ଭୁବନେଶ୍ବର, ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଯାତ୍ରା କରୁଥିବା ଭାରତର ବିଜୟ ଗୌରବ ପାଳନର ସ୍ମାରକୀ “ସ୍ଵର୍ଣ୍ଣିମ ବିଜୟ ମଶାଲକୁ ଆଜି ସକାଳେ ଭୁବନେଶ୍ବର ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ ପରିସରରେ ସ୍ବାଗତ କରାଯାଇଛି । ଆଜି ୧୨୦ ବାଟାଲିୟନସ୍ଥିତ ଆମ
ଷ୍ଟେସନ ହେଟର୍ସରୁ ବିଜୟ ମଶାଲ ଯାତ୍ରା କରି ଓ.ୟୁ.ଓ.ଟିରେ ପହଁଚିବା ପରେ ଓଡିଶା ଏନ.ସି.ସି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ କମୋହର ସୋମେନ୍ ବାନାର୍ଜୀ ଏହାକୁ ଗ୍ରହଣ କରିଥିଲେ ।
ଦେଶର ସୁରକ୍ଷା ଏବଂ ପଡୋଶୀ ବ୍ୟାଗଲା ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ବୀର ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବିଶ୍ବବ୍ୟାଳୟର । କୁଳପତି ଡ. ପନ କୁମାର ଅଗ୍ରୱାଲଙ୍କ ସମେତ ଅନ୍ୟ ଅତିଥିମାନେ ଏହି ପଣ୍ଡିମ ବିଜୟ ମଶାଲ ନିକଟରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଲେ। ପରେ ପରେ ସୁମ ବିଜୟ ବର୍ଷ ପାଳନ ଉପଲକ୍ଷେ ବିଶ୍ବବିଦ୍ୟାଳୟର ଏମ୍. ଏସ୍.ସ୍ବାମୀନାଥନ ହଲ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କୁଳପତି ଡ. ଅଗ୍ରୱାଲ କହିଲେ ଯେ, ସମ ବିଜୟ ମଶାଲ ବିଶ୍ୱ ବିଦ୍ୟାଳୟକୁ ଆସିବା ଆମ ପାଇଁ ଗୌରବର କଥା । ପ୍ରତିରକ୍ଷା ବିନା ଦେଶର ସୁରକ୍ଷା ଓ ଉନ୍ନତି ସମ୍ଭବ ନୁହେଁ । ଦେଶପାଇଁ ୧୯୭୧ ଯୁଦ୍ଧରେ ଯେଉଁ ବୀର ଯବାନମାନେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କ ଆଟ୍ରୋତ୍ସର୍ଗ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବୀର ଯୋଦ୍ଧାଙ୍କ ବୀରତ୍ବ ଓ ଯୁଦ୍ଧର ସଫଳତା ପାଇଁ ଆମେ ସେମାନଙ୍କୁ ସଶ୍ରଦ୍ଧ ସମ୍ମାନ ଜଣାଉଛୁ ବୋଲି କୁଳପତି ଡଃ ଅଗ୍ରୱାଲ ପ୍ରକାଶ କରିଥିଲେ ।
କମୋଡର ଏସ୍.ବାନାର୍ଜୀ ୧୯୭୧ ଯୁଦ୍ଧ ସଂପର୍କରେ ବିଶଦ୍ ଭାବେ ବଣ୍ଟିନା କରି କହିଲେ ଯେ, ଆମ୍ଭେମାନେ କେବଳ ଉତ୍ସବ ପାଳନରେ ସୀମିତ ନରହି ଯେଉଁ ବୀର ଯବାନମାନେ ଦେଶପାଇଁ ପ୍ରାଣବଳି ଦେଇଛନ୍ତି ଏବଂ ଦେଶର ସୁରକ୍ଷାରେ ନିୟୋଜିତ ରହିଛନ୍ତି, ସେମାନଙ୍କୁ ପ୍ରତିଦିନ ମନେ ପକାଇବାର ଆବଶ୍ୟକତା ରହିଛି । ଅନ୍ୟମାନଙ୍କ ମଧ୍ୟରେ ଲେଫନାଣ୍ଟ କର୍ଣ୍ଣେଲ । ଶିବକୁମାର ମିଶ୍ର ବିଶ୍ବ ବିଦ୍ୟାଳୟର ଆଲୁମିନି), ଓୟୁଏଟିର ରେଜିଷ୍ଟ୍ରାର ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି , ଡିନ୍ ,ଷ୍ଟୁଡେଣ୍ଟସ୍ ୱେଲ୍ଫେୟାର ଡ. ଏଲ.କେ. ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଵର୍ଣ୍ଣିମ ବିଜୟ ବର୍ଷ ପାଳନ ଓ ବିଜୟ ମଶାଲକୁ ସ୍ଵାଗତ ପରିପ୍ରେକ୍ଷୀରେ ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ୧୯୭୧ ଯୁଦ୍ଧ ସଂପର୍କିତ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ତତ୍ ସହିତ ଅନୁଷ୍ଠିତ ଓଡ଼ିଆ ପ୍ରବନ୍ଧ ଓ ଇଂରାଜୀ ବିସ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏନ୍.ସି.ସି ସେଚ୍ଛାସେବୀ, ଏନ୍. ଏସ୍ ଏସ୍ ସେଚ୍ଛାସେବୀ ମାନଙ୍କ ସହଯୋଗରେ କୋଭିଦ୍ କଟକଣା ଅନୁପାଳନ ପୂର୍ବକ ଏହି ଉତ୍ସବ ପାଳନ କରାଯାଇଥିଲା । ପରେ ପରେ ବିଜୟ ମଶାଲକୁ ଭବ୍ୟ ସମ୍ମାନର ସହିତ ୧୨୦ ବାଟାଲିୟନକୁ ପ୍ରତ୍ୟାବର୍ତନ କରାଯାଇଥିଲା । ଅପରାହ୍ନରେ ବିଜୟ ମଶାଲ ୧୯୭୧ ରେ ଅଂଶ ଗ୍ରହଣ କରିଥିବା ୫ ଜଣ ବୀର ଯୋଦ୍ଧା ଯଥା ଉଇଙ୍ଗ କମାଣ୍ଡର ଅଶୋକ କୁମାର ମହାନ୍ତି, ସର୍ଗତ ବ୍ରିଗେଡିୟର ନାରାୟଣ ନାୟକଙ୍କ ପତ୍ନୀ ଶ୍ରୀମତୀ ସୁନନ୍ଦା ନାୟକ, ସର୍ଗତ କଣ୍ଟିଲ ମହୀ ପ୍ରସାଦ ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ମହାନ୍ତି, ଲେଫଟନାଣ୍ଟ କର୍ଣ୍ଣେଲ ଶରତ କୁମାର ମହାପାତ୍ର ଏବଂ ବ୍ରିଗେଡିୟର ରାଜ ପଣ୍ଡା ଘରକୁ ଯାତ୍ରା କରିଥିଲା ।
ସେମାନେ ବିଜୟ ମଶାଲକୁ ସ୍ବାଗତ କରିବା ସହିତ ବୀର ଯୋଦ୍ଧାମାନେ ସେମାନଙ୍କର ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ ଓ ଅନୁଭୂତି ସଂପର୍କରେ ପ୍ରକାଶ କରିଥିଲେ।
Post a Comment