loading...

ବିଶିଷ୍ଟ ଶିକ୍ଷାବିତ୍ ଦୟାନିଧେ ନାୟକଙ୍କ ସ୍ମୃତିରେ ସ୍ମରଣିକା ଉନ୍ମୋଚିତ

ଛାତ୍ରବତ୍ସଳ ଶିକ୍ଷକ ତଥା ସମାଜସେବୀ ସ୍ୱର୍ଗତ ଦୟାନିଧ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଜୀବନୀ ସମ୍ବଳିତ ଏକ ସ୍ମରଣିକା ପୁସ୍ତକ

ବିଶିଷ୍ଟ ଶିକ୍ଷାବିତ୍ ଦୟାନିଧେ ନାୟକଙ୍କ ସ୍ମୃତିରେ ସ୍ମରଣିକା ଉନ୍ମୋଚିତ

ଭୁବନେଶ୍ୱର, ଛାତ୍ରବତ୍ସଳ ଶିକ୍ଷକ ତଥା ସମାଜସେବୀ ସ୍ୱର୍ଗତ ଦୟାନିଧ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଜୀବନୀ ସମ୍ବଳିତ ଏକ ସ୍ମରଣିକା ପୁସ୍ତକ ଆଜି ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାନସଭା ସଚିବ ଯୋଗ ଦେଇ ସ୍ଵର୍ଗତ ନାୟକଙ୍କ ବହୁବିଧ ଦକ୍ଷତା ଉପରେ ଆଲୋକପାତ କରିଥିଲେ । 

ଜଣେ ବିଶିଷ୍ଟ ଶିକ୍ଷାବିତ୍,ଛାତ୍ରବତ୍ସଳ, ସମାଜସେବୀ ଭାବରେ ତାଙ୍କର ଅଜସ୍ର ଖ୍ୟାତି ଏବଂ ରାଜକନିକା ସାର୍ବଜନିକ ଦୁର୍ଗା ପୂଜା କମିଟି ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ପ୍ରାଣପ୍ରତିଷ୍ଠାତା ସଦସ୍ୟ ଭାବେ ତାଙ୍କର ଗରିମାମୟ କର୍ଯ୍ୟକଳାପ ପାଇଁ ଅଞ୍ଚଳରେ ସେ ବିଖାତ ବ୍ୟକ୍ତି ଥିବା ଏବଂ ତାଙ୍କର ତ୍ୟାଗପୂତ ସାଧନା, ନିସ୍ୱାର୍ଥପର ଓ ଉତ୍ସର୍ଗୀକୃତ ସେବା ଏବଂ ମାନବବାଦୀ । ଚିନ୍ତାଧାରା ପାଇଁ ସେ ଚୀର ଅମର ରହିବେ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଞ୍ଜିନିୟର ପ୍ରଶାନ୍ତ କୁମାର ସ୍ବାଇଁ, ତ୍ରିଭୁବନ ମହାପାତ୍ର, ପ୍ରଭାସ ଚନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget