ଭୁବନେଶ୍ୱର, ଅମୁଲ ଇଣ୍ଡିଆ କମ୍ପାନୀର ପ୍ରତିଷ୍ଠାତା ଡକ୍ଟର କୁରିନଙ୍କ ୧୦୦ ତମ ଜନ୍ମଜୟନ୍ତୀ ଏବଂ ଓଡ଼ିଶାରେ ଅମୁଲ୍ କମ୍ପାନୀର ୭୫ ବର୍ଷ ପଦାର୍ପଣ ଅବସରରେ ରୋଟାରୀ ଇ-କ୍ଲବ ଏବଂ ଜିଲ୍ଲା ରୋଟାକ୍ଟ ଅନୁଷ୍ଠାନ-୩ ୨୬୨, ଅମୁଲ୍ ଇଣ୍ଡିଆ, ଓଡ଼ିଶା ଶାଖା ପକ୍ଷରୁ ଭୁବନେଶ୍ବରସ୍ଥିତ ଇନ୍ଦିରାଗାନ୍ଧୀ ପାର୍କ ପରିସରରୁ ୭୦ରୁ ଉର୍ଦ୍ଧ ଯୁବକ ଯୁବତୀ ଏକ ପଦଯାତ୍ରାରେ ବାହାରି ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇଥିଲେ । ଏହି କାର୍ଯ୍ୟକ୍ରମକୁ ରୋଟାରିୟାନ ଡିଜିଏନ୍ ଜୟଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ ।
ଏହି ଜନ୍ମ ଜୟନ୍ତୀ ପାଳନ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲିଲନ ପ୍ରସାଦ । ସାହୁ, ଅମୁଲର ଶାଖା ପରିଋଳକ ଶୁଭାଶିଷ ଦାସ, ଆଶୁତୋଷ ରଥ, କୁମାର ମହାନ୍ତି, ତନ୍ମୟ ମହାନ୍ତି, ଶୁଭେନ୍ଦୁ । ପରିଡ଼ା, ରୋଜି ରଥ, ଚିଦାତମିକା ଖଟୁଆ, ଝଞ୍ଜା ଦାସ, ଆଶିଷ ସାହୁ, ମହେଶ ରଜନୀ, ପୂଣ୍ୟଶ୍ଳୋକ ମହାନ୍ତି, । ପ୍ରଜକ୍କା ଦେବରାୟ, ତାପସ ରଞ୍ଜନ ମଲ୍ଲିକ, ପ୍ରତୀକ ନନ୍ଦ, ରଞ୍ଜନ ମହାପାତ୍ରଙ୍କ ସମେତ ବହୁ ରୋଟାରିୟାନ ଓ ରୋଟାକ୍ଟର ଯୋଗ ଦେଇଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।
Post a Comment