loading...

ସ୍କାଉଟ ଏବଂ ଗାଇଡ୍ସ ନୂତନ ସଭାପତି ଓ ଉପସଭାପତିଙ୍କ ଶପଥ ଗ୍ରହଣ

ମଣିଷର ସେବାରୁ ଯେଉଁ ନିର୍ମଳ ଆନନ୍ଦ ମିଳେ, ତାହା ଅନ୍ୟ କେଉଁ କାର୍ଯ୍ୟରୁ ମିଳେ ନାହିଁ । ମଣିଷର ସେବା ହିଁ ଈଶ୍ଵରଙ୍କ ଅର୍ଚ୍ଚନା

ସ୍କାଉଟ ଏବଂ ଗାଇଡ୍ସ ନୂତନ ସଭାପତି ଓ ଉପସଭାପତିଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର, ମଣିଷର ସେବାରୁ ଯେଉଁ ନିର୍ମଳ ଆନନ୍ଦ ମିଳେ, ତାହା ଅନ୍ୟ କେଉଁ କାର୍ଯ୍ୟରୁ ମିଳେ ନାହିଁ । ମଣିଷର ସେବା ହିଁ ଈଶ୍ଵରଙ୍କ ଅର୍ଚ୍ଚନା । ଏହା ଆମ ସଂସ୍କୃତି ଓ ପରମ୍ପରାର ଶିକ୍ଷା ଓ ଦୀକ୍ଷା । ମାନବବାଦକୁ ଆଧାର କରି ନିଜ କର୍ତ୍ତବ୍ୟ ଓ ଦାୟିତ୍ବ ପାଳନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି । ରାଜଭବନରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ୍ ସଂଗଠନର ନବନିଯୁକ୍ତ ସଭାପତି ଓ ଉପସଭାପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା ସଂଗଠନର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ଲାଲ କହିଲେ ଯେ ବସୁ ବୋଲି କିଛି ନାହିଁ । 

ଏହା ଚେତନାର ରୂପାନ୍ତର । ସେହି ଚେତନାର ଅନୁଭବ ଓ ଉପଲବ୍ଧି ମଣିଷକୁ ଉଦ୍ଧମୁଖୀ କରାଇଥାଏ । ପ୍ରତ୍ୟେକ ଏକ ଉତ୍ସରୁ ଆସିଥିବାରୁ ସମତା ଭାବରେ ଆୟୁତ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ବିଧାୟକ ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ସଭାପତି ଭାବରେ ଏବଂ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ସମାଜ’ର ପ୍ରକାଶକ ନିରଞ୍ଜନ ରଥ, ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା, ଅବସରପ୍ରାପ୍ତ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତି, ଟି. ପ୍ରସାଦ ରାଓ ରାଜ୍ୟ ଉପସଭାପତି ଭାବରେ ଶପଥ ଗ୍ରହଣ କରିଥିଲେ ।

ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି କାଳିପ୍ରସାଦ ମିଶ୍ର ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ରାଜଭବନର ବରିଷ୍ଠ ଅଧିକାରୀଙ୍କ ସମେତ ସଂଗଠନର କର୍ମକର୍ତ୍ତାମାନେ ଉତ୍ସବରେ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget