loading...

ମହାନ୍ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ମହାନ୍ ବିପ୍ଳବୀ , ସର୍ବୋଦୟ ନେତା ,ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥୁଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ବର ଅଧୁକାରୀ

ମହାନ୍ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ବର, ମହାନ୍ ବିପ୍ଳବୀ , ସର୍ବୋଦୟ ନେତା ,ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥୁଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ବର ଅଧୁକାରୀ । ଜଣେ ନିଷ୍ଠାପର କର୍ମୀ ତଥା ଓଡିଶାର ଦରିଦ୍ର, ଅବହେଳିତ, ନସିତ ବର୍ଗଙ୍କ ପ୍ରକୃତ ବନ୍ଧୁ । ସନ୍ତାନ୍ତ ଓ ଜମିଦାର ବଂଶର ବ୍ୟକ୍ତି ଥିଲେ ମଧ୍ୟ ସମାଜର ମୁଲିଆ ଓ ଦଳିତ ବର୍ଗର ଲୋକଙ୍କ ପାଇଁ ସେ ଜୀବନବ୍ୟାପି ସଂଗ୍ରାମ କରିଥୁଲେ । ତାଙ୍କରି ଆଦର୍ଶ ଓ ମାନବୀୟ ଗୁଣର ମୂଲ୍ୟବୋଧକୁ ବୁଝି ଆଜିର ଯୁବପିଢି ରାଜ୍ୟ ଓ ଦେଶର ବିକାଶ ପାଇଁ ବ୍ରତୀ ହେବାକୁ ଆଜି ସଂଧ୍ୟାରେ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ନବକୃଷ୍ଣ ଚୌଧୁରୀ ଜୟନ୍ତୀରେ ଯୋଗଦେଇ ବକ୍ତାମାନେ ପ୍ରକାଶ କରିଛନ୍ତି ।

ଉଭୟ ସଂଚ ଓ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ ଅତିଥୁମାନଙ୍କ ଦ୍ଵାରା ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦାପ ପ୍ରଜ୍ଜଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ମୁଖ୍ୟ ଅତିଥ ଭାବେ ବଡଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ ଯୋଗଦେଇ କହିଲେ ଯେ, ନବକୃଷ୍ଣ ଚୌଧୁରୀ, ମହାତ୍ମା ଗାନ୍ଧିଙ୍କ ଜୀବନ ଓ ଆଦର୍ଶକୁ ପରୀକ୍ଷା ନିରୀକ୍ଷା କରି ନିଜ ଜୀବନରେ ଓ ଲୋକଙ୍କ ସେବାରେ ବ୍ରତୀ ଥିଲେ । କ୍ଷମତାର ଅହଂଭାବ, ଅହମିକା ତାଙ୍କର ନଥିଲା । ନବକୃଷ୍ଣ କଠୋର ଜୀବନଶୈଳୀ, ନିଷ୍ଠା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥୁଲେ ବୋଲି ସେ ପ୍ରକାଶ କରିବା ସହିତ ଇତିହାସରେ ଜଣେ ମାନବବାଦୀ ଓ ଦରିଦ୍ର ଲୋକଙ୍କ ହୃଦୟତନ୍ତ୍ରକୁ ଚିହ୍ନିଥୁବା ଏହି ମହାନ୍ ବ୍ୟକ୍ତିଙ୍କ ସଂପର୍କରେ ଆଜିର ଯୁବ ପିଢି ଅଧୁକରୁ ଅଧିକ ଜାଣିବାର ଆବଶ୍ୟକତା ରହିଛି ବୋଲି ବିଧାୟକ ଶ୍ରୀ ଶତପଥୀ କହିଥିଲେ।

ସମ୍ମାନିତ ଅତିଥୁ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ କହିଲେ ଯେ, ୧୯୫୦ ରୁ ୧୯୫୬ ମସିହା ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ନବକୃଷ୍ଣ ଚୌଧୁରୀ ଜଳେ ପ୍ରଜାବତ୍ସଳ ମୁଖ୍ୟମନ୍ତ୍ରୀ ଥିଲେ । ଯେଉଁ ଚିନ୍ତା, ଚେତନା ଓ ଉଦ୍ଦୀପନାର ସହ ଆମର ପୂର୍ବସୂରୀମାନେ ଆମ ପାଇଁ କାର୍ଯ୍ୟକରି ଯାଇଛନ୍ତି, ଜାତିପ୍ରେମରେ ଉଦ୍‌ବୁଦ୍ଧ ହୋଇ ଆମ୍ଭେମାନେ ସେମାନଙ୍କୁ ସ୍ମରଣ କରି ଦେଶ ଓ ଜାତିପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଡଃ ମହାନ୍ତି କହିଥୁଲେ । ମୁଖ୍ୟ ବକ୍ତା ଭାବେ ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଡ. ଜୟନ୍ତୀ ରଥ ଯୋଗଦେଇ ଗାନ୍ଧି ଓ ଆଚାର୍ଯ୍ୟ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ନବକୃଷ୍ଣଙ୍କ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ, ଜମିଦାରୀ ପ୍ରଥା ଉଚ୍ଛେଦ, ସାମ୍ୟବାଦ ଧାରା ପ୍ରଚଳନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟର ବିଭିନ୍ନ ଉନ୍ନତି ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେବା ଓ ସାଧନାକୁ ସର୍ବାଧୂକ ଗୁରୁତ୍ବ ଦେଉଥିଲେ ବୋଲି ପ୍ରକାଶ କରିଥିଲେ ।

ରାଜ୍ୟ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଇନ୍ଦ୍ରମଣି ତ୍ରିପାଠାଙ୍କ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ସ୍ବର୍ଗତ ଚୌଧୁରୀଙ୍କୁ ଜଣେ ମହାନ୍ ଦେଶଭକ୍ତ ଓ ଦେଶ ସେବକ ଭାବରେ ଅଭିହିତ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ । ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧୁକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget