loading...

୭୦ ଭାଗ ପୋଡି ହୋଇଯାଇଥିବା ଶିଶୁକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

ଦୁଇ ବର୍ଷରେ ପାଦ ଥାପିଛି କୁନିପୁଅ ଦେବ୍ଯାଂଶୁ । ତେବେ ତା’ର ଜନ୍ମ ଦିନ ସହିତ ସେ ନୂଆ ଜନ୍ମ ପାଇଥିବାର ଖୁସି ମନାଉଛନ୍ତି ଦେବ୍ୟାଂଶୁର ବାପା-ମା

୭୦ ଭାଗ ପୋଡି ହୋଇଯାଇଥିବା ଶିଶୁକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

ଭୁବନେଶ୍ୱର, ଦୁଇ ବର୍ଷରେ ପାଦ ଥାପିଛି କୁନିପୁଅ ଦେବ୍ଯାଂଶୁ । ତେବେ ତା’ର ଜନ୍ମ ଦିନ ସହିତ ସେ ନୂଆ ଜନ୍ମ ପାଇଥିବାର ଖୁସି ମନାଉଛନ୍ତି ଦେବ୍ୟାଂଶୁର ବାପା-ମା । ଆଜକୁ ଠିକ୍ ୧୫ ଦିନ ତଳେ ତତଲା ପାଣି ପଡ଼ିବା ଯୋଗୁଁ କୁନିପୁଅଟିର ଶରୀରର ୭୦ ଭାଗ ପୋଡି ହୋଇଯାଇଥିବା ବେଳେ ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଚିକିତ୍ସା, ଯତ୍ନ ଓ ଉଦ୍ୟମ ଫଳରେ ସମ୍ପୂର୍ଣ୍ଣ ସୁସୁ ହେବା ସହ ନୂଆ ଜୀବନ ପାଇଛି ଶିଶୁ ।

ଗତ ନଭେମ୍ବର ୯ ତାରିଖ ଦିନ ପାତ୍ରପଡା ଅଂଚଳରେ ରହୁଥିବା ଅଟୋଚାଳକ ବିପିନ୍ କୁମାର ସାହୁ ଏବଂ ତାଙ୍କ ପତ୍ନୀ । ଗୀତାଞ୍ଜଳୀଙ୍କର ପୁଅ ବେଦୀଶୁ ଖେଳୁଥିବା ସମୟରେ ଗ୍ୟାସ୍ ଚୁଲାରେ ବସିଥିବା ଗରମ୍ ପାଣିର ହାଣ୍ଡି ତା’ ଶରୀର ଉପରେ ପଡ଼ିଯାଇଥିଲା । ଛୋଟ ଛୁଆର ଶରୀରରେ ତତଲା ପାଣି ପଡ଼ିବା ଯୋଗୁଁ ତା’ ଶରୀରର ୭୦ ଭାଗ ପୋଡି ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ସମ୍ ହସ୍ପିଟାଲକୁ ଆଣିଥିଲେ ତା’ର ବାପା-ମା । ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ଦେବ୍ଯାଂଶୁ ଗୁରୁତର ଥିବା ବେଳେ ତା'ର ମୁହଁ, ହାତ, ଦୁଇ ଜଂଘ, ଗୋଡ ଏବଂ ଶରୀରର ପଛ ଭାଗ ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଇଥିଲା । ତୁରନ୍ତ ତାକୁ ବର୍ମ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍ତିଭ ସର୍ଜରୀ ବିଭାଗର ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । 

୧୦ ତାରିଖ ସକାଳେ ଶିଶୁଟିର ଶରୀରରେ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ କୋଲାଜେନ୍ ଅର୍ଥାତ୍ ଆର୍ଟିଫିସିଆଲ୍ ସିନ୍ ପ୍ରତ୍ୟାରୋପଣ କରାଯାଇଥିବା ସୂଚନା ଦେଇଛନ୍ତି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଶାନ୍ତ ମିଶ୍ର । ଶରୀରର ୭୦ ଭାଗ ପୋଡି ହୋଇଯାଇଥିବା ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ସୁସୁ ହେବା କଷ୍ଟକର ହୋଇପଡ଼ିଥିବା ବେଳେ ଶିଶୁଟି ସର୍ଜରୀ ପରେ ବିପଦମୁକ୍ତ ହୋଇପାରିଛି । ଶିଶୁଟି ଧୀରେ ଧୀରେ ସୁସ୍ଥ ହେଉଛି ଏବଂ ଖୁବ୍ ଶୀଘ୍ର ତାକୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି । କୁନିପୁଅ ଦେବ୍ଯାଂଶୁ ଏବେ ଟିକେ ଟିକେ ଚାଲିବା ଆରମ୍ଭ କଲାଣି, ଭିଡିଓ ଦେଖୁଛି ଓ ନିଜ ଖାଇବା ମଧ୍ୟ ଖାଇପାରୁଛି । 

ପୁଅକୁ ସମ୍ ହସ୍ପିଟାଲରେ ନୂଆ ଜୀବନ ମିଳିଛି । ପୁଅ ଏତେ ଶୀଘ୍ର ସୁସ୍ଥ ହୋଇପାରିବ ବୋଲି ଆମେ ଆଶା କରିନଥିଲୁ । ଡାକ୍ତର ମିଶ୍ର ଓ ତାଙ୍କ ଟିମ୍ ମୋ । ପୁଅକୁ ମୃତ୍ୟୁ ମୁଖରୁ ବଂଚାଇଛନ୍ତି ବୋଲି ଖୁବ୍ ଆନନ୍ଦର ସହ କହିଛନ୍ତି ବେଦ୍ୟାଶୁର ମା ଗୀତାଞ୍ଜଳୀ ସାହୁ । ହସ୍ପିଟାଲ୍‌ରେ ବର୍ଡ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍ତିଭ ସର୍ଜରୀ ବିଭାଗ ପକ୍ଷରୁ ବେଦ୍ୟଶୁର ଆଜି ଜନ୍ମଦିନ ପାଳନ କରାଯାଇଛି । ଆମ ଭଳି ପରିବାର ପାଇଁ ଗୁରୁତର ପୁଅର ଖୁବ୍ ଶୀଘ୍ର ଓ ଉତମ ତଥା ଅତ୍ୟାଧୁନିକ ଚିକିତ୍ସା ମିଳିବା ଖୁବ୍ କଷ୍ଟକର । ତେବେ ପୁଅର ଚିକିତ୍ସା ଏବଂ ସୁସ୍ଥ ହେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ଶେଖର ମିଶ୍ରଙ୍କ ଉଦ୍ୟମ ଓ ସାହାଯ୍ୟ ନିମନ୍ତେ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଗୀତାଞ୍ଜଳୀ ।
 
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ବର୍ମ, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍ତିଭ ସର୍ଜରୀ ବିଭାଗ ରାଜ୍ୟର ଏକମାତ୍ର ୟୁନିଟ୍ ଯେଉଁଠାରେ କି । ସମସ୍ତ ପ୍ରକାର ବର୍ମ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଚିକିତ୍ସା ସହିତ କିନ୍ ବ୍ୟାଙ୍କ ସୁବିଧା ମଧ୍ୟ ଉପଲବ୍ଧ ଅଛି ଏବଂ ରାଜ୍ୟର ଅନେକ ସ୍ଥାନରୁ ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସିବା ସହ ସୁସୁ ହୋଇ ଘରକୁ ଫେରୁଛନ୍ତି ବୋଲି କହିଛନ୍ତି ପ୍ରଫେସର ଡାକ୍ତର ମିଶ୍ର ଦେବ୍ଯାଂଶୁର ପ୍ଲାଷ୍ଟିକ୍ ସର୍ଜରୀ ଓ ଚିକିତ୍ସାରେ ଡାକ୍ତର ମିଶ୍ର ଓ ତାଙ୍କ ଟିମ୍ନଙ୍କ ସମେତ ଶିଶୁରୋଗ ବିଭାଗର ଡାକ୍ତର ଦିଲ୍ଲୀପ ଦାଶ ଓ ତାଙ୍କ ଟିମ୍, କ୍ରିଟିକାଲ କେୟାର ବିଭାଗର ଡାକ୍ତର ସନ୍ତୋଷ ସିଂହ ଏବଂ ଆନେଥେସିଷ୍ଟ ଆସିଷ୍ଟାଟ ପ୍ରଫେସର ଡାକ୍ତର ଶେଖ୍ ମୁସ୍ତାକ ଅଲ୍ଲୀ ପ୍ରମୁଖ ସାମିଲ ହୋଇ ଶିଶୁଟିକୁ ସୁସ୍ଥ କରାଇବାରେ ସମସ୍ତ ପ୍ରଚେଷ୍ଟା ଓ ସହଯୋଗ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget