ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ଉଦଘାଟନ କାର୍ଯ୍ୟକ୍ରମକୁ ଯିବା ସମୟରେ ଯୁବ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇ ବିରୋଧ କରିଛନ୍ତି । ଖାଲି ସେତିକି ନୁହେଁ ବିଜେପି କର୍ମୀ ଡୁମୁଡୁମା ସ୍ଥିତ କସମପଲି ଟ୍ରାଫିକ ଛକରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କର ଇସ୍ତଫା ଦାବୀ କରି ନାରାବାଜି କରିଥିଲେ । ଏହି ଘଟଣାରେ ଯାଆଁଳା ପୋଲିସ ଥାନାରେ ଅନେକ କର୍ମୀଙ୍କୁ ଅଟକ ରଖୁଛନ୍ତି ।
ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଯିବାକୁ ସମୟ ହେଉନି, ମାତ୍ର ଉଦଘାଟନକୁ ଆସିପାରୁଛନ୍ତି । ସେପଟେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ ତାଙ୍କ ପରିବାରକୁ ବି ଭେଟିବାକୁ ଯାଇ ପାରୁନାହାନ୍ତି କି ବିଧାନସଭା ଯାଇପାରୁନାହାନ୍ତି ହେଲେ ହୋଟେଲ ଉଦଘାଟନକୁ ଆସିପାରୁଛନ୍ତି । ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ, ବହିଷ୍କାର ଓ ତୁରନ୍ତ ଗିରଫ, ସିବିଆଇ ତଦନ୍ତ ଦାବୀ ବିଜେପି ଯୁବ ମୋର୍ଚ୍ଚା ଦାବୀ କରିଛି । ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ସ୍ଥିତ ଡୁମୁଡୁମାରେ ଏକ ହୋଟେଲ ଉଦଘାଟନ କରିବାକୁ ଆସିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ଭୁବନେଶ୍ଵର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଖଣ୍ଡଗିରି ମଣ୍ଡଳ ସଭାପତି ରାମ ରଣସିଂ, କାର୍ତ୍ତିକ ସୁନ୍ଦରାୟ, ସୁରିୟକାନ୍ତ ରାଉତରାୟ, ଇଦିଶ ଭୁଇଁଆ, ଶିଶିର ସୁନ୍ଦରାୟ, ରାକେଶ ସେଠୀ, ସମ୍ବିତ ମହାପାତ୍ର, ଆଦର୍ଶ ପଟ୍ଟନାୟକ, ରଜନୀ ବାଳା ଦାସ, ସୁମିତ୍ରା ଆଚାର୍ଯ୍ୟ, ଦେବାଶିଷ ମହାନ୍ତି, ଲିଟୁ ମେକାପ ପ୍ରମୁଖ ସାମିଲ ଥିଲେ।
Post a Comment