loading...

ଗଞ୍ଜେଇ ଚାଷ ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା କଲେ ରାଜ୍ୟ ଅବକାରୀ କମିଶନର ଆଶିଷ ସିଂହ

ରାଜ୍ୟ ଅବକାରୀ କମିଶନର ଆଶିଷ ସିଂହ ଲଗାତାର ଦୁଇଦିନ ଧରି ରାଜ୍ୟର ଚାରିଟି ଜିଲ୍ଲା ଗସ୍ତ କରିବା ସହିତ ସେଠାରେ ଗଞ୍ଜେଇ ଚାଷ ବିରୁଦ୍ଧରେ ଚାଲିଥିବା ଅଭିଯାନ

ଗଞ୍ଜେଇ ଚାଷ ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା କଲେ ରାଜ୍ୟ ଅବକାରୀ କମିଶନର ଆଶିଷ ସିଂହ

ଭୁବନେଶ୍ବର, ରାଜ୍ୟ ଅବକାରୀ କମିଶନର ଆଶିଷ ସିଂହ ଲଗାତାର ଦୁଇଦିନ ଧରି ରାଜ୍ୟର ଚାରିଟି ଜିଲ୍ଲା ଗସ୍ତ କରିବା ସହିତ ସେଠାରେ । ଗଞ୍ଜେଇ ଚାଷ ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ଜଣାପଡିଛି ଯେ ଚାରି ଜିଲ୍ଲା ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ଚଳିତବର୍ଷ ବର୍ଭମାନ ସୁଦ୍ଧା ୭୮୬ ଏକରରୁ ଉଦ୍ଧ ଜମିରୁ ୧୩ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇ ସାରିଲାଣି ।

କମିଶନଙ୍କ ଗସ୍ତର ଅନୁଯାୟୀ ଗଜପତି ଜିଲ୍ଲାରେ ସର୍ବାଧୂକ ୩୮ ୮ ଏକର ଜମିରୁ ୭,୭୬, ୬ ୨୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାରେ ୧୯୪ ଏକର ଜମିରୁ ୨,୮୬, ୨୦୦ଟି, କୋରାପୁଟ ଜିଲ୍ଲାରେ ୧୬୧ ଏକର ଜମିରୁ ୧,୯୪, ୮୯୦ଟି ଓ ରାୟଗଡା ଜିଲ୍ଲାରେ ୪୩ ଏକର ଜମିରେ ହୋଇଥିବା ୪୩ହଜାର ଗଞ୍ଜେଇ ଗଛକୁ ଠାବ ସହିତ ନଷ୍ଟ କରାଯାଇଛି । ଅବକାରୀ କମିଶନର ଚଳିତ ମାସ ୨୨ ଓ ୨୩ ତାରିଖରେ ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ଗସ୍ତ କରିବା ସମୟରେ ଏହିସବୁ ଜିଲ୍ଲା ସମେତ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ମଧ୍ୟ ସ୍ଥିତି ପରଖୁଥିଲେ । କମିଶନର ଶ୍ରୀ ସିଂହ ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ଡିଏଫ୍ଓ ଓ ଅବକାରୀ ଅଧୀକ୍ଷକମାନଙ୍କ ସହିତ ସେହିସବୁ ଜିଲ୍ଲାରେ ଗଞ୍ଜେଇ ଚାଷ ସହିତ ଅନ୍ୟାନ୍ୟ ନିଶା କାରବାର ସ୍ଥିତିର ସମୀକ୍ଷା କରିଥିଲେ । ବିଶେଷକରି ଏହିସବୁ ଜିଲ୍ଲାରେ ଗଞ୍ଜେଇ ଗଛକୁ କିଭଳି ନଷ୍ଟ କରାଯାଇ ପାରିବ ଓ ସ୍ଥାନୀୟ ଲୋକଙ୍କୁ କିଭଳି ଏ ସଂକ୍ରାନ୍ତରେ ସଚେତନ କରାଯାଇ ପାରିବ ତାହା ଉପରେ କମିଶନର ଗୁରୁତ୍ବ ଦେଇଥିଲେ ।

ଗଞ୍ଜେଇ ଚାଷରେ ଜଡିତ ବ୍ୟକ୍ତିମାନଙ୍କ ହାତକୁ ବିକଳ୍ପ ରୋଜଗାର ଯୋଗାଇବା ଉପରେ ଅବକାରୀ କମିଶନର ଗୁରୁତ୍ବ ଆରୋପ କରିଛନ୍ତି । କାରଣ ଆଦିବାସୀ ଅଧୁଷିତ ଇଲାକାର ଲୋକେ ଗଞ୍ଜେଇ ଚାଷ ବେଆଇନ୍ ଓ ଏଥିପାଇଁ ଥିବା ଜେଲ ଜୋରିମାନାର ଭୟାବହତା ସଂକ୍ରାନ୍ତରେ ଜାଣିବା ସହିତ ବିକଳ୍ପ କର୍ମସଂସ୍ଥାନ ପାଇଲେ ସେମାନେ ଆଉ ଏହି ବେଆଇନ୍ ଚାଷ ପ୍ରତି ମନ ବଳାଇବେ ନାହିଁ । ଅବକାରୀ କମିଶନରଙ୍କ କୋରାପୁଟ ଗସ୍ତ ସମୟରେ ଡିଆଇଜି ପୁଲିସ ଆଲୋଚନା ସମୟରେ ଉପସ୍ଥିତ ରହିବା ସହିତ ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଆଇନ୍ ଅନୁଯାୟୀ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । 

ସେହିଭଳି ଗଞ୍ଜେଇ ଚାଷ ଅଞ୍ଚଳରେ ଚଢାଉକୁ ବ୍ୟାପକ କରି କିଭଳି ନଷ୍ଟ କରାଯିବ ସେ ସଂକ୍ରାନ୍ତରେ ଅବକାରୀ ଓ ପୁଲିସ ବାହିନୀକୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଏଥିରେ ଜଡିତ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ କୁହାଯାଇଛି । ଗଞ୍ଜଇ ଚାଷରେ ଲିପ୍ତ ବ୍ୟକ୍ତିଙ୍କ ହାତକୁ ବିକଳ୍ପ କର୍ମସଂସ୍ଥାନ ଯୋଗାଇବାପାଇଁ ତଳ ସ୍ତରରେ ଯୋଜନା ପ୍ରସ୍ତୁତ ସହିତ ସେମାନଙ୍କୁ ବିଭିନ୍ନ ପ୍ରକାର ଅର୍ଥକରୀ ଚାଷ ଯଥା କୁକୁଡ଼ା ଚାଷ, ଛେଳି ଚାଷ, ଫୁଲଚାଷ ଆଦି ଯୋଗାଇ ଦେବାକୁ କୁହାଯାଇଛି ।

ସେହିଭଳି ବ୍ଲକ, ପଞ୍ଚାୟତ ଓ ଗ୍ରାମ ସ୍ତରରେ କମିଟିମାନ ଗଠନ କରି ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ଏହାର ଭୟାବହତା ଓ ଆଇନ୍‌ଗତ ଦିଗ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । କୌଣସି ପ୍ରକାରେ ଏହିସବୁ ଜିଲ୍ଲାରେ ଗଞ୍ଜେଇ ଚାଷକୁ ସମୂଳେ ନଷ୍ଟ କରିବା ଉପରେ ଅବକାରୀ କମିଶନର ଗୁରୁତ୍ୱ ଦେବା ସହିତ କାର୍ଯ୍ୟାନୁଷ୍ଠାନ ସମୟରେ ସାଧାରଣ ଲୋକେ ଯେଭଳି ହଇରାଣ ନହୁଅନ୍ତି ତାହା ଉପରେ ଧ୍ୟାନ ଦେବାକୁ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget