loading...

“ସ୍ଵର୍ଣ୍ଣୀମ ବିଜୟ ବର୍ଷ ପାଳନ” ବିଜୟ ମଶାଲ ଉପସ୍ଥିତିରେ ପ୍ରଥମ ବର୍ଷ ଛାତ୍ରୀ କ୍ୟାଡେଙ୍କୁ ସ୍ଵାଗତ

୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଯାତ୍ରା କରୁଥିବା ଭାରତର ବିଜୟ ଗୌରବ ପାଳନର ସ୍ମାରକୀ

“ସ୍ଵର୍ଣ୍ଣୀମ ବିଜୟ ବର୍ଷ ପାଳନ” ବିଜୟ ମଶାଲ ଉପସ୍ଥିତିରେ ପ୍ରଥମ ବର୍ଷ ଛାତ୍ରୀ କ୍ୟାଡେଙ୍କୁ ସ୍ଵାଗତ

ଭୁବନେଶ୍ଵର, ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଯାତ୍ରା କରୁଥିବା ଭାରତର ବିଜୟ ଗୌରବ ପାଳନର ସ୍ମାରକୀ “ସ୍ଵର୍ଣ୍ଣୀମ ବିଜୟ ମଶାଲକୁ ଆଜି ସକାଳେ ଭୁବନେଶ୍ବର ସୈନିକ ସ୍କୁଲରେ ସ୍ଵାଗତ ଓ ସମ୍ମାନ ପ୍ରଦର୍ଶନ କରାଯାଇଛି । ବିଜୟ ମଶାଲର ଏହି ଗରିମାମୟ ଉପସ୍ଥିତିରେ ପ୍ରଥମକରି ଚଳିତବର୍ଷ ନାମ ଲେଖାଇଥିବା ଗାଇଁ କ୍ୟାଡେମାନଙ୍କୁ ସ୍ଵାଗତ କରାଯାଇଛି । ସୈନିକ ସ୍କୁଲର ଅଧ୍ୟକ୍ଷ ଗୁପ୍ତ କ୍ୟାପ୍ଟେନ୍ ଏସ୍.ଡୋମିନିକ୍ ରାୟନ୍ ସହିଦ ସ୍ମତିସ୍ତମ୍ଭ ପରିସରରେ ବିଜୟ ମଶାଲକୁ ସ୍ଵାଗତ କରିଥିଲେ । 

ଆମ ଦେଶର ସୁରକ୍ଷା ଏବଂ ପଡୋଶୀ ବାଂଲା ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ପରାକ୍ରମୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ସ୍ଵାଣ୍ଡିମ ବିଜୟ ମଶାଲ ସହିଦ ସ୍ମତିସ୍ତମ୍ଭ ନିକଟକୁ ଅଣାଯାଇ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହାପରେ ବିଜୟ ମଶାଲକୁ ଏକ ଖୋଲା ଜିନ୍ସି ଗାଡିରେ ବିଦ୍ୟାଳୟର ଶିକ୍ଷାର୍ଥୀ ଏବଂ କର୍ମଚାରୀଙ୍କ ଦ୍ବାରା । ନିର୍ମିତ ମାନବ ଶୃଙ୍ଖଳ ତୋରଣ ଭିତରେ ‘ଭାରତ ମାତା କି ଜୟ , ବନ୍ଦେ ମାତରଂ' ଧ୍ବନିରେ ସ୍ବାଗତ ସହିତ ସ୍କୁଲ ପରିସରକୁ ନିଆଯାଇଥିଲା । ବିଜୟ ମଶାଲକୁ ସ୍କୁଲ ଅଡିଟୋରିଅମ୍ ବିବେକାନନ୍ଦ ହଲକୁ ମଧ୍ୟ ନିଆଯାଇଥିଲା । ସେଠାରେ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ୟାଡେଟ୍ ଏବଂ ନୂଆକରି ନାମ ଲେଖାଇଥିବା ଗାର୍ଲ କ୍ୟାଡେଟ୍ ମାନଙ୍କ ଉପସ୍ଥିତିରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । 

ଏହି ଉତ୍ସବରେ ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥିଭାବେ । ଯୋଗ ଦେଇଥିଲେ । ତାଙ୍କ ଅଭିଭାଷଣରେ ସେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲବାହାଦୁର ଶାସ୍ତ୍ରୀଙ୍କର ଜୟଯବାନ,ଜୟକିଷାନ’ସ୍ଲୋଗାନର ଉଦାହରଣ ଦେଇ ଜାତୀୟ ପ୍ରତିରକ୍ଷା ବାହିନୀର ଗୁରୁତ୍ବପୂର୍ଣ୍ଣ । ଭୁମିକା ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଏବର୍ଷ ପ୍ରଥମଥର ପାଇଁ ସୈନିକସ୍କୁଲରେ ନାମ ଲେଖାଇଥିବା ବାଳିକା ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ସ୍ବାଗତ କରିଥିଲେ । ଶିକ୍ଷାର୍ଥୀମାନେ ଏଠାରେ ଉପଲବ୍ଧ ସମସ୍ତ ସୁବିଧାସୁଯୋଗ ଓ ସମୟର ସଦୁପଯୋଗ କରି ଭବିଷ୍ୟତରେ ନିଜକୁ ସୁନାଗରିକ କରି ଗଢିତୋଳିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଦିଗ୍ ଦର୍ଶନ ଦେଇଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଏହି ଅନୁଷ୍ଠାନକୁ ଆବଶ୍ୟକ ସବୁପ୍ରକାର ସାହାଯ୍ୟ ସହଯୋଗ ଦିଆଯାଉଥିବା ଓ ଆଗାମୀ ଦିନରେ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ। । 

ଏହି ଉତ୍ସବରେ ଏୟାର ମାର୍ଶାଲ ଜେ. ଏନ୍. ବର୍ମା , ଏୟାର କମୋହର ଟି.କେ.ରଥ ,ବ୍ରିଗେଡିଅର ଏଲ.ସି.ପଟ୍ଟନାୟକ , ଏୟାର କମୋଡର ଶ୍ରୀ ଅରବିନ୍ଦ ମହାନ୍ତି ,ଶ୍ରୀ ଅମିତାଭ ସ୍ବାଇଁ , ଏନ୍.ସି.ସି. ଡି.ଡି.ଜି. କମୋଡର ସୋମେନ ବାନାର୍ଜୀ , କ୍ୟାପ୍ଟେନ୍ ସୁଭାଷଚନ୍ଦ୍ର ଦାସ ,ଗୁପ୍ କ୍ୟାପ୍ଟେନ୍ ସଚିନ ଗୁପ୍ତା , କର୍ଣ୍ଣେଲ ରଜନିଶ୍ କାପୁର ,ଉଇଙ୍ଗ କମାଣ୍ଡର ଶ୍ୟାମସୁନ୍ଦର , ଉଇଙ୍ଗ୍ କମାଣ୍ଡର ବିଷ୍ଣୁଦତ ଏସ୍.କେ.ଜେନାମଣି , ସି.ବି.ଏସ୍.ଇ. ଅଂଚଳିକ ନିର୍ଦ୍ଦେଶକ ଶ୍ରୀ କେ. ଶ୍ରୀନିବାସନ୍ , ଶ୍ରୀ ସୌମେନ ଘୋଷ ପ୍ରଫେସର ଗୌରମା ଏବଂ ଲେପ୍ଟନାଣ୍ଟ କମାଣ୍ଡର ଚିନ୍ମୟ ବେହୁରା ଉପସ୍ଥିତ ଥିଲେ । ଏହି ଉତ୍ସବରେ ଉପସ୍ଥିତ ଅତିଥିମାନେ ମଧ୍ୟ ପ୍ରଥମ ବର୍ଷର ଗାର୍ଲ କ୍ୟାଡେମାନଙ୍କ ସହିତ ପାରସ୍ପରିକ ଭାବ ବିନିମୟ କରିଥିଲେ । ସୈନିକ ସ୍କୁଲ ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା ଏବଂ ଉପାଧ୍ୟକ୍ଷ କମାଣ୍ଡର ଉଷା ସଙ୍ଗନ ଏହି ଉତ୍ସବର ସମସ୍ତ ପ୍ରକାର ଆୟୋଜନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget