loading...

ଆସନ୍ତା କାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆଜି ଅନୁଷ୍ଠିତ ହୋଇଛି ରାଜ୍ୟ ପଦାଧୁକାରୀ ବୈଠକ

ଆସନ୍ତା କାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆଜି ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ରାଜ୍ୟ ପଦାଧୁକାରୀ ବୈଠକ

ଆସନ୍ତା କାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆଜି ଅନୁଷ୍ଠିତ ହୋଇଛି ରାଜ୍ୟ ପଦାଧୁକାରୀ ବୈଠକ

ଭୁବନେଶ୍ୱର, ଆସନ୍ତା କାଲି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ପଦାଧୁକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ସମେତ ସାଂଗଠନିକ ପ୍ରସଙ୍ଗକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥୁଲା । ବିଶେଷ ଭାବେ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥୁବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ଓ ଶିଶୁ ନିର୍ଯ୍ୟାତନା ବୃଦ୍ଧି, ସୀମା ବିବାଦ, ବେରୋଜଗାର ସମସ୍ୟା, ରାଜ୍ୟରେ ବ୍ୟାପକ ନିଶା କାରବାର, ଧାନ କିଣା ବିକାରେ ଚାଷୀକୁ ଶୋଷଣ, ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥା, ବ୍ୟାପକ ଦୁର୍ନୀତି, ଡିଏମଏଫ ଓ କ୍ୟାପା ଫଣ୍ଡ ଦୁର୍ନୀତି, ବ୍ୟାପକ ପିସି କାରବାର, ଚିଟ୍‌ଫଣ୍ଡ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଏବଂ ବିଜୁ ସ୍ମାର୍ଟ କାର୍ଡ ପ୍ରହେଳିକା, ପାନୀୟ ଜଳ ସମସ୍ୟା, ଫଚାୟତ ବିକାଶରେ ବାଧା ସୃଷ୍ଟି କରାଯିବା, ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ରତ୍ନଭଣ୍ଡାର ଚାବି ହଜିବା ଘଟଣା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଆଜିର ଏହି ପଦାଧୁକାରୀ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ବିସ୍ତୃତ ଆଲୋଚନା କରାଯାଇଥୁଲା । 

ସେହିପରି ଆଗାମୀ ଫଚାୟତ, ପୌର ଏବଂ ସମବାୟ ନିର୍ବାଚନ ପରିପ୍ରେକ୍ଷୀରେ ଆଜିର ପଦାଧୁକାରୀ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥୁଲା ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ସୁଚନା ଦେଇଛନ୍ତି । କୋଭିଡ୍ ମହାମାରୀ ସମୟରେ ମୋଦି ସରକାରଙ୍କ ବଳିଷ୍ଠ ନେତ୍ସବ ଏବଂ ପଦକ୍ଷେପ କାରଣରୁ ଭାରତବର୍ଷ ଆଜି ସମଗ୍ର ବିଶ୍ବରେ ପ୍ରଶଂସାର ଅଧୁକାରୀ ହୋଇଛି । କେଭିଡ୍ ଟୀକାକରଣରେ ଭାରତବର୍ଷ ଆଜି ବିଶ୍ବରେ ନେତୃତ୍ବ ନେବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟ । ମାତ୍ର ଅଳ୍ପ କିଛି ମାସ ଭିତରେ ଦେଶରେ ୧୧୦ କୋଟି କୋଭିଡ୍ ଟୀକା ପ୍ରଦାନ କରାଯାଇ ଏକ ରେକର୍ଡ ସୃଷ୍ଟି କରାଯାଇଛି । 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ କିଛି ଦିନ ତଳେ ୮ ଲକ୍ଷ ୧୭ ହଜାର ବାସଗୃହ ଯୋଗାଇଦେବା, ରାଜ୍ୟର ଆକାଂକ୍ଷା ଜିଲ୍ଲାରେ ଦୁରସଂଚାର ବିଭାଗ ତରଫରୁ ୩ ହଜାରରୁ ଉର୍ଦ୍ଧା ମୋବାଇଲ ଟାୱାର ନିର୍ମାଣ, ଭଡାନ ଯୋଜନାରେ ରାଜ୍ୟର ଝାରସୁଗୁଡା ସମେତ ଅନ୍ୟାନ୍ୟ ସହରକୁ ବିମାନ ଗମନାଗମନ ସୁବିଧା, ଓଡିଶାର ପୁରାତନ ଶିକ୍ଷାନୁଷ୍ଠାନ ବଲାଙ୍ଗୀର ରାଜେନ୍ଦ୍ର କଲେଜକୁ ୟୁଜିସି ମାନ୍ୟତା ଏବଂ ମଧୁସୁଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁଜିସି ସହାୟତା ତଥା ସନ୍ଥକବି ଭିମ ଭୋଇଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରାଯିବାର ସ୍ବାଗତଯୋଗ୍ୟ ପଦକ୍ଷେପ ପାଇଁ ଆଜି ପଦାଧୁକାରୀ ବୈଠକରେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ଆଜିର ଏହି ବୈଠକରେ ଯୋଗ ଦେଇ ଉପସ୍ଥିତ ସମସ୍ତ ରାଜ୍ୟ ପଦାଧୁକାରୀ, ସମସ୍ତ ମୋର୍ଚ୍ଚା ସଭାପତି ଓ ପଦାକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ମଚାମଚ ପ୍ରଦାନ କରିଥିଲେ । ଏହି ବୈଠକରେ ରାଜ୍ୟ ପ୍ରଭାରୀ ଡି.ପୁରୁର୍ଦ୍ଦେଶ୍ବରୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ପଦାଧୁକାରୀ ଯୋଗ ଦେଇଥିଲେ ।

ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ । ଆସନ୍ତା କାଲିର ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶେଶ୍ବର ଟୁଡୁଙ୍କ ସମେତ ରାଜ୍ୟ ପ୍ରଭାରୀ ଡି.ପୁରୁଠେଶ୍ବରୀ, ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧୁକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଓ ପ୍ରଭାରୀମାନେ ଯୋଗ ଦେବେ ବୋଲି ଡ.ଲେଖାଶ୍ରୀ କହିଛନ୍ତି।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget