ଭୁବନେଶ୍ବର, ଗଣମାଧ୍ୟମ ହେଉଛି ଧାନ ବା ସାଧନା ସଦୃଶ । ତଥ୍ୟ ପାଇବା ପାଇଁ ଅନ୍ତହୀନ ଭାବରେ ବୌଦ୍ଧିକ ଅନୁସଂଧାନ, ଉଦ୍ଭାବନ ଏବଂ ଧାନର ପରିଣାମ ହେଉଛି 'ଡିଜିଟାଲ ଟେକ୍ନୋଲୋଜିର ଆବିଷ୍କାର । ବାଲ୍ମିକୀ ଓ ବ୍ୟାସ ଦେବଙ୍କ ଭଳି ମହାପୁରୁଷମାନଙ୍କର ରଚିତ ରାମାୟଣ ଓ ମହାଭାରତ ଆଦି ଗ୍ରନ୍ଥରେ । ପଶୁ, ପକ୍ଷୀ, ଗଛ ଓ ପଥର ଇତ୍ୟାଦିକ ମନର କଥାକୁ ଆଧାର୍ମିକ ବଳରେ ଜାଣିପାରିବା କଥା ହେଉଛି ବର୍ତ୍ତମାନର ଡିଜିଟାଲ ଟେକ୍ନୋଲୋଜି ସଦୃଶ । ମାତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏ.ଆଇ.) ତଥା କୃତ୍ରିମ ବୌଦ୍ଧିକତା କେବେବି ମାନବୀୟ ବୌଦ୍ଧିକତାର ବିକଳ୍ପ ନୁହେଁ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଥିଲେ ।
ଅନଲାଇରେ ଗତ ତିନିଦିନ ଧରି ଚାଲିଥିବା ମିଡ଼ିଆ ମହାକୁମର ଫଚମ ସଂସ୍କରଣର ଆଜି ଉଦ୍ଯାପିତ ସମାରୋହରେ ଯୋଗଦେଇ ସେ ସମିଳନୀର ଶୀର୍ଷକ "ଗଣମାଧ୍ୟମ ଓ ଡିଜିଟାଲ ଟେକ୍ନୋଲୋଜି ନିଜର ମତବ୍ୟକ୍ତକରି ଗଣମାଧ୍ୟମର ନୂତନ ସଂଜ୍ଞା ନିରୂପଣ କରିଥିଲେ । ମୁଖ୍ୟ ବ୍ୟକ୍ତା ତଥା ପ୍ରଖ୍ୟାତ ସାମ୍ବାଦିକ ଓ ପରୀର ସଂସ୍ଥାପକ ସଂପାଦକ ପି. ସାଇନାଥ ଯୋଗଦେଇ ବର୍ତମାନ ଜାତୀୟ ସାମାଦିକତାରେ ନୈତିକ ମୂଲ୍ୟବୋଧର ଅଭାବ ଉପରେ ନିଜର ମନ୍ତବ୍ୟ ରଖିଥିଲେ । ମିଡିଆ ଓ ସାସାଦିକତାର ଅର୍ଥ ଏକ ହୋଇଥିଲେ ମଧ୍ୟ ତାହା ଆଜି ଭିନ୍ନ ଅର୍ଥରେ ପରିଲଖୁତ ହେଉଅଛି । ମିଡିଆର ଅର୍ଥ ବେପାରରେ ପରିଣତ ହୋଇଥିବା ବେଳେ ସାମାଦିକତାର ଅର୍ଥ ଆବେଗାତ୍ମକ ସେବା ବୋଲି ସେ କହିଥିଲେ । କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ଜାତୀୟ ଗଣମାଧ୍ୟମ ପରିଚାଳିତ ହେଉଛି । ଫଳରେ ଲୋକଙ୍କ ପ୍ରକୃତ ସମସ୍ୟା ସେଥିରେ ସ୍ଥାନ ପାଇବାରେ ବଂଚିତ ହେଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏମ.ଜି.ଏମ୍. ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଧୁର ଗାଭାନେ, ତେଜପୁର ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ସୁନିଲ କାନ୍ତ ବେହେରା, ମଣିପାଲ ଇନିଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେଶନର ପ୍ରଫେସର ବି. ପି. ସଂଜୟ ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ଏବଂ ଡିଜିଟାଲ ଟେକ୍ନୋଲୋଜିର ଭୂମିକା ଉପରେ ବିଷଦ ଆଲୋଚନା କେରିଥିଲେ । ପଣ୍ଡିତ ଦିନଦୟାଲ ଶକ୍ତି ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ଅମ୍ରତା ଚକ୍ରବତୀ ଉଦ୍ଯାପନୀ ସଭାକୁ ପରିଚାଳନା କରିଥିଲେ । ଦିବସର ପ୍ରଥମ ଭାଗରେ ଷଷ୍ଠତମ ଷ୍ଟେନାରୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ଏଥିରେ ହାଇଦରାବାଦ୍ ବିଶ୍ଵବିଦ୍ୟାଳୟର ପ୍ରଫେସର ବିନୋଦ ପାବରାଲା, ଚିତଗଙ୍ଗ ବିଶ୍ବବିଦ୍ୟାଳୟର ପ୍ରଫେସର ମହମଦ୍ ସହିଦ୍ ଉଲ୍ଲାହ, କାଠମାଣ୍ଡୁ ବିଶ୍ବବିଦ୍ୟାଳୟର ପ୍ରଫେସର ଡଃ ସୁଧ୍ୟଶୁ ଦାହାଲ, ହାଇଦରାବାଦ୍ ବିଶ୍ଵବିଦ୍ୟାଳୟର ପ୍ରଫେସର କ୍ୟାଚନ କେ ମଲିକ ଏବଂ ରେଡିଓ ନମସ୍କାରର ମୁଖ୍ୟ ଏନ୍.ଏ. ସାହା ଅନସାରି ପ୍ରମୁଖ ଯୋଗଦେଇ ଗୋଷ୍ଠୀ ଗଣମାଧ୍ୟମ, ନାଗରିକ ସମାଜ ଓ ସାମାଜିକ ସଶକ୍ତିକରଣ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ।
ମିଡ଼ିଆ ମହାକୁମ୍ବର ଦ୍ବିତୀୟ ଦିବସରେ "ଭାରତରେ ୧୦୦ ବର୍ଷର ଗଣମାଧ୍ୟମ ଶିକ୍ଷା: ଏହାର ଇତିହାସ ଓ ଭବିଷ୍ୟତ ମାର୍ଗ” ଓ “କୁଶଳୀ, ପୁନଂକୁଶଳୀ ଓ କୃତିଭିତିକ ଗଣମାଧ୍ୟମ ଦକ୍ଷତା" ଶୀର୍ଷକ ଦୁଇଟି ଅବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ସାମାଦିକ ଯୋଗ ଦେଇ ଏହି ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ପାଂଚଗୋଟି ସମାନ୍ତରାଳ ଅଧିବେଶନରେ ପ୍ରାୟ ୮୦ ଜଣ ଶିକ୍ଷାବିତ୍, ଗବେଷକ ଓ ଛାତ୍ରଛାତ୍ରୀ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ପାଠ କରିଥିଲେ ।
Post a Comment