loading...

ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ବ୍ୟାପୀ ଜନଜାଗରଣ ଅଭିଯାନ । ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦ

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ବ୍ୟାପୀ ଜନଜାଗରଣ ଅଭିଯାନ ରନ୍ଧନ ଗ୍ୟାସ, ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ଯୁବ କଂଗ୍ରେସ

ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ବ୍ୟାପୀ ଜନଜାଗରଣ ଅଭିଯାନ । ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦ

 ଭୁବନେଶ୍ୱର, ଅଖିଳ ଭାରତୀୟ କଂଗ୍ରେସ କମିଟି ଆହ୍ବାନ କ୍ରମେ ଆଜି (ଗୁରୁବାର) ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପୀ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ଵର ରାଜମହଲ ଛକରେ ଯୁବ କଂଗ୍ରେସ ସଭାପତି ଡ. ସ୍ମତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଶତାଧିକ କର୍ମୀ ‘ବହୁତ ହୋଇଗଲା ଦରଦାମ ବୃଦ୍ଧି, ଏଥର ହଟିବେ ନବୀନ-ମୋଦି ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଡ. ଲେଙ୍କା କହିଛନ୍ତି ଯେ କେନ୍ଦ୍ରର ମୋଦି ସରକାର ଅଛେ ଦିନର ସୁନେଲି ସ୍ୱପ୍ନ ଦେଖାଇ ମିଥ୍ୟ ପ୍ରତିଶ୍ରୁତି ଦେଇ ଦେଶର ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି । 


୭୦ ବର୍ଷ ଭିତରେ ଭାରତ ବର୍ଷ ଯେଉଁସ୍ତରରେ ଛିଡ଼ା ହୋଇପାରିଥିଲା, ଗତ ୭ବର୍ଷର ଭାଜପା ସରକାର ତାହାକୁ ତଳିତଳାନ୍ତ କରି ଦେଶକୁ ଭୁଲୁଣ୍ଡିତ କରିଦେଇଛି । ଦେଶର ଗରିବ ଜନସାଧାରଣଙ୍କ ପେଟକୁ ଲାତ ମାରି, ଯୁବପିଢ଼ିଙ୍କୁ ବେରୋଜଗାରର ରାସ୍ତାକୁ ଠେଲି ଦେଇ ମୋଦି ସରକାର କେବଳ ଆଦାନି, ଅମ୍ବାନିଙ୍କ ସମ୍ପତି ବଢ଼ାଇଛି । ବିମୁଦ୍ରିକରଣ ମାଡ଼ରେ ଛୋଟ ଛୋଟ ବେପାରୀମାନେ ଅଂଟା ଭାଙ୍ଗି ପଡ଼ିଛନ୍ତି । କରୋନା ମହାମାରୀ କାଳରେ ଗରିବ ଜନସାଧାରଣ ଖାଇବାକୁ ମୁଠେ ପାଉନାହାନ୍ତି । ସେପଟେ ଆଦାନି, ଅମ୍ବାନୀଙ୍କ ଭଳି ମୋଦିଙ୍କ କେତେଜଣ ହାତ ଗଣତି ପୁଞ୍ଜିପତି ବନ୍ଧୁଙ୍କ ସମ୍ପତି ଦୁଇଗୁଣିତ ହୋଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ନରେନ୍ଦ୍ର ମୋଦି ସରକାର ଯେଉଁ ପ୍ରତିଶୁତି ଦେଇଥିଲେ ନା ଖାଉଙ୍ଗା, ନା ଖାନେ ଦୁଙ୍ଗା, ତାହାକୁ ଭୁଲ ପ୍ରମାଣିତ କରି ନିଜେ ଖାଇଛନ୍ତି ଓ ତାଙ୍କର ପୁଞ୍ଜିପତି ବନ୍ଧୁମାନଙ୍କୁ ଖୁଆଇଛନ୍ତି । 

ସେମାନଙ୍କୁ ସୁହାଇଲା ଭଳି ଆଇନ କରି ଦେଶକୁ ବିକ୍ରି କରିଛନ୍ତି । ‘ବହୁତ ହୋଗେୟି ମେହେଙ୍ଗାଇ କି ମାର, ଅବ୍ କି ବାର ମୋଦି ସରକାର’ ର କଥା କହି ଲୋକଙ୍କୁ ଭୁଆଁ ବୁଲାଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବର୍ତମାନ ଅହେତୁକ ଭାବେ ବୃଦ୍ଧି ପାଇଥିବାବେଳେ ରନ୍ଧନ ଗ୍ୟାସ ମୂଲ୍ୟ ଆସି ହଜାର ଟଙ୍କା ଛୁଇଁବାକୁ ବସିଲାଣି । ଏଥିପାଇଁ ମୋଦି ସରକାରଙ୍କୁ ଦେଶର ଜନସାଧାରଣଙ୍କ ଆଗରେ ଜବାବ ଦେବାକୁ ହେବ । ସେପଟେ କଂଗ୍ରେସ ଓ ଭାଜପା ଠାରୁ ସମଦୂରତା ରକ୍ଷା କଥା କହୁଥିବା ବିଜୁ ଜନତା ଦଳ ମଧ୍ୟ ଏସବୁ କାର୍ଯ୍ୟରେ ଭାଜପା ସରକାରକୁ ସମର୍ଥନ ଦେଇ ଆସୁଛି । ତାଙ୍କର ନେତା ସଂସଦରେ ମୋଦି ସରକାରର ଗରିବ ମାରଣ ନୀତିରେ ସମର୍ଥନ ଜଣାଉଛନ୍ତି । ତେଣୁ ଭାଜପା ଓ ବିଜେଡି । ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ବୋଲି ଡ. ଲେଙ୍କା କହିଛନ୍ତି । ଦେଶ ବ୍ୟାପୀ ଏହାର ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ଆମର ନେତା ଶ୍ରୀନିବାସ ବିଭି ଓ କ୍ରିଷ୍ଣା ଆଲାବାରୁଙ୍କ ନେତୃତ୍ବରେ ସାରା ଦେଶରେ ଜନଜାଗରଣ ଅଭିଯାନ ଚାଲିଛି । 

ଓଡ଼ିଶାରେ ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପୀ ଜନଜାଗରଣ ଅଭିଯାନ ହେଉଛି । ଆଗାମୀ ଦିନରେ ମଧ୍ୟ ଗରିବ ଜନସାଧାରଣଙ୍କ ପାଇଁ ଏହି ବିରୋଧର ସ୍ପରକୁ ଯୁବ କଂଗ୍ରେସ ଅଧୁକ ଶାଣିତ କରିବ ବୋଲି ଡ. ଲେଙ୍କା କହିଛନ୍ତି । ଆଜିର ଏହି ପ୍ରତିବାଦ ସଭାରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ ପାତ୍ର, ବିଶ୍ୱରଞ୍ଜନ ଦାସ, ସମ୍ପାଦକ ବୀରେନ କୁମାର ଦଳେଇ, ସୃତି ମନ୍ତ୍ରୀ, ଜ୍ଞାନ ରଞ୍ଜନ ରାଉତ, ଆଦିତ୍ୟ ପ୍ରସାଦ ପରିଡ଼ା, ରଞ୍ଜିତ ପାତ୍ର, ସ୍ଵାଗତ କର, ବିଶ୍ୱଜିତ ଲେଙ୍କା, ନଳିନୀକାନ୍ତ ନାୟକ, ମନୋଜ ବିଶ୍ୱାଳ, କେଦାର ଦଳେଇ, ଜୀବନ ଶାହାଣୀ, ସମୀର ପାତ୍ର, ବିଶ୍ୱଜିତ ସାଇଁ, ଜୟନ୍ତ କିଷାନ, ରାକେଶ କୁମାର ଦାସ, ବିକାଶ ପାତ୍ର, ଆଶୁତୋଷ ଲେଙ୍କା, ସୌମ୍ୟରଞ୍ଜନ ବେଉରା ପ୍ରମୁଖ ସାମିଲ ହୋଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget