loading...

ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଡିଜିଙ୍କୁ ଭେଟିଲା ଯୁବ କଂଗ୍ରେସ

କୁଚିଣ୍ଡା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଡିଜିଙ୍କୁ ଭେଟିଲା ରାଜ୍ୟ ଯୁବ କଂଗ୍ରେସର ପ୍ରତିନିଧ୍ବ ମଣ୍ଡଳୀ

ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଡିଜିଙ୍କୁ ଭେଟିଲା ଯୁବ କଂଗ୍ରେସ

ଭୁବନେଶ୍ୱର, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ ଘଟଣାକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ଡଃ ସୂତି ରଞ୍ଜନ ଲେଙ୍କ ଦୃଢ଼ ନିନ୍ଦା କରିଛନ୍ତି । ଏହି ଘଟଣାର ପ୍ରତିବାଦ କରି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ଵରେ ଯୁବ କଂଗ୍ରେସର ଏକ ପ୍ରତିନିଧୂମଣ୍ଡଳୀ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ଏଥିରେ ସଂପୃକ୍ତ ଗୁଣ୍ଡା ଏବଂ ଦୁଇ ଜଣ ମନ୍ତ୍ରୀଙ୍କୁ ଗିରଫ ସହ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡକ୍ଟର ଲେଙ୍କା ଦାବି କରିଛନ୍ତି । ଯଦି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତାହାଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଏହାର ପ୍ରତିବାଦରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଡକ୍ଟର ସୃତି ରଞ୍ଜନ ଲେଙ୍କ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଯେଭଳି ଗୃହ ବିଭାଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଯୋଗାଉଛି ଓ ନିଜେ ଗୃହ ବିଭାଗର ମୁଖ୍ୟ ହୋଇ ମୁଖ୍ୟମନ୍ତ୍ରୀ ଜାଣିଶୁଣି ଚୁପ୍ ରହିଛନ୍ତି ତାହା ନିଶ୍ଚିନ୍ତ ଭାବେ ନିନ୍ଦନୀୟ । ତେଣୁ ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତକୁ ଗଣତାନ୍ତ୍ରିକ ଉପାୟରେ ବିରୋଧ କରି ବିଧାନସଭା ଯୁବ କଂଗ୍ରେସ କମିଟି ସଭାପତି ଜୟନ୍ତ କିଷାନଙ୍କ ନେତୃତ୍ୱରେ କଳାପତାକା ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ରାଜ୍ୟ ସରକାରଙ୍କର ଦୁଇ ବରିଷ୍ଠ ମନ୍ତ୍ରୀ ନବ କିଶୋର ଦାସ ଏବଂ ସୁଶାନ୍ତ ସିଂଙ୍କ ସଂପୃକ୍ତି ଥିବା ନେଇ ନିଜେ ଜୟନ୍ତ କିଷାନ ପୋଲିସ ଆଗରେ ବୟାନ ଦେଉଛନ୍ତି । ଏଥିରୁ ସ୍ପଷ୍ଟ ଯେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଷ ଭାବେ ବିଜେଡିର ଗୁଣ୍ଡାମାନଙ୍କ ହାତରେ ରହିଛି । ତେଣୁ ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କା ଦାବି କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget