loading...

୨୨ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିବେ ଛାତ୍ରଛାତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ଦୈନନ୍ଦିନ ବ୍ୟବହୃତ ହେଉଥିବା ସାଧାରଣ କଥା ଗୁଡିକୁ ଏଣିକି ୨୨ଟି ଅଂଚଳିକ ଭାଷାରେ ସ୍କୁଲ ଛାତ୍ରଛାତ୍ରୀମାନେ ଶିଖିପାରିବେ

୨୨ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିବେ ଛାତ୍ରଛାତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର,ଦେଶରେ ଦୈନନ୍ଦିନ ବ୍ୟବହୃତ ହେଉଥିବା ସାଧାରଣ କଥା ଗୁଡିକୁ ଏଣିକି ୨୨ଟି ଅଂଚଳିକ ଭାଷାରେ ସ୍କୁଲ ଛାତ୍ରଛାତ୍ରୀମାନେ ଶିଖିପାରିବେ । ଏଥିପାଇଁ ଆଜି ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତ ଭାଷା ସଂଗମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଭାଷା ସଂଗ୍ରାମ ମୋବାଇଲ ଆପ୍ ଏବଂ “ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇଜ୍ ଗେମ୍ ଆପ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି ।ସୋମବାର ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆୟୋଜିତ ଏହି ସ୍ୱତନ୍ତ୍ର ଲୋକାର୍ପଣ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶୁଭାରମ୍ଭ ହୋଇଥିବା ଭାଷା ସଂଗମ । 

ଭାଷାର ଏକତା ମାଧ୍ୟମରେ ବିବିଧ ଭାଷାକୁ ପ୍ରୋତ୍ସାହନ ପ୍ରଦାନ କରିବ । ଭାଷା ସଂଗ୍ରାମ ମୋବାଇଲ ଆପରେ ଦେଶରେ ପ୍ରତିଦିନ ବ୍ୟବହୃତ ୧୦୦ଟି ସାଧାରଣ ବାକ୍ୟ ଗୁଡିକୁ ୨୨ଟି ଅଂଚଳିକ ଭାଷାରେ ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଆପ୍ ମାଧ୍ୟମରେ ସାଧାରଣ କଥା ଗୁଡିକର ପ୍ରୟୋଗ ବିଭିନ୍ନ ଭାଷାରେ କ’ଣ କୁହାଯାଏ ଜାଣିପାରିବେ । ଏତଦବ୍ୟତିତ ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇଜ ଗେମ୍ ଆପର ବ୍ୟବହାର କରି ଛାତ୍ରଛାତ୍ରୀମାନେ ବିଭିନ୍ନ ରାଜ୍ୟର ସମୃଦ୍ଧ ସଂସ୍କୃତି, ଦେଶର ବୀର ସଂଗ୍ରାମୀ, ଐତିହ୍ୟ, ପରମ୍ପରା, ପର୍ଯ୍ୟଟନ ସ୍ଥଳି, ଭାଷା, ଭୁଗୋଳ, ଇତିହାସକୁ ଅଧୁକ ଜାଣିପାରିବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତି ୨୦୨୦ର ମୂଳ ଉଦ୍ଦେଶ୍ୟ ଆଗାମୀ ଦିନରେ ଭାଷାକୁ କ୍ରେଡ଼ିଟ୍ ଅନଂ ବ୍ୟବସ୍ଥାରେ ଏକତ୍ରିତ କରାଯିବ । ଦେଶ ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଅଛି । ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ ଭାରତୀୟ ଭାଷାରେ ଛାତ୍ରଛାତ୍ରୀ ଏବଂ ନାଗରିକଙ୍କୁ ମଧ୍ୟରେ ଶିକ୍ଷା ପ୍ରତି ପ୍ରୋତ୍ସାହନ ପ୍ରଦାନ କରିବ । ବହୁ ଭାଷାରେ ଶିକ୍ଷା ପ୍ରଦାନକୁ ପ୍ରୋତ୍ସାହନ ଦେବାରେ ଅଧୁକ ସହାୟକ ହେବ ଏବଂ ଛାତ୍ରଛାତ୍ରୀଙ୍କୁ ଭାରତ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ସୃଷ୍ଟି କରିବ । ଆଜିର କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନକୁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget