ବାଖ୍ୟାନ କରି ଯୁବବର୍ଗ ଦୁଃସାହସିକ ହୋଇ ରଚନାତ୍ମକ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।
ପ୍ରାରମ୍ଭରେ ଜୟ କିରଣ ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା ସ୍ୱାଗତ ଭାଷଣ ଦେବା ସହ ସଭାର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ବକ୍ତାଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନାରାୟଣ ରେଡ଼ି, ସିପ୍ରା ମଲ୍ଲିକ, ପୂର୍ବତନ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଜାତୀୟ ମାନବାଧକାର କମିଶନ, ନୂଆଦିଲ୍ଲୀ କୋର୍ ସଦସ୍ୟ ମନୋଜ ଜେନା, ସ୍ତମ୍ଭକାର ଅମିୟ ପାଣ୍ଡବ ପ୍ରମୁଖ ନବବାବୁଙ୍କ ଆଦର୍ଶ, ଜୀବନ ଓ କାର୍ଯ୍ୟଧାରା ଉପରେ ବକ୍ତବ୍ୟ ରଖିଥଲେ । ନାରୀନେତ୍ରୀ ଡ. ଗୀତାଞ୍ଜଳି ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment