loading...

ଦରମା ବୃଦ୍ଧି ନ ହେବାରୁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର 30 ଜିଲ୍ଳାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଦରମା ବୃଦ୍ଧି ନ ହେବାରୁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର 30 ଜିଲ୍ଳାରେ DEO, DPC ଓ COLLECTOR ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଦରମା ବୃଦ୍ଧି ନ ହେବାରୁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର 30 ଜିଲ୍ଳାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ଵର, ଓଡିଶା କନିଷ୍ଠ ଶିକ୍ଷକ ସଂଘ 2016 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ସରକାରଙ୍କ ପାଖରେ ଉପସ୍ଥାପନା କରି ଆସୁଛି । ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଇତି ମଧ୍ୟରେ ଦୀର୍ଘ 5 ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିନାହାନ୍ତି । ରାଜ୍ୟରେ ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ମାସିକ 6512 ଟଙ୍କାରେ ଜଣେ ଶିକ୍ଷକ କିପରି ବଂଚିବ? ସରକାର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଜଣେ ଅଣ କୁଶଳୀ ଶ୍ରମିକର ପାରିଶ୍ରମିକ ଦୈନିକ 311 ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଜଣେ ଶିକ୍ଷକକୁ ଦୈନିକ ପାରିଶ୍ରମିକ 217 ଟଙ୍କା ଦେବା କେତେ ଦୂର ଯୁକ୍ତିଯୁକ୍ତ? ଯାହା ତାଲିମପ୍ରାପ୍ତ ଅତି କୁଶଳୀ ଶିକ୍ଷକମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ଅନେକ ସମୟରେ ପ୍ରଶଂସିତ ହେଉଥିବା ବେଳେ ସରକାରଙ୍କ ଶିକ୍ଷକ ମାନଙ୍କ ପ୍ରତି ପାତରନ୍ତର ନୀତିକୁ କୁ ସ୍ପଷ୍ଟ ବାରିହେଉଛି । 

ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିବା ଶିକ୍ଷକ ମାନେ ଦେଶର ଭବିଷ୍ୟତ ତିଆରି କରୁଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନାରେ ଜନସାଧାରଣଙ୍କୁ ସାହାଯ୍ୟ କରିଆସୁଛନ୍ତି। ଦରମା ବୃଦ୍ଧି କୁ ନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ବିଫଳ ହୋଇଛନ୍ତି । ଗତ ୧୧-୧୦-୨୦୨୧ ରିଖ ଦିନ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ଓଡିଶା ରୁ କୁଛିତ ଚୁକ୍ତିଭିତିକ ପ୍ରଥାକୁ ଉଚ୍ଛେଦ କରିବା ଘୋଷଣା କରିଥିଲେ । କିନ୍ତୁ ଓଡ଼ିଶା ବର୍ଗ- ଗ (ଚୁକ୍ତିନାମା ନିୟମ -୨୦୧୩) ନିୟମ ଅନୁସାରେ ଆସୁଥିବା ସମସ୍ତଙ୍କ କ୍ଷେତ୍ରରେ ଲାଗୁକରିଛନ୍ତି । ଯାହାକୁ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଉପକୃତ ହେଇଛନ୍ତି । କିନ୍ତୁ 2018 ମସିହାରେ ପ୍ରଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ( ଶିକ୍ଷା ସହାୟକ )ରୁ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ କରିଥିଲେ । କିନ୍ତୁ ଚୁକ୍ତିଭିତିକ କର୍ମଚାରୀ ଙ୍କ କ୍ଷେତ୍ରରେ ଦିଆଯାଉଥିବା କୌଣସି ସୁବିଧା ସୁଯଗ ପାଉନାହାନ୍ତି ଫଳତଃ ଶିକ୍ଷକ ଗୋଷ୍ଠୀରେ ନୈରାଶ୍ୟର ଛାୟା ଖେଳିଯାଇଛି।

ନିଜର ନାର୍ଯ୍ୟାଦାବୀ ପାଇବା ପାଇଁ ଶନିବାର ଗୋଟିଏ ଦିନରେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ତରଫରୁ ଓଡିଶାର 30 ଜିଲ୍ଲା ର 314 ବ୍ଲକ ର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ବ୍ଲକ ଶିକ୍ଷା ଅଧିକାରୀ ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଦାବିଜଣାଯାଇଛି ।

ଦାବି ସମୂହ –
ଓଡିଶା ଵର୍ଗ -ଗ( ଚୁକ୍ତିନାମା ନିୟମ ୨୦୧୩ ) ଅଧୀନସ୍ଥ କର୍ମଚାରୀ ଙ୍କ ପାଇଁ ଗତ ୧୧-୧୦-୨୦୨୧ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ର ସମସ୍ତ ସୁବିଧା ସୁଯୋଗ , ଓଡିଶା ର ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ ମାନଙ୍କୁ ପ୍ରଦାନ କରିବାସହିତ ଚୁକ୍ତିନାମା ନିୟମ ୨୦୧୩ ରେ ସାମିଲ କରାଯାଉ । କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଅତିକୁଶଳୀ ( ତାଲିମପ୍ରାପ୍ତ) ହୋଇଥିବାରୁ ଦରମା ସର୍ବନିମ୍ନ ୧୬୦୦୦ କରିବାସହ , ଏହାକୁ ଗତ ୨୦୧୬ରୁ ଲାଗୁକରାଯାଉ । ତେଣୁ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ନିଜର ଦାବି ସରକାରଙ୍କ ପାଖରେ ପହଞ୍ଚାଇବା ସହ ଦରମା ବୃଦ୍ଧି ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନ ନେଲେ ସଙ୍ଘ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget